ETV Bharat / state

ଆଭା ନମ୍ବର ସଂଯୋଗରେ ଓଡିଶା ଦେଶରେ ପ୍ରଥମ, ପୁରସ୍କୃତ କଲେ କେନ୍ଦ୍ର ସରକାର - ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ନମ୍ବର (ABHA ID) ସଂଯୋଗରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ଭାରତର ଶ୍ରେଷ୍ଠ ୧୦ ଜିଲ୍ଲା ମଧ୍ୟରେ ସବୁ ଜିଲ୍ଲା ଓଡ଼ିଶାର ଥିବାରୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ

ଆଭା ନମ୍ବର ସଂଯୋଗରେ ଓଡିଶା ଦେଶରେ ପ୍ରଥମ, ପୁରସ୍କୃତ କଲା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

author img

By

Published : Dec 10, 2022, 10:02 PM IST

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ବା ‘ଆଭା’ ନମ୍ବର ସଂଯୋଗରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ଭାରତର ଶ୍ରେଷ୍ଠ ୧୦ ମାନ୍ୟତା ରହିଥିବା ଜିଲ୍ଲାର ଓଡ଼ିଶାର ରହିଛି । ଏହି ଆକାଉଣ୍ଟ ଖୋଲିବା ଦ୍ବାରା ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଞ୍ଜୀକରଣ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଭାରତର ଶ୍ରେଷ୍ଠ ୧୦ ଜିଲ୍ଲା ମଧ୍ୟରେ ସବୁ ଜିଲ୍ଲା ଓଡ଼ିଶାର ଥିବାରୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି ।

ଆଭା ନମ୍ବର ସଂଯୋଗରେ ଓଡିଶା ଦେଶରେ ପ୍ରଥମ, ପୁରସ୍କୃତ କଲା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ
ଆଭା ନମ୍ବର ସଂଯୋଗରେ ଓଡିଶା ଦେଶରେ ପ୍ରଥମ, ପୁରସ୍କୃତ କଲା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

ତେବେ ସରକାରଙ୍କ ଦ୍ଵାରା ୨୧.୯୦ ଲକ୍ଷ ଆଭା ଆକାଉଣ୍ଟ (ABHA ID) ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ରାଜ୍ୟରେ ଏହା ୪୩, ୬୧, ୮୯୫ ସଂଖ୍ୟାରେ ABHA ID ସୃଷ୍ଟି କରିଛି। ଯେପରିକି NCD ପୋର୍ଟାଲ, RCH ପୋର୍ଟାଲ, ଇ-ସଞ୍ଜୀବନୀ, PMNDP। ଫଳସ୍ବରୂପ ଓଡିଶା ଭାରତର ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଭାରତର ଶ୍ରେଷ୍ଠ ୧୦ ମାନ୍ୟତା ଜିଲ୍ଲା ରାଜ୍ୟ ଓଡିଶାର (ଭଦ୍ରକ, ଯାଜପୁର , କଟକ, ଗଞ୍ଜାମ, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରାପଡା, ବାଲେଶ୍ବର, ପୁରୀ, କେନ୍ଦୁଝର) ରହିଛି ।

ଆଭା ଆକାଉଣ୍ଟ କିପରି ଲାଭଦାୟକ ?

ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ ବା ‘ଆଭା’ ଏକ ୧୪ ଟିକିଆ ଡିଜିଟାଲ ନମ୍ବର। ଏହି ଆକାଉଣ୍ଟ ଖୋଲିବା ପାଇଁ ଜଣେ ବ୍ୟକ୍ତିଙ୍କ ଆଧାର ନମ୍ବର ସଂଯୋଗ କରିବାକୁ ପଡ଼ିଥାଏ । ଏହା ଜରିଆରେ ଦେଶର ଯେକୌଣସି ସ୍ବାସ୍ଥ୍ୟ ଅନୁଷ୍ଠାନରେ ପଞ୍ଜୀକରଣ କରିବା ସହଜ ହେବ। ଯାହାଫଳରେ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଞ୍ଜୀକରଣ ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଏହାସହ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଏହି ନମ୍ବର ଜରିଆରେ ମିଳିପାରିବ। ‘ଆଭା’ ଆକାଉଣ୍ଟ ଖୋଲିବା ପାଇଁ ରାଜ୍ୟ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି। ନଭେମ୍ବର ୧୧ ତାରିଖରୁ ଚଳିତମାସ ୧୧ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଅଭିଯାନରେ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ‘ଆଭା’ ଆକାଉଣ୍ଟ ଖୋଲା ଯାଉଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.