ETV Bharat / state

ରାଜ୍ୟ ସରକାରଙ୍କୁ ସମୀରଙ୍କ ପ୍ରଶ୍ନ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କାହିଁକି କମିଟି ହୋଇନାହିଁ ?

author img

By ETV Bharat Odisha Team

Published : Nov 10, 2023, 6:25 AM IST

Ratna Bhandar Issue:ଏକ ଭିଡିଓ ଯୋଗେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ରତ୍ନ ଖୋଲିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେପ୍ଟେମ୍ବର ୨୯ରେ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କାହିଁକି ଏଯାଏଁ କମିଟି ହୋଇନି ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି କାହିଁକି କମିଟି ହୋଇନାହିଁ: ସମୀର

ଭୁବନେଶ୍ବର: କଂଗ୍ରେସ ସ୍ବରରେ ସ୍ବର ମିଶାଇଛି ବିଜେପି । କଂଗ୍ରେସ ଦାବି ଯଥାର୍ଥ ବୋଲି ବିଜେପି କହିଛି । ଶ୍ରୀମନ୍ଦିର ସୁରକ୍ଷା, ରତ୍ନଭଣ୍ଡାର ଖୋଲିବା ଏବଂ ଚାରି ଦ୍ଵାର ଖୋଲିବା ନେଇ ଆଜି କଂଗ୍ରେସ କରିଥିଲା ସଂକୀର୍ତ୍ତନ ସତ୍ୟାଗ୍ରହ । ଏହାକୁ ସମର୍ଥନ କରିଛି ବିଜେପି । ବିଜେପି କହିଛି ରତ୍ନଭଣ୍ଡାର ସୁରକ୍ଷା ପାଇଁ ସରକାର କାହିଁକି ଚୁପ? ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ ଏଯାଏଁ କମିଟି ହୋଇନାହିଁ ।

ଏକ ଭିଡିଓ ଯୋଗେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, "ସେପ୍ଟେମ୍ବର ୨୯ରେ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ । କାହିଁକି ଏ ଯାଏଁ କମିଟି ହୋଇନି। ଆଉ ଏହାକୁ ନେଇ ରାଜ୍ୟ ସରକାର ନିରବ କାହିଁକି ? ୪୫ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଇନି କି କୌଣସି ଇନଭେଣ୍ଟରି କରାଯାଇନାହିଁ। ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଲୋକଙ୍କ ଦ୍ବନ୍ଦ୍ଵ ଦୂର କରାଯାଉ। ଗଜପତି ମଧ୍ୟ ବିଭିନ୍ନ ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ କହୁଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ବିଜେପି ଭେଟି ଏସମ୍ପର୍କରେ ଅବଗତ କରିଛି । ତାପରେ ବି ରାଜ୍ୟ ସରକାର ନିରବ କାହିଁକି ?"

ଅଧିକ ପଢନ୍ତୁ- ଜଗନ୍ନାଥ ସଂସ୍କୃତିକୁ ପ୍ରସଙ୍ଗ କରିବ କି କଂଗ୍ରେସ, ସଂକୀର୍ତ୍ତନ ଶୋଭାଯାତ୍ରା ସଂକେତ କି ?

ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ କରିବାକୁ ନେଇ ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ କିଛି ଦିନ ତଳେ ବିଜେପି କହିଥିଲା ଏହା ରାଜ୍ୟ ସରକାରଙ୍କର ଯୋଜନା ବଦ୍ଧ ଷଡ଼ଯନ୍ତ୍ର ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ରାଜ୍ୟ ସରକାରଙ୍କର । କେବଳ ସୁପାରିଶ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ଵତନ୍ତ୍ର ଆଇନ୍‌ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କଠାରୁ କ୍ଷମତା ନେଇଗଲେ । ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ସମ୍ପୂର୍ଣ୍ଣ ସରକାରଙ୍କର । ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟ ସରକାର ଯଥାଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନକଲେ, ବିଜେପି ଖୁବଶୀଘ୍ର ପୁଣି ହାଇକୋର୍ଟରେ କଣ୍ଟେମ୍ପ୍ଟ୍‌ ଅଫ୍‌ କୋର୍ଟ ଫାଇଲ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.