ETV Bharat / state

ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ

ଜୟ ଆହୁରି କହିଛନ୍ତି ରାଜ୍ୟରେ ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ତେଣୁ ଏସଂପର୍କରେ ସ୍ମାରକ ପତ୍ର କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ଦେବେ ଦଳୀୟ ବିଧାୟକ । ସେହିପରି ରାଷ୍ଟ୍ରପତିଙ୍କୁ ଭେଟି ଓଡିଶାରେ ଜଣେ ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ କହିବୁ । ଅଧିକ ପଢନ୍ତୁ

ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ
ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ
author img

By ETV Bharat Odisha Team

Published : Oct 12, 2023, 7:33 PM IST

ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ

ଭୁବନେଶ୍ବର: ଓଡିଶାରେ ସମ୍ବିଧାନ ଅନୁସାରେ ସରକାର ଚାଲୁନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଏଠି ସବୁ ଦଳୀୟ ଭିତ୍ତିରେ କାମ କରୁଛନ୍ତି । ଓଡିଶାରେ ବ୍ୟାପକ ଦୁର୍ନୀତି ଚାଲିଛି । ସରକାରୀ ସମ୍ପତ୍ତିର ଲୁଟ ହେଉଛି । ଏ ସଂପର୍କରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ସ୍ମାରକ ଦେବୁ । ଓଡିଶାକୁ ସିବିଆଇ ଇଡି ପଠାଇବାକୁ ଦାବି କରିବୁ । ଏନେଇ ଦଳର ସମସ୍ତ ବିଧାୟକ ଖୁବଶୀଘ୍ର ଦିଲ୍ଲୀ ଯିବୁ । ଆଜି ଏଭଳି ସୂଚନା ଦେଇ ପୁଣି ଥରେ ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ଆଜି ବିରୋଧୀ ଦଳ ନେତା କହିଛନ୍ତି,‘‘ଓଡିଶାରେ ସମ୍ବିଧାନ ଅନୁସାରେ ସରକାର ଚାଲୁନାହିଁ । ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଏଠି ସବୁ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ଓଡିଶାରେ ବ୍ୟାପକ ଦୁର୍ନୀତି ଚାଲିଛି । ସରକାରୀ ସମ୍ପତ୍ତିର ଲୁଟ ହେଉଛି । ଏ ସଂପର୍କରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ସ୍ମାରକ ଦେବୁ । ଓଡିଶାକୁ ସିବିଆଇ ଇଡି ପଠାଇବାକୁ ଦାବି କରିବୁ । ଏନେଇ ଦଳର ସମସ୍ତ 22ଜଣ ବିଧାୟକ ଖୁବଶୀଘ୍ର ଦିଲ୍ଲୀଯିବୁ । ତାରିଖ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ଖୁବଶୀଘ୍ର ଦିଲ୍ଲୀ ଯାଇ ସମସ୍ତଙ୍କୁ ସାକ୍ଷାତ କରିବୁ । ଏପରି ଜାତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଭେଟିବୁ। ’’

ଜୟ ଆହୁରି କହିଛନ୍ତି ରାଜ୍ୟରେ ପିଅନ ଠାରୁ ଆରମ୍ଭ କରି ଆଇଏଏସ ପର୍ଯ୍ୟନ୍ତ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ତେଣୁ ଏସଂପର୍କରେ ସ୍ମାରକ ପତ୍ର କେନ୍ଦ୍ର ଗୃହ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତିଙ୍କୁ ଦେବେ ଦଳୀୟ ବିଧାୟକ । ସେହିପରି ରାଷ୍ଟ୍ରପତିଙ୍କୁ ଭେଟି ଓଡିଶାରେ ଜଣେ ସଚିବଙ୍କ ବିଷୟରେ ହସ୍ତକ୍ଷେପ କରିବା ପାଇଁ କହିବୁ । ଅମିତ ଶାହଙ୍କୁ ଭେଟି ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି, ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଜଣାଇବୁ । ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସଂପୂର୍ଣ୍ଣ ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା ବି କରିବୁ।

ଅଧିକ ପଢନ୍ତୁ- ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶାରେ ବ୍ୟାପକ ଦୁର୍ନୀତି ହେଉଛି। ସରକାରୀ ସ୍ତରରେ ବି ବ୍ୟାପକ ଦୁର୍ନୀତି ହେଉଛି। ତେଣୁ ଅନ୍ୟ ରାଜ୍ୟକୁ ଇଡି, ସିବିଆଇ ଯାଉଛି । ଓଡ଼ିଶାକୁ କାହିଁକି ଇଡି ଓ ସିବିଆଇ ଆସୁନାହିଁ । ଓଡ଼ିଶାକୁ ଆସନ୍ତୁ ବୋଲି ପ୍ରମୁଖ ଦାବି ନେଇ ବିଜେପି ବିଧାୟକ ମାନେ ଭେଟିବେ । ଓଡିଶାକୁ ଇଡି ଓ ସିବିଆଇ ଆସିଲେ ସବୁ ପୋଲ ଖୋଲିଯିବ। ଆଗକୁ ଆସୁଛି ନିର୍ବାଚନ। ଏହାକୁ ଆଖି ଆଗରେ ରଖି ଆମେ ମାନେ ଦିଲ୍ଲୀ ଯିବୁ । ଏହା ସହିତ ଏଥର ନିର୍ବାଚନ କିପରି ନିରପେକ୍ଷ ହେବ ସେ ବିଷୟରେ ଆଲୋଚନା କରିବୁ ବୋଲି ଜୟ କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳନେତାଙ୍କ ନେତୃତ୍ବରେ ବିଜେପି ବିଧାୟକଙ୍କ ସାମ୍ଭାବ୍ୟ ଦିଲ୍ଲୀ ଗସ୍ତକୁ ନେଇ କଡା ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି ‘‘ଓଡ଼ିଶା ସରକାରଙ୍କ ସଫଳତାକୁ ବିରୋଧୀ ସହି ପାରୁନଥିବାରୁ ଏପରି କରୁଛନ୍ତି । ବିରୋଧୀ ଦଳର ସ୍ବାଧୀନତା ରହିଛି । ଅଭିଯୋଗ କରିବାକୁ କାହାକୁ ମନା ନାହିଁ । ଅଭିଯୋଗ କରି ବିରୋଧୀ ଆମକୁ ଆଗକୁ ବଢ଼ାଉଛନ୍ତି । ଭୋଟ, ସିଟ ସଂଖ୍ୟା ବିଜେଡିର ବଢୁଛି । ନିର୍ବାଚନ ଫଳାଫଳ ଆମ ପକ୍ଷରେ ଯାଉଛି । ଅଭିଯୋଗର ଆଧାର ରହିବା ଦରକାର । ନିରାଧାର ଭାବେ ଅଭିଯୋଗ କଲେ ହେବନାହିଁ । ଓଡିଶା ଭଳି ଏକ ଆଞ୍ଚଳିକ ରାଜ୍ୟ ବିଭିନ୍ନ ଦୃଷ୍ଟିରୁ କେନ୍ଦ୍ର ଅବହେଳାର ଶିକାର ହୋଇଛି । ରାଜ୍ୟରେ ଦଳ ମତ ନିର୍ବିଶେଷରେ ହେଉଥିବା ନିଷ୍ପତ୍ତିକୁ କେନ୍ଦ୍ର ସରକାର ଭୃକ୍ଷେପ କରୁନାହାଁନ୍ତି ।’’

ଧାନର ସହାୟକ ମୂଲ୍ୟ ଏଯାଏଁ 2930 ହେଲାନାହିଁ । ଯେଉଁ ପରିମାଣରେ ରାଜ୍ୟରୁ ରାଜସ୍ବ ସଂଗ୍ରହ ହେଉଛି, ସେହି ପରିମାଣରେ ରାଜ୍ୟକୁ ସହାୟତା ମିଳୁନାହିଁ । ରାଜ୍ୟ ରାଜପଥ ଦୂରାବସ୍ଥାର ସମ୍ମୁଖୀନ ହୋଇଛି । ଏ ସବୁ କଥାକୁ ଭୁଲି ଯାଇଛନ୍ତି ବିରୋଧୀ । ଓଡିଶାର ସ୍ବାର୍ଥ ସଂକ୍ରାନ୍ତିୟ ସ୍ବତନ୍ତ୍ର ବା ଫୋକ୍ସ ଷ୍ଟେଟ ଦାବି ପୂରଣ ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ହୁଅନ୍ତା । ଏହା ସ୍ୱତେ ରାଜ୍ୟରେ ନବୀନ ସରକାରର ସଫଳତାକୁ ଭୁଲି ଯାଇଛନ୍ତି ବିରୋଧୀ । ଓଡ଼ିଶା ସରକାରର ସଫଳତାକୁ ବିରୋଧୀ ସହି ପାରୁ ନାହାଁନ୍ତି । ଏ କଥା ଜନସାଧାରଣ ବୁଝି ସାରିଛନ୍ତି ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଖୁବଶୀଘ୍ର ଦିଲ୍ଲୀ ଯିବାକୁ ବାହାରିଛନ୍ତି ବିଜେପି ବିଧାୟକ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଦିଲ୍ଲୀ ଯିବେ 22 ବିଧାୟକ । ତାରିଖ ନିର୍ଘଣ୍ଟ ହୋଇନଥିବାବେଳେ ଖୁବଶୀଘ୍ର ଦିଲ୍ଲୀ ଯିବେ ବିଜେପି ବିଧାୟକ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ନିର୍ବାଚନ ଆୟୋଗଙ୍କୁ ଭେଟିବେ ବିଜେପି ବିଧାୟକ ଦଳ । ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉଜୁଡି ପଡିଥିବା ବିଜେପି ବିଧାୟକ ଦାବିପତ୍ର ପ୍ରଦାନ କରିବେ । ଯାହାକୁ ନେଇ ଏ ରାଜନୀତି ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.