ETV Bharat / state

ସିଏସଙ୍କ ଦ୍ୱାରା CMC, OHPC ଏବଂ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ଇ-ଅଫିସର ଶୁଭାରମ୍ଭ

author img

By

Published : Nov 4, 2022, 7:14 AM IST

ସଂସ୍କୃତ ବିଶ୍ବ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ । ଲୋକସେବା ଭବନରେ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟଓୟାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ

ସିଏସଙ୍କ ଦ୍ୱାରା CMC, OHPC ଏବଂ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ଇଅଫିସର ଶୁଭାରମ୍ଭ

ଭୁବନେଶ୍ବର: 5T ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ । କଟକ ପୌର ନିଗମ(CMC), ଓଡ଼ିଶା ଜଳ ବିଦ୍ୟୁତ ନିଗମ(OHPC) ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବ ବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ (e-office)ବ୍ୟବସ୍ଥାର ଶୁଭାରମ୍ଭ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଏହି ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟଓୟାର ଶୁଭାରମ୍ଭ ହୋଇଛି ।

ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ବଳନ୍ତ ଉଦାହରଣ । ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ବୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ ବୋହିବା, ମାସ ମାସ ଧରି ଫାଇଲ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ ଲୁଚାଇଦେବା, ଫାଇଲ ହଜିବା ଏବଂ ଫାଇଲରେ ହେରଫେର କରିବା ଆଦି କଥା ଏବେ ଅତୀତ ।"

ଇ-ଅଫିସ ମଧ୍ୟ ଅନଲାଇନରେ ବିଭିନ୍ନ ପ୍ରକାର ସେବା, ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ବାନ ପାଇଁ ଦକ୍ଷ କରିଛି । ଯେଉଁ କାର୍ଯ୍ୟାଳୟ ଗୁଡିକ ଓସ୍ୱାସ ଦ୍ବାରା ସଂଯୋଗ ହୋଇ ନ ପାରିଛି ସେ ସବୁରେ ଇ-ଅଫିସ ଶୀଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସି.ଏମ୍.ଜି.ଆଇ. ଏବଂ ଏନ୍.ଆଇ.ସି.ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, "ଖୁବ୍ କମ୍ ସମୟ ମଧ୍ୟରେ ୮୩୬ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ ଆରମ୍ଭ କରିବା ଦିଗରେ ସି.ଏମ୍.ଜି.ଆଇ.ର କାର୍ଯ୍ୟ ପ୍ରଶଂସନୀୟ । ଏହି ବ୍ୟବସ୍ଥା ଫାଇଲ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ ଏବଂ ସେବା ପ୍ରଦାନକୁ ତ୍ବରାନ୍ବିତ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ବ୍ୟବସ୍ଥାକୁ ଅଧିକ ସକ୍ରିୟ ଓ ଉତ୍ତରଦାୟୀ କରିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଓସ୍ୱାସ୍ ମାଧ୍ୟମରେ ଅଫିସ ସ୍ବୟଂକ୍ରିୟ କରିବା ଦିଗରେ ଓଡ଼ିଶା ଜାତୀୟସ୍ତରରେ ଏକ ଅଗ୍ରଣୀ ରାଜ୍ୟ । ବିଭିନ୍ନ ସ୍ତରରେ ଥିବା କାର୍ଯ୍ୟାଳୟ ମାନଙ୍କର ନଥିପତ୍ର ଡ଼ିଜିଟାଇଜ୍ଡ଼୍ କରିବା ସମୟ ସାପେକ୍ଷ ହୋଇଥିବାରୁ ଏନ୍.ଆଇ.ସି. ଏବଂ ସି.ଏମ୍.ଜି.ଆଇ.ଙ୍କ ମିଳିତ ସହଯୋଗିତାରେ ଇ-ଅଫିସ୍ କାର୍ଯ୍ୟାୟନ ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ଖୁବ୍ ସରଳ ଓ ସୁଗମ । ସମସ୍ତ ନିଗମ, ସାଧାରଣ ଉଦ୍ୟୋଗ ଏବଂ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି ।"

ସି.ଏମ୍.ଜି.ଆଇ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ସତ୍ୟପ୍ରିୟ ରଥ କହିଛନ୍ତି ଯେ, "ବିଭିନ୍ନ କାର୍ଯ୍ୟାଳୟରେ ଇ-ଅଫିସର ଗ୍ରହଣୀୟତା ଓ କାର୍ଯ୍ୟକାରିତା ବେଶ୍ ଉତ୍ସାହ ଜନକ ହୋଇଛି । ଖୁବଶୀଘ୍ର ଆଉ ୧୦୦ ଟି କାର୍ଯ୍ୟାଳୟ ଓ ନିଗମରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ । ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓ.ଏଚ୍.ପି.ସି.ର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ନିଖିଲ ପବନ କଲ୍ୟାଣ, ଏନ୍.ଆଇ.ସି. ଉପ ମହାନିର୍ଦ୍ଦେଶକ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଳ୍ଲିକ, ସି.ଏମ୍.ଜି.ଆଇ. ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.