ETV Bharat / state

Cabinet decision: 9 ପ୍ରସ୍ତାବକୁ ଗ୍ରୀନ ସିଗନାଲ; ଆମ ଓଡ଼ିଶା, ନବୀନ ଓଡ଼ିଶା ପ୍ରସ୍ତାବକୁ ମୋହର

author img

By

Published : Jul 10, 2023, 8:27 PM IST

Updated : Jul 10, 2023, 10:46 PM IST

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୋଟ 9ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ଅଧିକ ପଢନ୍ତୁ

Etv Bharat
Etv Bharat
ଶକ୍ତି ବିଭାଗ ପାଇଁ ଖର୍ଚ୍ଚ ହେବ 3843 କୋଟି ଟଙ୍କା

ଭୁବନେଶ୍ବର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୋଟ 9ଟି ପ୍ରସ୍ତାବ ଉପରେ ବାଜିଲା ସରକାରୀ ମୋହର । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ପୂର୍ବ ପ୍ରଚଳିତ ପ୍ରୟାସ 'ଆମ ଗାଁ ଆମ ବିକାଶ'ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ତାଙ୍କର ନିଜସ୍ବ ପାଣ୍ଠିରୁ ଆର୍ଥିକ ବର୍ଷ 2023-2024ରେ ଏକ ନୂତନ ରୂପରେଖରେ 'ଆମ ଓଡିଶା ନବୀନ ଓଡ଼ିଶା' ନାମକ ଅଭିନବ ପ୍ରୟାସ କରିଛନ୍ତି ।

ଉକ୍ତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା । ଓଡ଼ିଶା ସର୍ବଧର୍ମ ସମନ୍ବୟର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଆଦିଭୂମି । ବିଶ୍ବମୈତ୍ରୀ, ଶାନ୍ତି, ସେବା ଓସମାନତାର ଅଦ୍ଭୁତ ସମନ୍ଵୟ ଉତ୍କଳୀୟ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ । ଓଡ଼ିଶାର ଏହି ମହାନ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଏହାକୁ ବିଶ୍ଵସ୍ତରରେ ପ୍ରଚାରିତ କରି ଏକ ଆଧୁନିକ ତଥା ଆକାଂକ୍ଷୀ ଓଡ଼ିଶା ଗଠନ ହେଉଛି ଏହି ପ୍ରୟାସର ଲକ୍ଷ୍ୟ ।

ଏହା ବି ପଢନ୍ତୁ- Odisha Cabinet meeting: ୧୫ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର

ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଏବଂ ସାଂସ୍କୃତିକ ଭିରିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ଲାଗି ଭିତ୍ତିଭୂମିର ବିକାଶ, ଯୁବପିଢୀଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଂ ସେବା ତଥା ଡିଜିଟାଲ ସେବା ଲାଗି ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଆଦି ପ୍ରସ୍ତାବ ଗ୍ରହଣ କରାଯିବ । ରକ୍ତ ପ୍ରୟାସ ଅଧୀନରେ ଆର୍ଥିକ ବର୍ଷ ୨୦୨୩ -୨୪ ପାଇଁ ଟଙ୍କା ୪୦୦୦ କୋଟି ବ୍ୟୟବରାଦ କରାଯାଇଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତ ଟଙ୍କା ୫୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ।

ଉକ୍ତ ଅର୍ଥରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ ଏବଂ ସୁରକ୍ଷା, ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଟଙ୍କା ୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ବୈଠକରେ ଓଡ଼ିଶା ଗ୍ରାମୀଣ-ସହରାଞ୍ଚଳ ସ୍ଥାନାନ୍ତରଣ ନୀତିକୁ ହଟାଇବା ଉପରେ ଗୁରୁତ୍ବ ଦିଆଯାଇଛି । ସହରାଞ୍ଚଳ ଦ୍ରୁତ ଗତିରେ ବଢୁଥିବାରୁ ଗ୍ରାମାଞ୍ଚଳରେ ବାସ କରୁଥିବା ସମସ୍ତ ନାଗରିକଙ୍କୁ ଅତ୍ୟାବଶ୍ୟକ ସହରାଞ୍ଚଳ ଭିତ୍ତିଭୂମି, ସୁବିଧା ଏବଂ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି।

ରାଜ୍ୟ କ୍ୟାବିନେଟ ବୈଠକରେ ଶକ୍ତି ବିଭାଗ ପାଇଁ ଖର୍ଚ୍ଚ ହେବ 3843 କୋଟି ଟଙ୍କା । ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉଦ୍ଦେଶ୍ୟରେ କ୍ୟାବିନେଟ ୩୮୪୩ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟ ସହ ODSSP ଯୋଜନାର ପ୍ରଥମ ୩ଟି ପର୍ଯ୍ୟାୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୩ ଗୋଟି ସବ-ଷ୍ଟେସନ ଏବଂ ଆନୁସଙ୍ଗିକ ଲାଇନ ନିର୍ମାଣ ଲାଗି ଅନୁମୋଦନ ପ୍ରଦାନ କରାଯାଇଛି । ଏହି ପର୍ଯ୍ୟାୟ ଅନ୍ତର୍ଗତ ପ୍ରାୟତଃ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ପୁନଶ୍ଚ ୧୭୯୭ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ଏହି ଯୋଜନାର ୪ର୍ଥ ପର୍ଯ୍ୟାୟରେ ୯୯ଟି ସବ-ଷ୍ଟେସନ ଏବଂ ଆନୁସଙ୍ଗିକ ଲାଇନ ଏବଂ ୬୪ଟି Independent line ନିର୍ମାଣ ଲାଗି କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଏହି ପର୍ଯ୍ୟାୟ ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତେବ ବିତରଣ ଭିଭିଭୂମିର ଅଧିକ ସୁଦୃଢ଼ୀକରଣ ଲାଗି ଟ୍ରାନ୍ସଫର୍ମରଗୁଡିକର କ୍ଷମତା ବୃଦ୍ଧି, ପୁରୁଣା ଏବଂ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ ୩୩ କେଭି ଏବଂ ୧୧ କେଭି ଲାଇନ ନିର୍ମାଣ, ୩୩ କେଭି ଏବଂ ୧୧ କେଭି ଲାଇନକୁ ମଜବୁତ କରିବା, ସଙ୍ଗିଲ ଫେଜ LT ନେଟୱର୍କର 3ଟି ଫେଜକୁ ପରିବର୍ତ୍ତନ, ଲାଇନ ଭୋଲଟେଜ ରେଗୁଲେଟର ସ୍ଥାପନ ଆବଶ୍ୟକସ୍ଥଳେ ନୂତନ ୩୩/୧୧ କେଭି ସବ୍-ଷ୍ଟେସନ ନିର୍ମାଣର ଆବଶ୍ୟକତା ରହିଛି ଯାହା ଦ୍ଵାରା ରାଜ୍ୟର ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍‌ ସମସ୍ୟାର ଉଲ୍ଲେଖନୀୟ ଭାବେ ସମାଧାନ ହୋଇପାରିବ । ODSSP (Phase-V)ରେ ୧୨୮୪.୪୯ କୋଟି ଟଙ୍କାର DPR ପ୍ରସ୍ତୁତ କରାଯାଇଅଛି । ଏହି କାର୍ଯ୍ୟ ସମ୍ପୃକ୍ତ ବିତରଣ କମ୍ପାନୀମାନଙ୍କ ଦ୍ବାରା ୨୦୨୩-୨୪ ଓ ୨୦୨୪- ୨୫ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରାଯିବ।

ମୟୂରଭଞ୍ଜ ଜିଲ୍ଲାର ଉଦଳା ତହସିଲ ଅନ୍ତର୍ଗତ ନିଜ-କଇଁସାରି ମୌଜାରେ କାଲୋ ଜଳସେଚନ କେନାଲର ଜଳ ମାଡୁନଥିବା ଚାଷ ଜମିରୁ ଏକକାଳୀନ ଟ ୪,୩୭,୧୨୦ ଙ୍କା ଏବଂ ଆଗକୁ ପ୍ରତି ବର୍ଷ ଆଦାୟ ହେବାକୁ ଥିବା ଟ ୩୬,୧୦୩ ଙ୍କା ର ଜଳ କର ଛାଡ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉକ୍ତ ଚାଷ ଜମି ଗୁଡିକୁ କେନାଲର ଆୟାକଟ ଅଞ୍ଚଳରୁ ବାଦ୍ ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି।

କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ସୁପାରିଶ- ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କୁଇ ଭାଷାକୁ ଭାରତୀୟ

ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ସୁପାରିଶ କରାଗଲା। ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷା ଅନ୍ତର୍ଭୁକ୍ତ ହେଲେ କନ୍ଧ ଜନଜାତିଙ୍କ ପାଇଁ ନିମ୍ନୋକ୍ତ ସୁଯୋଗ ସୃଷ୍ଟି ହୋଇପାରିବ।

୧. ଏହା କୁଇ ଭାଷା ଓ କନ୍ଧ ସଂସ୍କୃତିର ସଂରକ୍ଷଣ, ପ୍ରସ୍ତର ଓ ପ୍ରସାରରେ ସହାୟକ ହେ।

୨. ବିଭିନ୍ନ ବିଷୟ ଉପରେ ଲେଖା ସୃଷ୍ଟି ତଥା ପ୍ରକାଶନ ଏବଂ ଭାଷାକୁ ସ୍ୱୀକୃତି ଦେବା ବ୍ୟାପକତର ହେବ।

୩. କୁଇ ଭାଷାର ସଂରକ୍ଷଣ, ବିକାଶ ଏବଂ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ।

୪. ଏହି ନିଷ୍ପତିରେ ୭ ଲକ୍ଷରୁ ଉର୍ଦ୍ଧ୍ବ ଜୁଇ ଭାଷାଭାଷୀ ଜନଜାତି ଲୋକ ଉପକୃତ ହେବ।

କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ସକାଶେ ସୁପାରିଶ କରାଯାଇଥିବା କ୍ୟାବିନେଟ ନିଷ୍ପତିରେ କୌଣସି ଆର୍ଥିକ କାରବାର ରହିବ ନାହିଁ।

ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ଭ) ନିୟମାବଳୀ, ୧୯୯୭ ର ସଂଶୋଧନ କଲେ ରାଜ୍ୟ ସରକାର।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସଂକଳ୍ପ ସଂଖ୍ୟା ୩୩୩୨୯/ସା,ତା -୨୪/୧୧/୨୦୨୨ ରିଖ ନିର୍ଦ୍ଦେଶ ଆଧାରରେ ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବାସର୍ଭ) ନିୟମାବଳୀ, ୧୯୯୭ ର ସଂଶୋଧନ । ନିୟମାବଳୀରେ ପ୍ରଚଳିତ ‘ ଘ ' ବର୍ଗର 'ଗ ' ବର୍ଗକୁ ପ୍ରଚଳିତ ଥିବା ପଦୋନ୍ନତିରେ ବ୍ୟାପକ ଅବକାଶ ସୃଷ୍ଟି ନିମନ୍ତେ ପ୍ରଚଳିତ ୫ ପ୍ରତିଶତ ପଦୋନ୍ନତି ଭାଗରୁ ୨୦ ପ୍ରତିଶତ ଭାଗକୁ ବୃଦ୍ଧିର ଆବଶ୍ୟକତା ଉପଲବ୍ଧି କରାଯାଇ ଏହି ନିୟମରେ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି, ଯଦ୍ବାରା ମୌଳିକ କମ୍ପ୍ୟୁଟର ଦକ୍ଷତା ଥିବା 'ଘ ' ବର୍ଗର ଦକ୍ଷ କର୍ମଚାରୀଙ୍କର 'ଗ ' ବର୍ଗରେ ଥିବା କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦବୀକୁ ପଦୋନ୍ନତି ନିମିତ୍ତ ବ୍ୟାପକ ସୁଯୋଗ ସୃଷ୍ଟି କରିବ।। ତେଣୁ 'ଘ ' ବର୍ଗର କର୍ମଚାରୀମାଙ୍କର ପଦୋନ୍ନତି ଜନିତ ୨୦ ପ୍ରତିଶତ ବୃଦ୍ଧି ନିମନ୍ତେ ଉକ୍ତ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଛି।

ବିନା Premium ଓ ବିନା Incidental Charges ରେ ଏ.୮.୬୯୩ ଡି. ସରକାରୀ ଜମି ଲିଜ ଆକାରରେ ପ୍ରଦାନ ସମ୍ପର୍କରେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ତହସିଲ ଅନ୍ତର୍ଗତ ବଲାଙ୍ଗିର (ଗ) ମୌଜାରେ ଏ.୮,୬୯୩ଡି । ସରକାରୀ ଜମି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ନିମନ୍ତେ ବିଶ୍ବବିଦ୍ୟାଳୟ ସପକ୍ଷରେ ବିନା premium ଓ ବିନା Incidental charges ରେ ଲିଜ ସୂତ୍ରରେ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପରି ଗ୍ରହଣ କରିଛନ୍ତି । ତେବେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହି ଲିଜ ନିମନ୍ତେ ବାର୍ଷିକ ଭୂ-ରାଜସ୍ୱ ଓ ସେସ ବାବଦକୁ ମାତ୍ର ଏକ ଟଙ୍କା ଦେବାକୁ ପଡିବ ।

କୋରାପୁଟ ଜିଲ୍ଲାର ଲମତାପୁଟ ଜିଗ୍ରୀ ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ବିନା premium ଓ ବିନା Incidental Charges ରେ ଏ. ୫,୦୦ ଡି. ସରକାରୀ ଜମି ଲିଜ ଆକାରରେ ପ୍ରଦାନ ସମ୍ପର୍କରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀପୁଟ ମୌଜାରେ ଏ. ୫.୦୦ ଡି. ସରକାରୀ ଜମି ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟ ସପକ୍ଷରେ ବିନା Premium ଓ ବିନା Incidental charges ଗେ ଲିଜ ସୂତ୍ରରେ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପରି ଗ୍ରହଣ କରିଛନ୍ତି । ତେବେ ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜମି ର ବଜାର ମୂଲ୍ୟ ର ୦.୨୫% ବାର୍ଷିକ ଭୂ-ରାଜସ୍ବ ବାବଦକୁ ଓ ଭୂ-ରାଜସ୍ଵ ର ୭୫% ସେସ ବାବଦକୁ ଦେବାକୁ ପଡିବ ।

ଖରସ୍ରୋତାରେ ହେବ ପୋଲ- କେନ୍ଦ୍ରାପଡା ଜିଲ୍ଲା ଖରସ୍ରୋତା ରେ ନିର୍ମାଣ ହେବ ପୋଲ, ରାଜ୍ୟ ସରକାର ଇପିସି ମୋଡ୍ କଣ୍ଟ୍ରାକ୍ଟ ମାଧ୍ୟମରେ ଖରସ୍ରୋତା । ନଦୀରେ କେନ୍ଦ୍ରାପଡା ଜିଲ୍ଲାର ନୂଆ ବଜାର-ବାଲିତରା ଘାଟ ରାସ୍ତାଠାରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସେତୁ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକକୁ ସଂଯୋଗ କରିବା ସହିତ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକକୁ ମଧ୍ୟ ସବୁଦିନିଆ ସଂଯୋଗ କରି ପାରିବ । ଏହି ପ୍ରକଳ୍ପ ଉକ୍ତ ଅଞ୍ଚଳର ରହୁଥିବା ବାସିନ୍ଦାଙ୍କୁ ସିଧାସଳଖ ସଂଯୋଗ ଯୋଗାଇବା ସହ ଅର୍ଥନୈତିକ ବିକାଶରେ

ସହାୟକ ହୋଇପାରିବ।

ରାଜ୍ୟ କ୍ୟାବିନେଟ୍ ଉପରୋକ୍ତ ଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ପାଇଁ BEKEM

Infra Projects Private Limited ଙ୍କର ସର୍ବନିମ୍ନ ଟ.୯୭,୨୪,୫୦,୦୦୧/- (ସତାନବେ କୋଟି ଚବିଶ ଲକ୍ଷ ପଚାଶ ହଜାର ଏକ ଟଙ୍କା)କୁ ଅନୁମୋଦନ କରିଛନ୍ତି | ଏହି କାର୍ଯ୍ୟ ୩୦ (ତିରିଶ) କ୍ୟାଲେଣ୍ଡର ମାସ ମଧ୍ୟରେ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 10, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.