ETV Bharat / state

ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ଶରତ

author img

By ETV Bharat Odisha Team

Published : Dec 4, 2023, 7:26 PM IST

Odisha Congress: କର୍ଣ୍ଣାଟକ ଏବଂ ତେଲେଙ୍ଗାନା ପରେ ଓଡ଼ିଶା । ତେଲେଙ୍ଗାନା ଜନାଦେଶକୁ ନେଇ ରାଜ୍ୟ କଂଗ୍ରେସ ଉତଫୁଲ୍ଲିତ । ଓଡ଼ିଶାରେ ତେଲେଙ୍ଗାନା ଫର୍ମୂଲା ପ୍ରୟୋଗ ପାଇଁ ପିସିସି କରୁଛି ପ୍ଲାନ୍। ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଆଣି ପଶ୍ଚିମ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବାକୁ ଚାଲିଛି ଯୋଜନା। କେତେ ସଫଳ ହେବ ପିିସିସିର ଫର୍ମୂଲା ! ଅଧିକ ପଢ଼ନ୍ତୁ ,

ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ପିସିସି ସଭାପତି ଶରତ

ଭୁବନେଶ୍ବର: ପ୍ରଥମେ କର୍ଣ୍ଣାଟକ, ତା ପରେ ତେଲେଙ୍ଗାନା, ଆଉ ଏବେ ଓଡ଼ିଶା । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ ପରବର୍ତ୍ତୀ ଲକ୍ଷ୍ୟ ପଡ଼ୋଶୀ ଓଡ଼ିଶା । ତେଲେଙ୍ଗାନା ଜନାଦେଶକୁ ନେଇ ରାଜ୍ୟ କଂଗ୍ରେସ ଉତଫୁଲ୍ଲିତ । ତେଲେଙ୍ଗାନା ଢାଞ୍ଚାରେ 2024 ନିର୍ବାଚନ ଲଢ଼ିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ଦଳ । ତେଲେଙ୍ଗାନା ଭଳି ଓଡ଼ିଶାରେ ଆଞ୍ଚଳିକ ଦଳକୁ ମାତ୍ ଦେଇ, କଂଗ୍ରେସ ସରକାର ଗଠନ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବୃହତ ବିଜୟ ହାସଲ କରିଛି କଂଗ୍ରେସ ପାର୍ଟି । ତେଲେଙ୍ଗାନା ସ୍ବତନ୍ତ୍ର ପ୍ରଦେଶ ଗଠନ ପରଠାରୁ ରାଜ୍ୟରେ ରାଜ୍ କରି ଆସୁଥିବା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ବିଆରଏସ ଭଳି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଯିଏ 10 ବର୍ଷ ଧରି କ୍ଷମତାରେ ଥିଲା ସେପରି ଦଳକୁ ହଟାଇ ରେଭାନ୍ତ ରେଡ୍ଡିଙ୍କ ନେତୃତ୍ବରେ କଂଗ୍ରେସ ଗଢୁଛି ସରକାର । କର୍ଣ୍ଣାଟକ ଫର୍ମୂଲା ଆପଣେଇ ତେଲେଙ୍ଗାନାରେ ସଫଳତାର ସହ ନିର୍ବାଚନୀ ବୈତରଣୀ ପାରି ହୋଇଛି କଂଗ୍ରେସ । ଏବେ ସମାନ ଫର୍ମୂଲା ପଡ଼ୋଶୀ ଓଡ଼ିଶାରେ ପ୍ରୟୋଗ କରିବା ନେଇ ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ତେଲେଙ୍ଗାନା ଫର୍ମୂଲା: ତେଲେଙ୍ଗାନା ବିଜୟ ପରେ ଏବେ ଅଧିକ ଉତ୍ସାହିତ ହୋଇ ପଡ଼ିଛି ରାଜ୍ୟ କଂଗ୍ରେସ । ' ଓଡ଼ିଶାରେ ପ୍ରୟୋଗ ହେବ ତେଲେଙ୍ଗାନା ଫର୍ମୂଲା । ରାଜ୍ୟରେ ହେବ କ୍ଷମତାରେ ପରିବର୍ତ୍ତନ । ତେଲେଙ୍ଗାନାରେ ଯେପରି ଆଞ୍ଚଳିକ ଦଳ ବିଆରଏସକୁ ହରାଇ କଂଗ୍ରେସ ପାର୍ଟି ସରକାର ଗଠନ କଲା । ଓଡ଼ିଶାରେ ମଧ୍ୟ ସମାନ ଢାଞ୍ଚାରେ ପରିବର୍ତ୍ତନ ହେବ ।' ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ପିସିସି ସଭାପକି ଶରତ ପଟ୍ଟନାୟକ । ତେଲେଙ୍ଗାନା ଫଳାଫଳ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ଶରତ କହିଛନ୍ତି ଯେ, ରାଜ୍ୟରେ ବିଜେଡି ସରକାର ୨୩ ବର୍ଷ ଧରି ଶାସନ କରି ଆସୁଛି । ଏଥର ଆଣ୍ଟି ଇନକମ୍ବାନ୍ସି ଫ୍ୟାକ୍ଟର ବା ସରକାର ବିରୋଧୀ ଲହର ବହୁଛି । ୨୦୨୩ରେ ଯେପରି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଘଟିଲା, ତାହା ଓଡ଼ିଶାରେ ଘଟିବାକୁ ଯାଉଛି । ଲୋକେ କଂଗ୍ରେସକୁ ଭଲ ପାଉଛନ୍ତି । କଂଗ୍ରେସ ଆସିଲେ ରାଜ୍ୟରେ ବିକାଶ ହେବ । କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୁଲା ସହିତ ସ୍ଥାନୀୟ ପ୍ରସଙ୍ଗକୁ ନେଇ କଂଗ୍ରେସ ପାର୍ଟି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛି । ବିଜେଡି ସରକାର ଅମଳରେ ଭିତ୍ତିଭୂମି ନିର୍ମାଣ ସଶକ୍ତ ହୋଇନାହିଁ । ରାଜ୍ୟରେ ବିଜେଡି ଓ ବିଜେପି ଭାଇ ଭାଇ । ତେଣୁ ଲୋକଙ୍କ ପାଖରେ ଏକମାତ୍ର ବିକଳ୍ପ କଂଗ୍ରେସ ପାର୍ଟି ବୋଲି କହିଛନ୍ତି ଶରତ ।

କଂଗ୍ରେସ ମୁକ୍ତ ନୁହେଁ, କଂଗ୍ରେସ ଯୁକ୍ତ ଭାରତ: ' ବିଜେପି ଚାହୁଁଛି କଂଗ୍ରେସ ମୁକ୍ତ ଭାରତ । ମାତ୍ର ତେଲେଙ୍ଗାନା ବିଜୟ ଦେଇଛି କଂଗ୍ରେସ ଯୁକ୍ତ ଭାରତର ବାର୍ତ୍ତା ।' ରାଜ୍ୟ କଂଗ୍ରେସ ଘୋଷଣା ପତ୍ର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ କହିବା ହେଲା, ତେଲେଙ୍ଗାନାରେ ବିଆରଏସ ଏବଂ ବିଜେପି ମଧ୍ୟରେ ଭିତିରି ବୁଝାମଣା ଥିଲା । ପରବର୍ତ୍ତୀ ସମୟରେ ଉଭୟ ପରସ୍ପର ବିରୋଧରେ ତୁ ତୁ ମେଁ ମେଁ ହେବା ପରେ, ଏହାର ସିଧା ସଳଖ ଫାଇଦା କଂଗ୍ରେସ ଆଡ଼କୁ ଗଲା । ଓଡ଼ିଶାରେ ମଧ୍ୟ ସେଇଆ ହେବାକୁ ଯାଉଛି । ବିଜେଡି ଓ ବିଜେପି ମଧ୍ୟରେ ଥିବା ସମ୍ପର୍କକୁ, ଲୋକଙ୍କ ପାଖରେ ପର୍ଦ୍ଦାଫାସ କରିବାକୁ ପଡ଼ିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚନନ ।

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସ ଫୋକସରେ ଓଡ଼ିଶା: କୋରାପୁଟରେ ରାହୁଲ ଗାନ୍ଧିଙ୍କ ରାଲି-ଚେଲ୍ଲା କୁମାର

କ୍ଷମତା ଠାରୁ ସିଟ୍ ଗୁରୁତ୍ବବପୂର୍ଣ୍ଣ: ' ନିର୍ବାଚନ ବିଜୟ ପାଇଁ କଠିନ ପରିଶ୍ରମ ଜରୁରୀ । ଯାହା ତେଲେଙ୍ଗାନାରେ ପ୍ରମାଣିତ କରି ଦେଖାଇଛନ୍ତି ପିସିସି ସଭାପତି ରେଭାନ୍ଥ ରେଡ୍ଡି । ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ନିର୍ବାଚନ ମଣ୍ଡଳୀରେ ଡେରା ପକାଇବା ଘଟଣାରୁ ଓଡ଼ିଶା କଂଗ୍ରେସ ନେତାମାନଙ୍କୁ ଶିଖିବାକୁ ପଡ଼ିବ ।' ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ ଆକଳନ, ନିର୍ବାଚନକୁ ଆଉ ତିନି ମାସ ସମୟ ରହିଲା । ଓଡ଼ିଶାରେ କଂଗ୍ରେସର ବିଜୟ ନୁହେଁ, ବରଂ ଦଳ କିପରି ଅଧିକରୁ ଅଧିକ ସିଟ୍ ହାତେଇବ, ସେଥିପାଇଁ ୧୦ ଗୁଣା ଅଧିକ ପରିଶ୍ରମ କରିବାକୁ ପଡ଼ିବ । ତେବେ ଯାଇ ଓଡ଼ିଶାରେ, ତେଲେଙ୍ଗାନା ଫର୍ମୂଲା କାମ କରିପାରେ ବୋଲି ମତ ଦେଇଛନ୍ତି ଅକ୍ଷୟ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ: ଆକ୍ଟିଭ ମୋଡରେ କଂଗ୍ରେସ: 'ତୁଳସୀ' ଯାତ୍ରା ନାଁରେ ରାଜନୀତି, ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର

ରାଜ୍ୟ କଂଗ୍ରେସ ତୁଳସୀ ଯାତ୍ରା କରି ବିଜେଡି ସରକାର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇ ସାରିଛି । ଏବେ ତେଲେଙ୍ଗାନାରେ କଂଗ୍ରେସର ବିଜୟ ରାଜ୍ୟ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳକୁ ଦ୍ବିଗୁଣିତ କରିଛି । ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେଲେଙ୍ଗାନା ବିଜୟରେ ମୁଖ୍ଯ ଭୂମିକା ନେଇଥିବା କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍ଗା ଗାନ୍ଧି ଭଦ୍ରାଙ୍କୁ ଚଳିତମାସ ପଶ୍ଚିମ ଓଡ଼ିଶା ଆଣି ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ପିସିସି ପ୍ରକ୍ରିୟା ଆରମ୍ଭ କରିଛି । କଂଗ୍ରେସ ପାର୍ଟି ଆଗାମୀ ନିର୍ବାଚନ ପାଇଁ ସଜବାଜ ହେଉିଥିବା ବେଳେ, ରାଜ୍ୟ ରାଜନୀତି ୟୁ ଟର୍ଣ୍ଣ ନେବ ବୋଲି ରାଜ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହି ସାରିଲେଣି । ଏଭଳି ସ୍ଥିତିରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ଅଣ୍ଟା ଭିଡ଼ିଲାଣି ପିସିସି । ତେବେ ଓଡ଼ିଶା କଂଗ୍ରେସ ପାଇଁ କାମ କରିବ ତ କର୍ଣ୍ଣାଟକ ଓ ତେଲେଙ୍ଗାନା ଫର୍ମୂଲା !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.