ETV Bharat / state

ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢିବା ଦରକାର, କିନ୍ତୁ ସରକାରଙ୍କ ନୁହେଁ: ମନମୋହନ ସାମଲ

author img

By ETV Bharat Odisha Team

Published : Oct 15, 2023, 4:40 PM IST

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢୁ, ହେଲେ ସରକାରର ନୁହେଁ । ଅଧିକ ପଢନ୍ତୁ

Manmohan Samal
Manmohan Samal
ମୁଖ୍ୟମନ୍ତ୍ରୀଙ୍କର ଆୟୁଷ ବଢିବା ଦରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ । ଏଣୁ ତାଙ୍କ ଆୟୁଷ ବଢିବା ଦରକାର । କିନ୍ତୁ ସରକାରର ଆୟୁଷ ନ ବଢିବା ଦରକାର । 120 ବର୍ଷ ବଞ୍ଚନ୍ତୁ ମୁଖ୍ୟମନ୍ତ୍ରୀ ନବୀନ । ସୁସ୍ଥ ହୋଇ ବଞ୍ଚିବା ଉଚିତ୍ । ତାଙ୍କୁ ଭଗବାନ ଆୟୁଷ ଦିଅନ୍ତୁ । ଏପରି ଢଙ୍କରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମନମୋହନ ।

ସେ କହିଛନ୍ତି, "ସେ ଆମ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ । ଆୟୁଷ ସମସ୍ତଙ୍କର ବଢିବା ଦରକାର, କିନ୍ତୁ ସରକାରର ନୁହେଁ । 120 ବର୍ଷ ବଞ୍ଚନ୍ତୁ ମୁଖ୍ୟମନ୍ତ୍ରୀ ନବୀନ । ସୁସ୍ଥ ହୋଇ ବଞ୍ଚିବା ଉଚିତ । ତାଙ୍କୁ ଭଗବାନ ଆୟୁଷ ଦିଅନ୍ତୁ । ଭଗବାନ ଭଲ ଶାସନ ଦିଅନ୍ତୁ । ବିଜେପି ଶାସନ ଓଡ଼ିଶାରେ ହେଉ ଏବଂ 5 ବର୍ଷ ଲୋକ ଶାସନର ଫରକ ଦେଖନ୍ତୁ । ଯେବେ ନିର୍ବାଚନ ହେଲେ ବି ଶାସନ ବିଜେପିର ହେବ । ଓଡ଼ିଶାର ମାଲିକ ହେଉଛନ୍ତି ସାଧାରଣ ଲୋକ । ସାଧାରଣ ଲୋକ ମନ ସ୍ଥିର କରି ସାରିଛନ୍ତି । ସରକାର ପରିବର୍ତ୍ତନ କରି ବିଜେପିକୁ ସରକାରକୁ ଆଣିବେ ।"

ଏହା ବି ପଢନ୍ତୁ- ସ୍ୟାଣ୍ଡ ଆନିମେସନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶ୍ରୀଧର

ବିଜେଡି ଶାସନ ବ୍ୟବସ୍ଥାକୁ ତାତ୍ସଲ୍ୟ କରି ମନମୋହନ କହିଛନ୍ତି, "ଶାସନ ବୋଲି ଓଡ଼ିଶାରେ କିଛି ନାହିଁ । ଯେଉଁଠି ଶାସନ ନାହିଁ ବ୍ୟବସ୍ଥା କେଉଁଠୁ ଆସିବ । 24 ବର୍ଷରେ ଯିଏ ଓଡ଼ିଶାର ବିକାଶ କରି ପାରିଲେ ନାହିଁ । ସେ ଆଉ କଣ କରିବେ । କଥାରେ ଅଛି ଯାହା ନହେବ ବାଲ୍ୟ କାଳେ ତାହା ନହେବ ପାଚିଲା ବାଳେ । ଯାହା 24 ବର୍ଷରେ ହେଲା ନାହିଁ, ସେ ନେଇ ଆଉ କିଛି ଆଶା କରିବା ଉଚିତ ନୁହେଁ । ଆଶାର ମରୀଚିକା ପଛରେ ଦୌଡ଼ି ଦୌଡ଼ି ଲୋକଙ୍କର 24 ବର୍ଷ ହୋଇଗଲାଣି । ଓଡ଼ିଶାର ଲୋକ ବହୁତ ନିରାଶ ଏବଂ ହତାଶରେ ଅଛନ୍ତି । "

ରାଜ୍ୟରେ ପ୍ରଚୁର ସମ୍ଭାବନା ଓ ପ୍ରଚୂର୍ଯ୍ୟ ଅଛି, କିନ୍ତୁ କିଛି ହୋଇପାରୁନାହିଁ । ପାଣି ଅଛି କିନ୍ତୁ ଲୋକ ପାଣି ପିଇବାକୁ ପାଉନାହାନ୍ତି । କେନ୍ଦ୍ର ମେଗା ୱାଟର ଦେଲା କିନ୍ତୁ ଓଡ଼ିଶା ସରକାର କରି ପାରୁନାହାନ୍ତି । କରିବାର ଇଚ୍ଛା ଶକ୍ତି ନାହିଁ । ଓଡ଼ିଶାରେ ସେଥିପାଇଁ ବହୁତ ପଛରେ ଅଛି । ପ୍ରଧାନମନ୍ତ୍ରୀ ପୁରୀରୁ ଲଢିବା ନେଇ ଚର୍ଚ୍ଚା ହେଇଛି। ତାହା ପାର୍ଲିଆମେଣ୍ଟାରି ନିଷ୍ପତ୍ତି ଯାହା ନେବ ତାହା ହେବ। ସାଧାରଣ ନିର୍ବାଚନ ଆହୁରି ସମୟ ଅଛି । ଫେବୃଆରୀ ମାସ ଶେଷ ସୁଦ୍ଧା ଜଣାପଡ଼ିଯିବ ବୋଲି କହିଛନ୍ତି ମନମୋହନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.