ETV Bharat / state

75 ବର୍ଷରେ ସ୍ବପ୍ନର ସହର ଭୁବନେଶ୍ବର, ନା ଥକିଛି ନା ଅଟକିଛି

author img

By

Published : Apr 13, 2023, 8:19 AM IST

ଓଡିଶାବାସୀଙ୍କ ସ୍ବପ୍ନର ସହର ଭୁବନେଶ୍ବର । ହୃଦୟରେ ସହର ସ୍ମାର୍ଟ ସିଟି । ଆଜି 75 ବର୍ଷରେ ପାଦ ଥାପିଛି ଭୁବନେଶ୍ବର । ସହର ସବୁଜିମା ଭରା ସୌନ୍ଦର୍ଯ୍ୟ ଆଜି ପ୍ରତିଟି ବ୍ୟକ୍ତିଙ୍କୁ ଆନମନା କରିଛି । ସହର ପ୍ରେମରେ ପଡିଛନ୍ତି ସଭିଏଁ । ଅଧିକ ପଢନ୍ତୁ

bhubaneswar celebrating foundation day
75 ବର୍ଷରେ ସ୍ବପ୍ନର ସହର ଭୁବନେଶ୍ବର

ଭୁବନେଶ୍ବର: ଭିଡର ସହର ଭୁବନେଶ୍ବର । କାହା ପାଇଁ ସ୍ବପ୍ନର ସହର ତ ପୁଣି କାହା ପାଇଁ ପେଟପାଟଣାର ସହର । ସମଗ୍ର ବିଶ୍ବ ପାଇଁ ମନ୍ଦିର ମାଳିନୀ ସହର ଭାବରେ ଜଣାଶୁଣା ଓଡିଶାର ରାଜଧାନୀ । ଏଇଠି ମାଳ ମାଳ ମନ୍ଦିର, ସାହିତ୍ୟ, କଳା ସଂସ୍କୃତି, ଐତିହ୍ୟ-ସ୍ଥାପତ୍ୟ ସହ ପର୍ଯ୍ୟଟନ ଭରା ସ୍ବପ୍ନର ସହର ଭୁବନେଶ୍ବର । ସହର ଦେଖିଛି ସଂଘର୍ଷ ଆଉ ଶିଖାଇଛି ଲଢିବାର କୌଶଳ । ଏଇଠି ସ୍ବପ୍ନ ସତ କରେ ସ୍ବପ୍ନର ପଥିକ । ପ୍ରଗତି ପଥରେ ଦୌଡୁଥିବା ସହର ସହ ପାଦରେ ପାଦ ମିଶାଇ ଚାଲୁଛନ୍ତି ସହରବାସୀ । ଓଡିଶାବାସୀଙ୍କ ହୃଦୟର ସହର ସ୍ମାର୍ଟ ସିଟି । ରଙ୍ଗର ସହର ଭୁବନେଶ୍ବର ଆଜି ସଫଳତାର ରଙ୍ଗ ମାଖିଛି । ଅନେକ ଇତିହାସକୁ ଜାବୁଡି ଧରିଛି ଓଡିଶାର ରାଜଧାନୀ । 1948 ଏପ୍ରିଲ 13 ରେ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା ଦିନଟି । ଆଜିକୁ ଠିକ 75 ବର୍ଷ ତଳେ ଜନ୍ମ ହୋଇଥିଲା ଏ ସହର । ପୁରୁଣା ଭୁବନେଶ୍ବର, କପିଳ ପ୍ରସାଦ, କପିଳେଶ୍ବର ଓ ସାମନ୍ତରାପୁର ଭଳି ଅଳ୍ପ ଅଞ୍ଚଳକୁ ନେଇ ଗଢି ଉଠିଥିଲା ରାଜଧାନୀ ଭୁବନେଶ୍ବର । ପରେ ପରେ ନୂଆ ଅଞ୍ଚଳ ମିଶିବା ସହ ସହର ବଢି ଚାଲିଥିଲା । 75ରେ ପାଦ ଥାପିଛି ଭୁବନେଶ୍ବର ।

1952 ଅକ୍ଟୋବର ପହିଲାରେ ଭୁବନେଶ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ, 1979ରେ ମ୍ୟୁନିସିପାଲଟି ଏବଂ 1994ରେ ମହାନଗର ନିଗମର ମାନ୍ୟତା ପାଇଥିଲା । ଆଜି ସବୁ କ୍ଷେତ୍ରରେ ବିକଶିତ ଭୁବନେଶ୍ବର । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ, ବ୍ୟବସାୟ, ଅର୍ଥନୀତି, କ୍ରୀଡା ଓ ପର୍ଯ୍ୟଟନ କ୍ଷେତ୍ରରେ ନମ୍ବର ୱାନ ହୋଇଛି । ଶିକ୍ଷା ହବ ପାଲଟିଛି ସହର । ଆରମ୍ଭରୁ ମାତ୍ର ହାତ ଗଣତି ଶିକ୍ଷାନୁଷ୍ଠାନ ଥିଲା ମାତ୍ର ସହର ବୟସ ବଢିବା ସାଙ୍ଗକୁ ମଣିଷ ତିଆରି କାରଖାନା ମଧ୍ୟ ଗଢି ଉଠିଥିଲା । ସହରରେ ଆଇଆଇଟି, କିଟ ବିଶ୍ବବିଦ୍ୟାଳୟ, ଓୟୁଏଟି, ରମାଦେବୀ ମହିଳା ବିଶ୍ବ ବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ ରହିଛି । ଅନେକ ପ୍ରତିଭା ତିଆରି କରିଛି ଏହି ଶିକ୍ଷାନୁଷ୍ଠାନ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପଛରେ ପଡିନି ସହର । ଉଦୟଗିରି, ଖଣ୍ଡଗିରି, ଶାନ୍ତିସ୍ତୁପ ଧଉଳି, ନନ୍ଦନକାନନ, ପ୍ଲାନେଟୋରିୟମ ଆଦି ପର୍ଯ୍ୟଟନ ବୃଦ୍ଧି କରିଛି । ମାଳ ମାଳ ମନ୍ଦିର ପାଇଁ ମନ୍ଦିର ମାଳିନୀ ସହର ଆଖ୍ୟା ପାଇଛି ସହର ।

ସଫଳତା ଦେଲା ହକି ମହାକୁମ୍ଭ: କ୍ରୀଡା ଠିକଣା ପାଲଟିଛି ରାଜଧାନୀ । ସହର ସଫଳତାରେ ଫର୍ଦ୍ଦ ଯୋଡିଛି ହକି ବିଶ୍ବକପ । ଦୁଇ ଦୁଇ ଥର ହକି ମହାକୁମ୍ଭ ଆୟୋଜନ ସହରକୁ ନୂଆ ପରିଚୟ ଦେଇଛି । 2018 ଓ 2023ରେ ପୁରୁଷ ହକି ବିଶ୍ବକପ ଆୟୋଜନ ସହରର ସମ୍ମାନ ବଢାଇଛି । ଏହା ସହ ଫିଫା ମହିଳା ବିଶ୍ବକପ ଆୟୋଜନ ସରି ପ୍ରଶଂସା ସାଉଁଟିଛି ସହର । ଟେନିସ ଖେଳକୁ ଗୁରୁତ୍ବ ଦେଇ ଏକ ଟେନିସ ସେଣ୍ଟର ଉଦଘାଟନ ହୋଇଛି । ଯାହା କ୍ରୀଡା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି ।

ମେଟ୍ରୋ ଅପେକ୍ଷାରେ ସହରବାସୀ: କ୍ରୀଡା, ସ୍ବାସ୍ଥ୍ୟ ଶିକ୍ଷାରେ ସଫଳତା ସାଉଁଟି ଥିବା ସହର ଏବେ ମେଟ୍ରୋ ସ୍ବପ୍ନ ଦେଖାଇଛି । ଖୁବଶୀଘ୍ର ସହରରେ ଦୌଡିବ ମେଟ୍ରୋ ଟ୍ରେନ । ମୁମ୍ବାଇ, ହାଇଦ୍ରାବାଦ ଭଳି ଭୁବନେଶ୍ବରରେ ମେଟ୍ରୋ ଟ୍ରେନ ଗଡିବ । ଉତ୍କଳ ଦିବସରେ ମେଟ୍ରୋ ଟ୍ରେନ ଚଳାଚଳ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ କିଛି ମାସ ମଧ୍ୟରେ ରାଜ୍ୟବାସୀଙ୍କ ଏହି ସ୍ବପ୍ନ ପୂରଣ ହେବ । ଏନେଇ ଶୁବଶୀଘ୍ର ଶିଳାନ୍ୟାସ ହେବ । ଭୁବନେଶ୍ବରରୁ କଟକ ମଧ୍ୟରେ ଧାଇଁବ ମେଟ୍ରୋ ।

ରାଜଧାନୀକୁ ଜଳବନ୍ଦୀ ଅଡୁଆ: 75 ବର୍ଷରେ ପାଦ ଥାପିଛି ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଏ ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା ଆଉ ବଦଳିଛି ପରିବେଶ । ଖୁବ କମ ସହରରେ ଏଭଳି କ୍ବଚିତ କୀର୍ତ୍ତିରାଜି ଦେଖିବାକୁ ମିଳେ । ସବୁ କ୍ଷେତ୍ରରେ ଆଗଉଛି ଆମ ଭୁବନେଶ୍ବର । କିନ୍ତୁ ବର୍ଷା ଦିନେ ଜଳବନ୍ଦୀ ସମସ୍ୟାରୁ ଏବେବି ମୁକୁଳି ପାରିନି ଭୁବନେଶ୍ବର । ଏଥିପାଇଁ ବିଏମସିକୁ ବଦନାମ ବି ମୁଣ୍ଡେଇବାକୁ ପଡିଛି । ବିକାଶ ପଥରେ ଆଗେଇ ଚାଲିଥିବା ଭୁବନେଶ୍ବର ବାଟରେ କଣ୍ଟା ହୋଇ ଛିଡା ହୋଇଛି ବର୍ଷା ଦିନିଆ ଜଳବନ୍ଦୀ ସମସ୍ୟା । ଏଥିପାଇଁ ଅନେକ ବ୍ୟବସ୍ଥା କରାଯାଇଛି ହେଲେ ଠିକଣା ସମୟରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଏଥିପାଇଁ ବିଏମସିକୁ ବ୍ୟବସ୍ଥା କରିବାକୁ ପଡିବ ।

ରାଜ୍ୟବାସୀଙ୍କ ସ୍ବପ୍ନ ସହ ସ୍ବପ୍ନର ସହର ସମୃଦ୍ଧ ହେଉଛି । ଏହି 75 ବର୍ଷ ପ୍ରଗତି ପଥ ଅତିକ୍ରମ କରି ମାଡି ଚାଲିଛି ଆଗକୁ ଆଗକୁ । ସେବେର ଭୁବନେଶ୍ବର ଆଉ ଏବେର ଭୁବନେଶ୍ବର ମଧ୍ୟରେ ଆକାଶ ପାତାଳ ଫରକ । ସହର ଆହୁରି ସଫଳତା ସାଉଁଠୁ । ନା କେବେ ଥକୁ ନା କେବେ ଅଟକୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.