ETV Bharat / state

Odisha Budget 2023: ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି

author img

By

Published : Feb 24, 2023, 7:13 PM IST

୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ । ଚଳିତ ବଜେଟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୩ ହଜାର ୭ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅଧିକ ପଢ଼ନ୍ତୁ

Odisha Budget 2023
Odisha Budget 2023

ଭୁବନେଶ୍ବର: ବିଧାନସଭାରେ ୨୦୨୩-୨୪ ପାଇଁ ସାଧାରଣ ବଜେଟ ଉପସ୍ଥାପନ ହୋଇସାରିଛି । ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ବିଭିନ୍ନ ଦିଗ ଉପରେ ନଜର ପକାଯାଇଛି । ଏଥର ବଜେଟରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ୩ ହଜାର ୭ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ବିପର୍ଯ୍ୟୟ ପରିଚାଳନା କ୍ଷମତାରେ ଉନ୍ନତି ଆଣି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ସ୍ବୀକୃତି ଲାଭ କରିଛି । ଚଳିତ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୭ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (SDRMF) ଅଧୀନରେ ୨ ହଜାର ୩ ଶହ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (NDRMF ) ଅଧିନରେ ୧ ହଜାର ୩ ଶହ ୪୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଚଳିତ ଥର ବଜେଟରେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । କୃଷି ବଜେଟ ଗତ ବର୍ଷ ଠାରୁ ୨୦ ପ୍ରତିଶତ ଅଧିକ ରହିଛି । ଚଳିତ ଥର କୃଷି ପାଇଁ ୨୪ ହଜାର ୮୨୯ କୋଟି ବ୍ୟୟବରାଦ ହୋଇଛି । ସେହିପରି ସ୍ବାସ୍ଥ୍ୟସେବା ପାଇଁ ୧୬, ୦୪୮ କୋଟି ବ୍ୟୟବରାଦ ହୋଇଥିବାବେଳେ ପାନୀୟ ଜଳ ପାଇଁ ୧୩ ହଜାର ୨୧୫ କୋଟି ବ୍ୟୟ ଅଟକଳ ହୋଇଛି । ସେହିପରି ରେଡ, ବ୍ରିଜ, ଏୟାରପୋର୍ଟ ଓ ରେଲୱେ ଲାଗି ୧୮୯ ହଜାର ୪୫୨ କୋଟି, ସହରୀ ବିକାଶ ଲାଗି ୭୯୧୪ କୋଟି, ମିଶନ ଶକ୍ତି ଲାଗି ୬୨୨୪ କୋଟି, ଶିଳ୍ପ ଓ ଏମଏସଏମଇ ପାଇଁ ୧୩୫୮ କୋଟି ବ୍ୟୟବରାଦ କରାଯାଇଛି ।

ସେହିପରି ଚଳିତ ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି । ଏହି କ୍ରମରେ ୩୪,୫୦୦ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର ପ୍ରଦାନ କରାଯିବ । ୧୧୮ ଜଣ ଙ୍କୁ ନେତୃତ୍ବ ପୁରସ୍କାର ସମେତ ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯିବ । ମାଧ୍ୟମିକ ସ୍କୁଲର ୭୦୦ ଶିକ୍ଷକ ଏବଂ ୪୧୯ ପ୍ରଧାନ ଶିକ୍ଷକ ପୁରସ୍କୃତ ହେବେ । ଏଥିପାଇଁ ୧୩୯ କୋଟିର ବ୍ୟୟ ବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟିର ବ୍ୟୟବରାଦ ହୋଇଛି । ସେହିପରି କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି ବ୍ୟୟ ଅଟକଳ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.