ETV Bharat / state

ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି କି ଓଡିଶା: ବିଜେପି

author img

By ETV Bharat Odisha Team

Published : Nov 16, 2023, 8:23 PM IST

ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ ଲୁଟକୁ ବରଦାସ୍ତ କରାଯିବ ନାହିଁ । ଟାଟା ପାୱାର ବିତରଣ ଦାୟିତ୍ଵ ନେଲା ବେଳେ ବିଦ୍ୟୁତ ଭିତ୍ତିଭୂମିର ମୂଲ୍ୟ 1500 କୋଟି ଟଙ୍କା ବୋଲି କହିଲା । କିନ୍ତୁ ରାଜ୍ୟ ସରକାର 20 ହଜାର କୋଟି ଟଙ୍କା ଭିତ୍ତିଭୂମିରେ ଖର୍ଚ୍ଚ ହୋଇଛି ବୋଲି କହୁଛନ୍ତି । ଅଧିକ ପଢନ୍ତୁ

ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି କି ଓଡିଶା: ବିଜେପି
ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି କି ଓଡିଶା: ବିଜେପି
ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି କି ଓଡିଶା: ବିଜେପି

ଭୁବନେଶ୍ବର: ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି ଓଡ଼ିଶା । ଓଡିଆ ଖାଉଟି ହେଉଛନ୍ତି ଲୁଟର ଶିକାର । ରାଜ୍ୟରେ ଉପଭୋକ୍ତଙ୍କ ଉପରେ ଜୁଲମ କରୁଛି ଓଇଆରସି । ସର୍ବ ଭାରତୀୟ ସ୍ତରରେ ଖାଉଟି ଯେତିକି ବିଦ୍ୟୁତ ଶୁଳ୍କ ଦେଉଛନ୍ତି ତାଠାରୁ ଓଡ଼ିଶାର ଉପଭକ୍ତା 80 ପଇସା ଅଧିକ ଶୁଳ୍କ ଦେଉଛନ୍ତି । ଏହା ଲୁଟ ନୁହେଁତ ଆଉ କଣ । ରାଜ୍ୟର ବିଦ୍ୟୁତ ବିତରଣ ଓ ଦରକୁ ନେଇ ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ।

ସତ୍ୟବ୍ରତ ପଣ୍ଡା କହିଛନ୍ତି, ‘‘କେନ୍ଦ୍ର ସରକାରଙ୍କ କୋଇଲା ଏବଂ ଶକ୍ତି ମନ୍ତ୍ରଣାଳୟର 2021 ଜାନୁଆରୀ 5ରେ ପ୍ରକାଶିତ ହୋଇଥିବା ସଂଶୋଧିତ ନୀତି ଅନୁସାରେ ଯେଉଁ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପିତ ହେବ । ଉତ୍ପାଦିତ ବିଦ୍ୟୁତରୁ 50 ପ୍ରତିଶତ ରାଜ୍ୟ ନେବ । ତେବେ ସୁନ୍ଦରଗଡ଼ର ତଲବିରା ଠାରେ ନାଭେଲି ଲିଗନାଇଟ କର୍ପୋରେସନ 3200 ମେଗାୱାଟର ପାୱାର ପ୍ଲାଣ୍ଟ କରୁଛି । ଆଉ ଏଥିରୁ 1600 ମେଗା ୱାଟ ବିଦ୍ୟୁତ କମ ଦରରେ ଓଡ଼ିଶା ପାଇବା ଉଚିତ । କିନ୍ତୁ ଓଡ଼ିଶାକୁ ମାତ୍ର 800 ମେଗା ୱାଟ ମିଳୁଛି । ବାକି 800 ମେଗା ୱାଟ ଯାଉଛି କୁଆଡେ? 3200 ମେଗାୱାଟରୁ 1500 ମେଗାୱାଟ ତାମିଲନାଡୁକୁ ଦିଆଯାଉଛି । ଏହାକୁ ଲୁଟ କୁହାଯିବ ନାହିଁ ତ କଣ କୁହାଯିବ ? ତାମିଲନାଡୁର ଗୋଟିଏ ଦମ୍ପତି ରାଜ୍ୟ ସରକାରଙ୍କୁ ମୁଣ୍ଡ ଜାମିନରେ ରଖିଛି । ଏହି ଚୁକ୍ତିର ତର୍ଜମା କରିବା ପାଇଁ ଓଇଆରସିର କ୍ଷମତା ଅଛି । କିନ୍ତୁ କାହିଁକି ନୀରବ ଓଇଆରସି ? ଏ ଲୁଟ ପ୍ରତିଦିନ ପ୍ରତି ଓଡିଆଙ୍କ ପାଖରୁ ହେଉଛି । ଓଡ଼ିଶା ଭାରତର ସବୁଠୁ ମହାଙ୍ଗା ରାଜ୍ୟ ବୋଲି ଗ୍ଲୁମବର୍କ ରିପୋର୍ଟ ଦେଇଛି । ଏହାସତ୍ବେ ଓଇଆରସି ଚୁପ’’ ।

ଅଧିକ ପଢନ୍ତୁ- ରାଜ୍ୟର ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ସେହିପରି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ବିଦ୍ୟୁତ ବିଭ୍ରାଟ ଓ ବିଦ୍ୟୁତ ଲୁଟକୁ ବରଦାସ୍ତ କରାଯିବ ନାହିଁ । ଟାଟା ପାୱାର ବିତରଣ ଦାୟିତ୍ଵ ନେଲା ବେଳେ ବିଦ୍ୟୁତ ଭିତ୍ତିଭୂମିର ମୂଲ୍ୟ 1500 କୋଟି ଟଙ୍କା ବୋଲି କହିଲା । କିନ୍ତୁ ରାଜ୍ୟ ସରକାର 20 ହଜାର କୋଟି ଟଙ୍କା ଭିତ୍ତିଭୂମିରେ ଖର୍ଚ୍ଚ ହୋଇଛି ବୋଲି କହୁଛନ୍ତି । ଅର୍ଥାତ ସରକାର 18500 କୋଟି ଟଙ୍କା ଲୁଟ କରିବା କଥା ନିଜେ ସ୍ବୀକାର କରି ନେଇଛନ୍ତି । ଓଇଆରସି ବଡ ଅଫିସର ମାନଙ୍କର ଥଇଥାନ କେନ୍ଦ୍ର ପାଲଟିଛି । ଓଇଆରସି ଖାଉଟିଙ୍କ ସ୍ବାର୍ଥ କଥା ଚିନ୍ତା କରୁ ନାହିଁ । ତଥ୍ୟ ଅନୁଯାଇ ସର୍ବ ଭାରତୀୟ ସ୍ତରରେ ଖାଉଟି ଯେତିକି ବିଦ୍ୟୁତ ଶୁଳ୍କ ଦେଉଛନ୍ତି ତାଠାରୁ ଓଡ଼ିଶାର ଖାଉଟି 80 ପଇସା ଅଧିକ ଶୁଳ୍କ ଦେଉଛନ୍ତି ।

ସେହିଭଳି ମୁଜାଫରପୁର, ପହଲଗାଁଓ, ନବୀନ ନଗର ଏବଂ ଓପିଜିସିକୁ ତିନି ବର୍ଷରେ 1250 କୋଟି ଟଙ୍କା ଦେଇଛି ଓଡ଼ିଶା ସରକାର । ଗ୍ରିଡକୋର ଭୁଲ ଚୁକ୍ତି ଯୋଗୁଁ 1250 କୋଟି ଟଙ୍କା ଦେଉଛି ଓଡ଼ିଶା । ଗୋଟିଏ ୟୁନିଟ ବି ବିଦ୍ୟୁତ ନନେଇ ମଧ୍ୟ 1250 କୋଟି ଟଙ୍କା ଦେୟ ଦେଉଛି ଓଡ଼ିଶା । ଏଭଳି ରାଜ୍ୟ ସ୍ବାର୍ଥ ବିରୋଧୀ ଚ୍ୟୁକ୍ତିର ତର୍ଜମା ଓ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ଅନୁଯାୟୀ ବିଦ୍ୟୁତ ନିୟାମକ ଆୟୋଗକୁ ଅଧିକାର ପ୍ରଦାନ କରିଛି । କିନ୍ତୁ କେଉଁ ଏକ ଅଜଣା କାରଣରୁ ଆୟୋଗ ସନ୍ଦେହଜନକ ନିରବତା ଅବଲମ୍ବନ କରୁଛି । ଏକ ତାମିଲନାଡୁ ଦମ୍ପତି ରାଜ୍ୟର ଶାସନ ମୁଖ୍ୟ ଓ ପ୍ରଶାସନିକ ବ୍ୟବସ୍ଥାକୁ ମୁଣ୍ଡ ଜାମିନ ରଖି ଏହି ରାନସମ ଆଦାୟ କରୁଛି ବୋଲି ଅଭିଯୋଗ କରିଛି ବିଜେପି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.