ETV Bharat / state

ସିଏସଙ୍କ ପ୍ରଶାସନିକ ଟିପ୍ସ: ରାଜ୍ୟ ପାହ୍ୟାରେ ଯୋଗ ଦେଉଥିବା IAS ଅଧିକାରୀ ଶିଖନ୍ତୁ ଓଡିଆ

author img

By

Published : May 26, 2023, 7:31 AM IST

ରାଜ୍ୟ ପାହ୍ୟାରେ ଯୋଗ ଦେଉଥିବା ଆଇଏଏସ ଅଧିକାରୀ ଓଡ଼ିଆ ଶିଖନ୍ତୁ କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ସିଏସଙ୍କ ପ୍ରଶାସନିକ ଟିପ୍ସ
ସିଏସଙ୍କ ପ୍ରଶାସନିକ ଟିପ୍ସ

ଭୁବନେଶ୍ବର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଶା ପାହ୍ୟାର ୬ ଜଣ ଆଇଏଏସଙ୍କୁ ଟିପ୍ସ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ନିଜ ଭିତରେ ଥିବା ଅଭିନବତ୍ବକୁ କାର୍ଯ୍ୟରେ ଲଗାଇବ । ଆବଶ୍ୟକସ୍ଥଳେ ସରକାରଙ୍କୁ ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଦେବ । କାର୍ଯ୍ୟ ସମୟରେ ନିଜ ଜିଲ୍ଲାର ସହକର୍ମୀଙ୍କଠାରୁ ବିଭିନ୍ନ କାର୍ଯ୍ୟ ସଂପର୍କରେ ଅଧିକ ଜ୍ଞାନ ଲାଭ ନିମନ୍ତେ ସ୍ବତଃପ୍ରବୃତ୍ତ ଭାବେ ପଚାରି ବୁଝିବ । ଓଡ଼ିଶା ପାହ୍ୟାରେ ଯୋଗଦାନ କରୁଥିବା ଆଇଏଏସ ଅଧିକାରୀ ଓଡିଆ ଭାଷା ଶିଖିନ୍ତୁ । ରାଜ୍ୟରେ କାର୍ଯ୍ୟ କରୁଥିବା ବହୁ ଆଇଏଏସ ଅଧିକାରୀ ଓଡ଼ିଆ ଭାଷାରେ ଭଲ କଥା କହୁଛନ୍ତି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

୨୦୨୨ ମସିହା ବ୍ୟାଚ ଓଡିଶା ପାହ୍ୟାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଶିକ୍ଷଣ ନେବାକୁ ଆସିଛନ୍ତି । ଲୋକସେବା ଭବନରେ ଏହି ୬ ଶିକ୍ଷାନବିଶ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରିଛନ୍ତି । ସେମାନେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜକୁମାର ଶର୍ମାଙ୍କୁ ମଧ୍ୟ ଭେଟିଛନ୍ତି । ରାଜ୍ୟସ୍ତରରେ ତଥା ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ୧ ବର୍ଷ ପାଇଁ ଏହି ଅଧିକାରୀ ପ୍ରଶିକ୍ଷଣ ନେବେ । ଓଡିଶାରେ ପ୍ରଶିକ୍ଷଣ ସରିବା ପରେ ସେମାନେ ଉତ୍ତରାଖଣ୍ଡ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେବେ । ପରେ ଓଡିଶାରେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଜିଲ୍ଲାରେ କାର୍ଯ୍ୟରେ ଯୋଗଦାନ କରିବେ ।

ଆଗାମୀ ଦିନରେ ଓଡିଶାରେ କାର୍ଯ୍ୟ କରିବାକୁ ଥିବା ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶଙ୍କୁ ମୁଖ୍ୟ ଶାସନ ସଚିବ ରାଜ୍ୟର ଶାସନ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଓଡ଼ିଶା ସଂପର୍କରେ ସେମାନଙ୍କୁ ଅଧିକରୁ ଅଧିକ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଛନ୍ତି । ଓଡିଶାରେ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ବ୍ୟାପକ ସୁଯୋଗ ରହିଥିବା ସେ କହିଛନ୍ତି । ଓଡିଶାରେ ଖାଦ୍ୟ ସୁରକ୍ଷା ଯୋଜନା, ଜାଗା ମିଶନ, ହାଇସ୍କୁଲ ରୂପାନ୍ତରଣ, ମିଲେଟ ମିଶନ, କ୍ରୀଡା ଭିତ୍ତିଭୂମିର ବିକାଶ ଆଦି ବହୁ କ୍ଷେତ୍ରରେ ରୂପାନ୍ତରଣ ସଂପର୍କରେ ସେ ସୂଚନା ଦେଇଛନ୍ତି । ଉତ୍ତମ ପ୍ରଶାସନିକ କାର୍ଯ୍ୟ ପରିଚାଳନା ବା ଗୁଡ ଗଭର୍ଣ୍ଣାସ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସିଥିବା କହିଛନ୍ତି ।

ସେହିପରି ନିଜ ଭିତରେ ଥିବା ଅଭିନବତ୍ବକୁ କାର୍ଯ୍ୟରେ ଲଗାଇବା ଏବଂ ସରକାରଙ୍କୁ ଆବଶ୍ୟକ ସ୍ଥଳେ ପ୍ରସ୍ତାବ ଦେବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରୁ ଓଡ଼ିଶା ପାହ୍ୟାରେ ଯୋଗଦାନ କରୁଥିବା ଏହି ଆଇଏଏସ ଅଧିକାରୀଙ୍କୁ ଓଡିଆ ଭାଷା ଶିଖିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କାର୍ଯ୍ୟ କରୁଥିବା ବହୁ ଆଇଏଏସ ଅଧିକାରୀମାନେ ଓଡ଼ିଆ ଭାଷାରେ ଭଲ କହୁଥିବା ସେ ଉଦାହରଣ ଦେଇଛନ୍ତି । ଓଡ଼ିଶାରେ ୧୯୯୯ ମହାବାତ୍ୟା ସଂପର୍କରେ ଆଲୋକପାତ କରି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ ସୂଚନା ଦେଇଛନ୍ତି ।

୨୦୦୫ ମସିହାରୁ ଆଜି ପର୍ଯ୍ୟନ୍ତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡିଶା ଉତ୍ତମ ପ୍ରଦର୍ଶନ କରିଆସିଛି । ଦେଶର ବିଭିନ୍ନ ଅଗ୍ରଣୀ ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ ରାଜ୍ୟ । ଆଇନ ଶୃଙ୍ଖଳା ସଂପର୍କରେ ସେମାନଙ୍କୁ ଭଲ ଭାବେ ଜାଣିବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ଜୁନ ୨୦ ରଥଯାତ୍ରାରେ ଏହି ଶିକ୍ଷାନବିଶ ପୁରୀରେ ମଧ୍ୟ ରଥଯାତ୍ରା ପରିଚାଳନା ଅନୁଧ୍ୟାନ କରିବେ । ମୁଖ୍ୟ ଶାସନ ସଚିବ ଶିକ୍ଷାନବିଶଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ସାକ୍ଷାତ ସମୟରେ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଯୁଗ୍ମ ଶାସନ ସଚିବ ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.