ETV Bharat / state

ପ୍ରାକ ବାତ୍ୟା ପ୍ରସ୍ତୁତି; ସହଯୋଗ ଓ ସମନ୍ୱୟ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟ ଶାସନ ସଚିବ

author img

By ETV Bharat Odisha Team

Published : Oct 6, 2023, 6:59 AM IST

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି । ସହଯୋଗ ଓ ସମନ୍ୱୟ ବିପର୍ଯ୍ୟୟ ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ମୋସୁମୀ ବର୍ଷା ପରେ ଅକ୍ଟୋବର ଶେଷ ଆଡକୁ ଓଡ଼ିଶାରେ ସଂଗଠିତ ହୋଇଥାଏ ବାତ୍ୟା । ପାଣିପାଗ ବିଭାଗ ଆକଳନ ଅନୁସାରେ ଅକ୍ଟୋବର ୧୦ ସୁଦ୍ଧା ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଣୁ ଏହା ପରେ ବିଶେଷକରି ପ୍ରାୟ ୪୫ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସରକାରଙ୍କ ପୂର୍ବ ଅନୁଭୂତି ଓ ଅଭିଜ୍ଞତା ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ । ବୈଠକରେ ଅଧ୍ୟକ୍ଷତା କରି ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ସତର୍କ ରହିବା ସହ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ବୟ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ୧୨ଟି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ବୈଠକରେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ ରାଜ୍ୟରେ ବାତ୍ୟା ସତର୍କତା ସୂଚନା ପଦ୍ଧତି ସଂପର୍କରେ ଅବଗତ କରାଇଛନ୍ତି । ବୈଠକରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ ଆଦିର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଏହାମଧ୍ୟ ପଢନ୍ତୁ: Weather Update: ରାଜ୍ୟରେ କମିଛି ବର୍ଷା, ଆଗାମୀ ୫ ଦିନ ଯାଏ ନାହିଁ ସତର୍କ ସୂଚନା

ବିଭିନ୍ନ ସଂସ୍ଥା ତଥା କାର୍ଯ୍ୟାଳୟରେ ରହିଥିବା ଯନ୍ତ୍ରପାତି ଗୁଡିକର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସ୍ଥଳେ ଗୁଣାତ୍ମକମାର ନୂତନ ଯନ୍ତ୍ରପାତି କ୍ରୟ କରି ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗରେ ବାତ୍ୟା ପରିଚାଳନା ନେଇ ଏସଓପି ରହିଥିବା ସତ୍ତ୍ବେ ସମସ୍ତ ବିଭାଗମାନଙ୍କୁ ନିଜ ନିଜ ବିଭାଗରେ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ବୈଠକ କରି ପ୍ରସ୍ତୁତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗତ ବାହାନଗା ରେଳ ଦୁର୍ଘଟଣା ସମୟରେ ଯେପରି ବିଭିନ୍ନ ବିଭାଗର ସମନ୍ବୟରେ ବିପର୍ଯ୍ୟୟର ମୁକାବିଲା କରାଯାଇଥିଲା, ଏହି ଦୃଷ୍ଟିରୁ ଆମର ବିପର୍ଯ୍ୟୟ ସମୟର ପ୍ରତିକ୍ରିୟା ବା ରେସପନ୍ସ ସମ୍ପର୍କରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

ଜିଲ୍ଲା ପ୍ରଶାସନ ଯେତେବେଳେ ସହାୟତା ଆବଶ୍ୟକ କରିବେ, ବିଶେଷକରି ଶକ୍ତି ବିଭାଗ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳ ସଂପଦ ବିଭାଗ ଆଦି ବିଭାଗମାନେ ତ୍ବରିତ ସହାୟତା ପ୍ରଦାନ କରିବାକୁ କୁହାଯାଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ଡଃ. ଜ୍ଞାନ ରଂଜନ ଦାସ ଓଡିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଉପଲବ୍ଧ ରିସୋର୍ସ(ସମ୍ବଳ) ନେଟଓ୍ୱାର୍କ ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଛନ୍ତି । ପାଣିପାଗ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଆବଶ୍ୟକ ପ୍ରସ୍ତୁତି ଜାରି ରହିଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

ବୈଠକରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପଶୁ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ, ଆଇଟି ସଚିବ ମନୋଜ ମିଶ୍ର, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.