ETV Bharat / state

Drinking Water Problem:‘ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ’

author img

By ETV Bharat Odisha Team

Published : Oct 20, 2023, 7:45 PM IST

ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିଲାବେଳେ ରାଜ୍ୟବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ । “ସୁସ୍ଥ ଓଡିଶା ସୁଖି ଓଡିଶା” ନାରା ଦେଇ ରାଜ୍ୟବାସୀଙ୍କୁ ନିରାପଦ ପାନୀୟଜଳ ଯୋଗାଣକୁ ଅଗ୍ରାଧିକାର ଦେବା କଥା କହୁଥିବା ସରକାର ପାଣି ମୁନ୍ଦାଏ ପାଇଁ ଦୁଃଖି ମଣିଷର ଯନ୍ତ୍ରଣା ବୁଝିବା ପାଇଁ ଅସମର୍ଥ । ଅଧିକ ପଢନ୍ତୁ

19817583Drinking Water Problem:‘ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ’
19817583Drinking Water Problem:‘ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ’

Drinking Water Problem:‘ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ’

ଭୁବନେଶ୍ବର: ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ମୁନ୍ଦାଏ ପାଣି ଦେବାରେ ଅସମର୍ଥ ୨୩ ବର୍ଷର ରାଜ୍ୟ ସରକାର । ପ୍ରଦୂଷିତ ଜଳ “ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା”ର ଦୁଃଖି ମଣିଷଙ୍କ ସାହାରା । ଓଡିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ । ରାଜ୍ୟ ସରକାର ଗୋଟିଏ ଗାଁ ଦେଖାନ୍ତୁ ଯେଉଁଠି ୧୦୦ ପ୍ରତିଶତ ଟ୍ୟାପ ୱାଟର ସପ୍ଲାଏ ହେଉଛି । ରାଜ୍ୟରେ ପାନୀୟ ଜଳ ସମସ୍ୟାକୁ ନେଇ ଆଜି ପ୍ରେସମିଟ କରି ଏଭଳି ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ କରି ବିଜେପି ନେତା ରମାରଞ୍ଜନ ବଳିୟାରସିଂହ କହିଛନ୍ତି ‘‘ ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ମୁନ୍ଦାଏ ପାଣି ଦେବାରେ ଅସମର୍ଥ ୨୩ ବର୍ଷର ରାଜ୍ୟ ସରକାର । ପ୍ରଦୂଷିତ ଜଳ “ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା”ର ଦୁଃଖି ମଣିଷଙ୍କ ସାହାରା । ଓଡିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ । ରାଜ୍ୟ ସରକାର ଗୋଟିଏ ଗାଁ ଦେଖାନ୍ତୁ ଯେଉଁଠି ୧୦୦ ପ୍ରତିଶତ ଟ୍ୟାପ ୱାଟର ସପ୍ଲାଏ ହେଉଛି।’’ ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ କହି ବିଜେପି କହିଛି ରାଜ୍ୟ ସରକାର ପିଇବା ପାଣି ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ।

ଅଧିକ ପଢନ୍ତୁ- Bus strike: ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେପି

ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିଲାବେଳେ ରାଜ୍ୟବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ଅସମର୍ଥ । “ସୁସ୍ଥ ଓଡିଶା ସୁଖି ଓଡିଶା” ନାରା ଦେଇ ରାଜ୍ୟବାସୀଙ୍କୁ ନିରାପଦ ପାନୀୟଜଳ ଯୋଗାଣକୁ ଅଗ୍ରାଧିକାର ଦେବା କଥା କହୁଥିବା ସରକାର ପାଣି ମୁନ୍ଦାଏ ପାଇଁ ଦୁଃଖି ମଣିଷର ଯନ୍ତ୍ରଣା ବୁଝିବା ପାଇଁ ଅସମର୍ଥ । ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ୨୦୨୨ ମସିହା ରାଜ୍ୟପାଳଙ୍କ ଅଭିଭାଷଣ ଓ ତତକାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବକ୍ତବ୍ୟରେ ପାନୀୟ ଜଳକୁ ସର୍ବାଧିକ ଅଗ୍ରାଧିକାର ଦିଆଯିବ ଏବଂ ଶତପ୍ରତିଶତ ପରିବାରକୁ ୨୦୨୪ ସୁଦ୍ଧା ଗ୍ରାମୀଣ ଓ ସହରୀ ପରିବାକୁ ଜଳ ଯୋଗାଇ ଦିଆଯିବ ବୋଲି କୁହାଗଲା । ରାଜ୍ୟରେ ଘର ସଂଖ୍ୟା ୮୮ ଲକ୍ଷ ୩୩,୫୩୬ । ପାଇପ ଜଳ ସଂଯୁକ୍ତ ଘର ୨୦୨୨ସୁଦ୍ଧା ୪୪ ପ୍ରତିଶତ ଥିଲାବେଳେ ବର୍ତ୍ତମାନ ୨୦୨୩-୨୪ରେ ଏହା ୫୮ପ୍ରତିଶତ ବୋଲି କୁହାଯାଉଛି । ଅଧିକାଂଶ ଗାଁ ଓ ପଡା ଗାଁରେ ଟ୍ୟାପ ପାଇପର ଜଳ ସଂଯୁକ୍ତ ହୋଇନାହିଁ । ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ବ ବିକାଶ କାହାଣୀ ବୋଲି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।

ସେହିପରି ଦଳ କହିଛି ଓଡିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ । କଲେରା, ଡିସେଂଟ୍ରି ଓ ଡାଇରିଆ ମୃତ୍ୟୁ ପ୍ରଦୂଷିତ ନଦୀ ଓ ପୋଖରୀ ଯୋଗୁଁ ହେଉଛି । ନିକଟରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ପଞ୍ଚଧାରା ଅଞ୍ଚଳର ୪ଟି ଗାଁ(ଧଣ୍ଡାତୋଗା, ବାସୁଦେବପୁର, ଆରାମପୁର, ଅମାସମାବାଶି)ରେ ପାନୀୟ ଜଳ ସଂକଟରୁ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକ କିଡନୀ ରୋଗାକ୍ରାନ୍ତ ହେଲାବେଳେ ୧୮ଜଣଙ୍କ ମୃତ୍ୟୁ ଘଟିଛି । ଅଥଚ ପ୍ରତିଟି ଜୀବନ ମୂଲ୍ୟବାନ ରାଜ୍ୟ ସରକାର କହୁଥିଲା ବେଳେ ଏମାନଙ୍କ ଜୀବନ କ’ଣ ମୂଲ୍ୟହୀନ ? ଏତତ ବ୍ୟତୀତ ବଲାଙ୍ଗିର ଜିଲ୍ଲାର ବ୍ରୁଡା, ବାଦିବାହାଲ, କଦଳୀପାଲି, ଅଗଲାପାଲି, ଭାଲୁପାଲି ଆଦି ଅଂଚଳରେ ୩୦ପ୍ରତିଶତରୁ ଅଧିକ ଲୋକ କିଡନୀ ରୋଗରେ ଆକ୍ରାନ୍ତ । ଏସଂକ୍ରାନ୍ତରେ ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳ ଫ୍ଲୋରାଇଡ ଆଇରନ ପ୍ରଦୂଷିତ ଜଳ ସମସ୍ୟା କାରଣରୁ ଲୋକେ କିଡନୀ ଭଳି ଦୁରାରୋଗ୍ୟ ଭୋଗୁଛନ୍ତି ବୋଲି ବିଜେପି କହିଛି ।

ଅନ୍ୟପଟେ ବିଜେପି ଆହୁରି କହିଛି ଯେ ଗତ ୧୫ ଅଗଷ୍ଟ ୨୦୧୯ ରେ ୭୫ବର୍ଷ ଅମୃତ ମହୋତ୍ସବ ଅବକାଶରେ ପ୍ରଧାନମନ୍ତ୍ରୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ୨୦୨୧-୨୨ ରୁ ୨୦୨୫-୨୬ମଧ୍ୟରେ ପଞ୍ଚଦଶ ଅର୍ଥକମିଶନ ୫୨୮୦ କୋଟି ଗ୍ରାଣ୍ଟ ଆସିଥିଲାବେଳେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଜଳ ଜୀବନ ମିଶନରେ ୧୦,୨୧୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଥିବାବେଳେ ଦୁର୍ଭାଗ୍ୟ ଓ ପରିତାପ ଓ ନିନ୍ଦାର କଥା ରାଜ୍ୟ ସରକାର ୨୦୨୦-୨୧ରେ ୨୦୩କୋଟି, ୨୦୨୧-୨୨ରେ ୮୩୦ କୋଟି, ୨୦୨୨-୨୩ରେ ୧,୮୩୯କୋଟି ଟଙ୍କା ମୋଟ ୨,୮୬୩କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅଯୋଗ୍ୟତା ଓ ଅପାରଗତା କାରଣରୁ ଖର୍ଚ୍ଚ ନହୋଇ ଫେରିଯାଇଛି । ସାଧାରଣ ଲୋକ ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଥିଲାବେଳେ ୨,୮୬୩କୋଟି ଟଙ୍କା ଫେରିଯିବା ସରକାରଙ୍କ ଅପାରଗତା ଓ ସମ୍ବେଦନହୀନତାକୁ ଦର୍ଶାଉ ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେପି ।

ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ପଞ୍ଚଦଶ ଅର୍ଥ କମିଶନ ଓ ଜଳଜୀବନ ମିଶନ ଅର୍ଥ ସମ୍ପର୍କରେ ସାଧାରଣରେ ଉଲ୍ଲେଖ କରିବା ପରିବର୍ତ୍ତେ ବସୁଧା ଯୋଜନାରେ ଲୋଗୋ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପ୍ରଦର୍ଶନ କରିବାରେ ବ୍ୟସ୍ତ ଅଥଚ କେନ୍ଦ୍ର ସରକାରଙ୍କ ଲୋଗୋ ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ । ରାଜ୍ୟ ସରକାର ବିଭିନ୍ନ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯାହାକି ମହାଦୁର୍ନୀତିର ମେଗାଉତ୍ସ । ଏସମ୍ପର୍କରେ ଶହ ଶହ ପ୍ରକଳ୍ପ ମଧ୍ୟରୁ ମେଗା ଦୁର୍ନୀତି ବିଷୟରେ ଗୋଟିଏ ଉଦାହରଣ ଯଥେଷ୍ଟ ହେବ । ଭଦ୍ରକ ଜିଲ୍ଲା, ଚାନ୍ଦବାଲି, ତିହିଡି, ବାସୁଦେବପୁର, ଧାମନଗର ଅଞ୍ଚଳରେ ହାଇଦ୍ରାବାଦ ସ୍ଥିତ ମେଗା ଇଣ୍ଡଷ୍ଟ୍ରି ଆଣ୍ଡ ଇନ୍‌ଫାଷ୍ଟକ୍ଟର କମ୍ପାନୀ ସହ ରାଜ୍ୟ ସରକାର ୨୦୧୯ରେ ଚୁକ୍ତି କରିଥିଲେ । ୨୦୧୪ ଫେବୃୟାରୀ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାରେ ଥିଲେ ମଧ୍ୟ ଧାର୍ଯ୍ୟ ସମୟର ଅଢ଼େଇବର୍ଷ ପରେ ବି ମାତ୍ର ୭୬ପ୍ରତିଶତ ସମ୍ପର୍ଣ୍ଣ ହୋଇଛି । ଦୁର୍ଭାଗ୍ୟର କଥା ପ୍ରକଳ୍ପର ଆକଳନ ମୂଲ୍ୟ ୭୫୦କୋଟି ଟଙ୍କା ଥିଲାବେଳେ ଚୁକ୍ତିର ୯୩ପ୍ରତିଶତ ୬୯୩କୋଟି ଟଙ୍କା ସମ୍ପୃକ୍ତ କମ୍ପାନୀକୁ ଦିଆସରିଛି ।

ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ କାମ ସରିବା ପରେ ୯୦ପ୍ରତିଶତ ଟଙ୍କା ହେବା କଥା । ବାକି ୧୦ ପ୍ରତିଶତ ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସ୍ଥଗିତ ରହିବା ପାଇଁ ନିୟମ ଥିଲାବେଳେ ୨୪ପ୍ରତିଶତ କାମ ବାକି ନହୋଇଥିବାବେଳେ ୯୩ପ୍ରତିଶତ ପେମେଣ୍ଟ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାରର ଜ୍ବଳନ୍ତ ଉଦାହରଣ ନୁହେଁ କି? ରାଜ୍ୟରେ ଶୁଦ୍ଧ ଜଳ ଉତ୍ସ, ଭୂତଳ ଜଳ ଉତ୍ସ ହ୍ରାସ ପାଉଛି, ରାଜ୍ୟ ସରକାର ଶୋଇଛନ୍ତି । ରାଜ୍ୟ ସରକାର ଦାବି କରୁଛନ୍ତି ୯,୬୭୧ଗାଁକୁ ଶତପ୍ରତିଶତ ଟ୍ୟାପଜଳ ଯୋଗାଇ ଦିଆଯାଇଛି । ବାସ୍ତବ ସ୍ଥିତି ଅଲଗା । ସତସାହସ ଥିଲେ ରାଜ୍ୟ ସରକାର ଗୋଟିଏ ଗାଁ ଦେଖାନ୍ତୁ ଯେଉଁଠି ୧୦୦ ପ୍ରତିଶତ ଟ୍ୟାପ ୱାଟର ସପ୍ଲାଏ ହେଉଛି । କେନ୍ଦ୍ର ଜଳଶକ୍ତିମନ୍ତ୍ରଣା ତରଫରୁ ଗତ ୯ ଅକ୍ଟୋବର ୨୦୨୩ରେ ରାଜ୍ୟ ସରକାର ଜଳ ଜୀବନ ମିଶନ କାର୍ଯ୍ୟକ୍ରମକୁ ତ୍ବରାନିତ କରି ପାନୀୟ ଜଳ ଜୀବନକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରନ୍ତୁ ବୋଲି କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣା ତରଫରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଜେପି ଅଭିଯୋଗ କରିଛି ୨୩ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶର ନାରା ବୃଥା । ରାଜ୍ୟ ସରକାର ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ମୁନ୍ଦାଏ ପାଣି ଦେବାରେ ଅସମର୍ଥ । ଯଥାଶୀଘ୍ର ଯୁଦ୍ଧକାଳୀନ ଭିତିରେ ରାଜ୍ୟର ସମସ୍ତ ଗାଁ ଓ ପରିବାରକୁ ଟ୍ୟାପ ୱାଟର ଯୋଗେ ଜଳଯୋଗାଣ କରାଯାଉ । କେନ୍ଦ୍ରୀୟ ଅନୁଦାନର ସମ୍ପୂର୍ଣ୍ଣ ବିନିଯୋଗ ହୋଇନଥିବା ଅର୍ଥ ଓ ସରେଣ୍ଡର ହେଉଥିବା ଅର୍ଥ ପାଇଁ କାର୍ଯ୍ୟାନୁଷ୍ଠାନ କରାଯାଉ । ଫ୍ଲୋରାଇଡ ଓ ପ୍ରଦୂଷିତ ଜଳଉତ୍ସ ଗାଁରେ ଅଗ୍ରାଧିକାର ଭିତିରେ ପାନୀୟ ଜଳଯୋଗାଣ କରାଯାଉ । କେନ୍ଦ୍ରୀୟ ନିର୍ଦ୍ଦେଶ ନାମା ଅନୁସାରେ ପ୍ରତ୍ୟେକ ଗାଁରେ ଗ୍ରାମ୍ୟ ଜଳପରିମଳ କମିଟି ଗଠନ ହେଉ । ମାତ୍ରାଧିକ ଅର୍ଥ ବ୍ୟୟ ବ୍ୟବସ୍ଥା ଓ ଦୁର୍ନୀତି, ଭ୍ରଷ୍ଟାଚାର ବନ୍ଦ କରି ସୁଖି ଓଡିଶା କୁହାଯାଉଥିବା ଦୁଃଖି ଲୋକଙ୍କୁ ମୁନ୍ଦାଏ ପାଣି ଦେବା ପାଇଁ ସର୍ବନିମ୍ନ ଆନ୍ତରିକତା ଓ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ବଳିୟାରସିଂହ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.