ETV Bharat / state

ଆଜି ସରିବ ରଜ ମଉଜ, ପୁଣି ଆର ବର୍ଷକୁ ଅପେକ୍ଷା

author img

By

Published : Jun 16, 2023, 7:06 AM IST

ଓଡିଶା ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ଆଜି ରଜର ତୃତୀୟ ଦିନ ବା ଶେଷ ଦିନ । ଆଜି ରାଜ୍ୟବାସୀ ପାଳୁଛନ୍ତି ଶେଷ ରଜ । ପୂର୍ବ ଦୁଇ ଦିନ ଭଳି ଆଜି ବି ରଜକୁ ଧୁମଧାମରେ ସମସ୍ତେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ

raja festival 2023
ଆଜି ଶେଷ ରଜ

ଭୁବନେଶ୍ବର: ରଜ ଦୋଳି ସାଙ୍ଗକୁ ପୁଚି ଖେଳ, ପିଠା ମିଠା ଓ ପାନ ଖିଆ ସହ ଭଳିକି ଭଳି ଖେଳ ନାଚ ଗୀତର ଆସରରେ ଜମୁଛି ରଜ ପର୍ବ । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ମଉଜ ହିଁ ମଉଜ । କିଶୋରୀ ଓ ଯୁବତୀମାନେ ରଜ ପର୍ବର ମଜା ଉଠାଉଛନ୍ତି । ସଜବାଜ ପହିଲି ରଜ ପରେ ଧୁମଧାମରେ ରଜ ସଂକ୍ରାନ୍ତି ପାଳନ କରିଛନ୍ତି ରାଜ୍ୟବାସୀ । ଓଡିଶା ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ଏହି ତିନିଦିଆ ପର୍ବର ଆଜି ଅନ୍ତିମ ଦିନ ବା ଶେଷ ରଜ । ବର୍ଷରେ ଏହି ପର୍ବ ପାଳନ ପାଇଁ ଚାହିଁ ବସିଥିବା ରାଜ୍ୟବାସୀ ଶେଷ ରଜକୁ ମଧ୍ୟ ଧୁମଧାମରେ ପାଳନ କରିଛନ୍ତି ।

ପହିଲି ରଜକୁ ଉପଭୋଗ କରିବା ସହ ରଜ ସଂକ୍ରାନ୍ତିର ମହୋଲ ମଧ୍ୟ ବେଶ ଜମିଥିଲା । ଆଜି ଶେଷ ରଜର ସକାଳକୁ ଉତ୍ସାହ ଓ ଉଦ୍ଦୀପନାରେ ସହ ସଭିଏଁ ସ୍ବାଗତ କରିଛନ୍ତି । ପୂର୍ବ ଦୁଇଦିନ ପରି ସମାନ ଭାବରେ ଗାଁ ଗଣ୍ଡା ଚଳଚଞ୍ଚଳ ହୋଇଛି । ତରୁଣୀମାନେ ସଜବାଜ ହୋଇ ଶେଷ ରଜକୁ ପାଳନ କରିଛନ୍ତି । ମାଟି ଓ ମୌସୁମୀର ମିଳନ ପର୍ବ ହେଉଛି ରଜ । ଆଷାଢ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ରଜସ୍ବଳା ହୁଅନ୍ତି । ଏହି ତିନିଦିନ ଚଷା ପୁଅ କୌଣସି ଚାଷ କାମ କରନ୍ତି ନାହିଁ । ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଛନ୍ତି କୃଷକ ଭାଇ । ଆସନ୍ତାକାଲି (ଶନିବାର) ବସୁମତୀ ସ୍ନାନ । ସକାଳୁ ମହିଳାମାନେ ବସୁଧା ମାତାଙ୍କୁ ପୂଜା କରିଥାନ୍ତି ।

ଓଡିଶାର ଏହି ସଂସ୍କୃତି ପରମ୍ପରା ସମ୍ପନ୍ନ ପର୍ବରେ ପୂରପଲ୍ଲୀ ତିନିଦିନ ଧରି ଉତ୍ସବମୁଖର ହୋଇଛି । ମନକୁ ଆନମନା କରିଛି ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ....ଗୀତ । ଗାଁର ଗଳି କନ୍ଦିରେ ରଜ ଦୋଳି ଛକ ଛକରେ ରଜପାନ ପସରା ଆଉ ରଜ ପିଠା ବାସ୍ନାରେ ମହକି ଉଠୁଛି ଚର୍ତୁଦିଗ । ରଜ ଗୀତର ତାଳେ ତାଳେ ଏହି ଦିନିଦିନିଆ ପର୍ବକୁ ସମସ୍ତେ ପାଳନ କରିଛନ୍ତି । ପ୍ରତିବର୍ଷ ଏହି ପର୍ବକୁ ଚାହିଁ ବସିଥାନ୍ତି ରାଜ୍ୟବାସୀ । ଆଜି ଏହି ପର୍ବରେ ଶେଷ ଦିନ ପୁଣି ଆର ବର୍ଷକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.