ETV Bharat / state

ନିର୍ବାଚନ ଆସିଲେ ମିଛ କହିବାର ଅଭ୍ୟାସ ସରକାରଙ୍କ ବଢିଯାଏ: ବିଜେପି - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

ଆଜି 5ଟି ସହରରେ ଆରମ୍ଭ ହେଲା ଡ୍ରିଙ୍କ ଫର୍ମ ଟ୍ୟାପ୍‌ । ଏହାକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନିର୍ବାଚନ ଆସିଲେ ସରକାର ମିଛ କୁହନ୍ତି ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ନିର୍ବାଚନ ଆସିଲେ ମିଛ କହିବାର ଅଭ୍ୟାସ ସରକାରଙ୍କ ବଢିଯାଏ: ବିଜେପି

author img

By ETV Bharat Odisha Team

Published : Oct 9, 2023, 5:43 PM IST

ନିର୍ବାଚନ ଆସିଲେ ମିଛ କହିବାର ଅଭ୍ୟାସ ସରକାରଙ୍କ ବଢିଯାଏ: ବିଜେପି

ଭୁବନେଶ୍ବର: ଦେଶସାରା ପ୍ରତିଟି ଘରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଭାରତ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଶ୍ରେୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାର କହିଥିଲେ କିଛି ସହରରେ ଡ୍ରିଙ୍କ୍‌ ଫ୍ରମ ଟ୍ୟାପ ବ୍ୟବସ୍ଥା କରାଯାଇଛି। ପୁରୀରେ ପ୍ରଥମେ ଆରମ୍ଭ କରିଥିଲେ। ତା ପରେ ଅଲଗା ସହରରେ ଆରମ୍ଭ କଲେ ହେଲେ କୌଣସି ଗୋଟିଏ ସହରରେ ପିଇବା ପାଣି ଯୋଗ୍ୟ ନୁହେଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଜଳଯୋଗାଣର ଶୁଭାରମ୍ଭକୁ ନେଇ ଏଭଳି ଢଙ୍ଗରେ ସମାଲୋଚନା କରିଛି ବିଜେପି ।

ଏହାବି ପଢନ୍ତୁ- ୫ ସହର ସମେତ ୧୪୯ ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ, ଉପକୃତ ହେବେ ୧୨ ଲକ୍ଷ ୩୦ ହଜାର

ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,‘‘ଦେଶସାରା ପ୍ରତିଟି ଘରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଭାରତ ସରକାର ସ୍ବତନ୍ତ୍ର ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ । କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଶ୍ରେୟ ନେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି । ରାଜ୍ୟ ସରକାର କହିଥିଲେ କିଛି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥା କରାଯାଇଛି । ପୁରୀରେ ପ୍ରଥମେ ଆରମ୍ଭ କରିଥିଲେ । ତା ପରେ ଅଲଗା ସହରରେ ଆରମ୍ଭ କଲେ ହେଲେ କୌଣସି ଗୋଟିଏ ସହରରେ ପିଇବା ପାଣି ଯୋଗ୍ୟ ନୁହେଁ ।’’ ତେଣୁ ରାଜ୍ୟ ସରକାର ମିଛ ଡିଣ୍ଡିମ ନ ପିଟନ୍ତୁ । ଅତୀତରେ ଯେମିତି ପାଣି ଆସୁଥିଲା ଏବେ ବି ସମାନ ପାଣି ଆସୁଛି । ଲୋକମାନେ ରୋଗଗ୍ରସ୍ତ ହେଉଥିବା ନଜର ଆସିଛି । ମୋଟାମୋଟି ଭାବେ କହିବାକୁ ଗଲେ ନିର୍ବାଚନ ପାଖେଇ ଆସିଲେ ମିଛ କହିବାର ଅଭ୍ୟାସ ରାଜ୍ୟ ସରକାରଙ୍କର ବଢିଯାଇଛି ।

ସୂଚନାଯୋଗ୍ୟ ଯେ ଆଜି ଡ୍ରିଙ୍କ ଫ୍ରମ ଟ୍ୟାପ ଜଳଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ନୂଆ ୫ଟି ସହର ସମେତ ଅନ୍ୟ ୧୩ ସହରର ୧୪୯ଟି ଓ୍ବାର୍ଡରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଓଡିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାର ୩ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନବୀନ କହିଛନ୍ତି ଯେ ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ । ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ । ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି । ନିମାପଡ଼ା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର । ଏହା ଦ୍ବାରା ୩୦ହଜାର ପରିବାର ଉପକୃତ ହେବେ। ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ ରାଜ୍ୟ ହେଉଛି ଓଡ଼ିଶା। ୧୩ଟି ସହରର ୧୪୯ ୱାର୍ଡରେ ୨୪ଘଣ୍ଟିଆ ସୁବିଧା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.