ETV Bharat / state

ପବନ ଶକ୍ତି ବିକାଶ ଓଡ଼ିଶାର ଲକ୍ଷ୍ୟ: ୫୭୫ ମେଗାୱାଟ ପ୍ରକଳ୍ପରେ ୪୯୪୦ କୋଟି ବିନିଯୋଗ ପ୍ରତିଶ୍ରୁତି

ଓଡ଼ିଶା ୱିଣ୍ଡ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ । ୫୭୫ ମେଗାୱାଟ ୱିଣ୍ଡ ଏନର୍ଜି ପ୍ରକଳ୍ପରେ ୪୯୪୦ କୋଟି ବିନିଯୋଗ ପ୍ରତିଶ୍ରୁତି ଦେଲା ଓଡ଼ିଶା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 4, 2023, 7:26 AM IST

Updated : Nov 4, 2023, 2:17 PM IST

ଓଡ଼ିଶା ୱିଣ୍ଡ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ
ଓଡ଼ିଶା ୱିଣ୍ଡ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର: ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ଲାଗି ଗ୍ରୀଡକୋ ପକ୍ଷରୁ ଓଡ଼ିଶା ୱିଣ୍ଡ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ହୋଇଛି । ଏଥିରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ ୨୫ଟି ସଂସ୍ଥା ଯୋଗ ଦେଇଥିଲେ । ଏହି ଶକ୍ତି ଉତ୍ପାଦନ ଏବଂ ୱିଣ୍ଡ ଟର୍ବାଇନ ନିର୍ମାଣକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ସମ୍ମିଳନୀ ସହାୟକ ହୋଇଛି । ପବନ ଶକ୍ତି ବିକାଶ କ୍ଷେତ୍ରରେ ମୋଟ ୫୭୫ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ୪୯୪୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ମିଳିଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପବନ ଶକ୍ତି ଶିଳ୍ପକୁ ବ୍ୟାପକ ସହାୟତା ପ୍ରଦାନ କରିବା ସହ ରାଜ୍ୟରେ ଅକ୍ଷୟ ଶକ୍ତି ପାୱାର ପ୍ଲାଣ୍ଟ ଏବଂ ମ୍ୟାନୁଫ୍ୟାକଚରିଂ ହବ ପ୍ରତିଷ୍ଠା ନେଇ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଗ୍ରୀଡକୋର ଅଧ୍ୟକ୍ଷ ବିଶାଲ କୁମାର ଦେବ କହିଛନ୍ତି ଯେ, ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଓ ଶିଳ୍ପ ନୀତି-୨୦୨୨ ଆଧାରରେ ରାଜ୍ୟରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଉପସ୍ଥିତ ନିବେଶକମାନଙ୍କୁ ଉତ୍ସାହିତ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ପବନ ଶକ୍ତି ବିକାଶ କ୍ଷେତ୍ରରେ ମୋଟ ୫୭୫ ମେଗାୱାଟ କ୍ଷମତା ବିଶିଷ୍ଟ ପ୍ରକଳ୍ପ ପାଇଁ ୪୯୪୦ କୋଟି ଟଙ୍କା ବିନିଯୋଗ କରିବେ ବୋଲି ନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଓଡ଼ିଶା ଫର ସିଲିକନ-୨୦୨୩ର ସଫଳ ଆୟୋଜନ; 3 ଏମଓୟୁ ସ୍ବାକ୍ଷରିତ

କେନ୍ଦ୍ର ସରକାରଙ୍କ ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଦୀନେଶ ଦୟାନନ୍ଦ ଜଗଦଲେ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ଦିଗରେ ଓଡ଼ିଶା ସରକାରଙ୍କ ସକ୍ରିୟ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଉଇଣ୍ଡ ଏନର୍ଜି (ଏନଆଇଡବ୍ୟୁଇ)ର ମହାନିର୍ଦ୍ଦେଶକ ଡକ୍ଟର ରାଜେଶ କଟ୍ୟାଲ କହିଛନ୍ତି ଯେ, ରାଜ୍ୟରେ ପବନ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର ପାଇଁ ଏନଆଇଡବ୍ୟୁଇ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯିବ । ଇଡକୋ ତଥା ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ରାଜ୍ୟରେ ପବନ ଶକ୍ତି ପ୍ରକଳ୍ପର ଅଭିବୃଦ୍ଧି ତଥା ଏହାର ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସମ୍ମିଳନୀରେ କାଉନସିଲ ଅନ ଏନର୍ଜି ଏନଭାଇରନମେଣ୍ଟ ଆଣ୍ଡ ୱାଟର (ସିଇଇଡବ୍ଲୁ) ପକ୍ଷରୁ ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନା ସମ୍ପର୍କିତ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ।

ସେହିପରି ଗ୍ରୀଡକୋର ବୈଷୟିକ ସହଯୋଗୀ ସଂସ୍ଥା ଆଇ-ଫରେଷ୍ଟ ମଧ୍ୟ ପବନ ଶକ୍ତି କ୍ଷେତ୍ରର ବିକାଶ ଦିଗରେ ରାଜ୍ୟର ପ୍ରସ୍ତୁତି ଓ ପ୍ରତିବଦ୍ଧତା ସଂପର୍କରେ ଏକ ବିସ୍ତୃତ ବିବରଣୀ ଦେଇଛି । ଗ୍ରୀଡକୋ ଓ ଇପିକଲ ପକ୍ଷରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଏବଂ ଶିଳ୍ପ ନୀତି ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବିଶଦ ସୂଚନା ପ୍ରଦାନ କରାଯାଇଛି । ଉଦଯାପନୀ ଅଧିବେଶନରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଆଗ୍ରହୀ ନିବେଶକଙ୍କ ନିମନ୍ତେ ଓଡ଼ିଶା ସରକାର ସମସ୍ତ ସୁବିଧା ଯୋଗାଇ ଦେବା ସହ ବ୍ୟବସାୟ ଅନୁକୁଳ ପରିବେଶ ସୁନିଶ୍ଚିତ କରିବା ଦିଗରେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ବୋଲି କହିଛନ୍ତି ।

ସମ୍ମିଳନୀରେ ବିଭିନ୍ନ ନିବେଶକଙ୍କ ସହ ବରିଷ୍ଠ ସରକାରୀ ଅଧିକାରୀ ଏବଂ ଗ୍ରୀଡକୋର ବରିଷ୍ଠ ଅଧିକାରୀ ପୁଞ୍ଜିନିବେଶ ସଂପର୍କିତ ଏକ ବିଶେଷ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି । ନାଲକୋ ସିଏମଡି, ଆଇଡବ୍ଲୁଟିଏମଏର ମହାସଚିବ, ଡବ୍ଲୁଆଇପିପିଏର ସଚିବ, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତଥା ଅନ୍ୟ ନିର୍ଦ୍ଦେଶକଗଣ, ଓପିଟିସିଏଲର ସିଏମଡି, ଓଏଚପିସିର ପରିଚାଳନା ନିର୍ଦ୍ଦେଶକ, ଆଇ-ଫରେଷ୍ଟର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଯୋଗ ଦେଇ ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ଦିଗରେ ନିଜ ମନ୍ତବ୍ୟ ରଖିଛନ୍ତି । ସେହିପରି ଏହି ସମ୍ମିଳନୀରେ ଏନଟିପିସି, ଓଟିପିସି, ଏନଏଚପିସି, ଏସଜେଭିଏନଏଲ, ନାଲକୋ ଏବଂ ଏମସିଏଲ ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରତିନିଧି ତଥା ଅନ୍ୟ ଘରୋଇ ସଂସ୍ଥାର ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.