ETV Bharat / state

Odisha assembly: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ, ସରକାର ଉପରେ ବର୍ଷିଲେ ନରସିଂହ

author img

By ETV Bharat Odisha Team

Published : Oct 4, 2023, 7:25 PM IST

ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ । କଂଗ୍ରେସ କହିଲା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଥିଲା, ଆଲୋଚନା ହୋଇପାରିଲା ନାହିଁ । ଉଭୟ ବିଜେଡି-ବିଜେପି ଉପରେ ବର୍ଷିଲେ ନରସିଂହ ଓ ସୁର । ଅଧିକ ପଢନ୍ତୁ

odisha assembly: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ, ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ, ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଭୁବନେଶ୍ବର: ନିର୍ଦ୍ଧାରିତ ଅବଧିର ଗୋଟିଏ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଏହି ୮ ଦିବସୀୟ ସ୍ୱଳ୍ପ ଅଧିବେଶନରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ନେଇ ଆଲୋଚନା ହୋଇପାରିଲାନାହିଁ । ଏଭଳି ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସକୁ ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସୁଯୋଗ ଦିଆଗଲା ନାହିଁ । ଶାସକ ଓ ବିଜେପି ମିଶି ଏଭଳି କଲେ । ସରକାର ଗୃହ ଚଲେଇବା ପାଇଁ ଆନ୍ତରିକତା ନଥିଲା ସେଥିପାଇଁ ବହୁ ସମସ୍ୟା ଆଲୋଚନା ନହୋଇ ରହିଗଲା ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

8 ଦିନିଆ ବିଧାନସଭା ଅଧିବେଶନ ଭିତରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ । ବିରୋଧୀ ଦଳ ସେମାନଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବ ବୋଲି ସେମାନଙ୍କ ଆଶା ଥିଲା, ମାତ୍ର ତାହା ସମ୍ଭବ ହେଲା ନାହିଁ । ବେଦାନ୍ତ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗ ଉଠାଇ ନରସିଂହ କହିଛନ୍ତି, ସୁପ୍ରିମକୋର୍ଟ କଡା ଭାଷାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲେ । ବେଦାନ୍ତକୁ ଜମି ଦେବା ନେଇ ଜାଲିଆତି ପଦାରେ ପଡିଛି । ଗରିବ ଜନସାଧାରଣଙ୍କ ଜମିକୁ ହଡପ କରାଯାଇଛି । ସୁପ୍ରିମକୋର୍ଟ ରାୟ ପରେ ମଧ୍ୟ ସରକାର ଜମି ଫେରାଇବାକୁ ନେଇ କୌଣସି ଆଲୋଚନା କରୁନାହାନ୍ତି ବୋଲି ନରସିଂହ କହିଛନ୍ତି ।

ମଣିପୁରରେ ଆଦିବାସୀ ମହିଳାଙ୍କ ଉପରେ ଯେଉଁଭଳି ନିର୍ଯାତନା ଘଟିଲା, ସେ ସମ୍ପର୍କରେ ନବୀନ ପଦଟିଏ ବି କହିଲେନି । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଦିନେ ମଣିପୁର ମଧ୍ୟ ଗଲେ ନାହିଁ । ନବୀନଙ୍କ ଜଣେ ବନ୍ଧୁ ବିଜେଡି ବରିଷ୍ଠ ଉପସଭାପତି, ପୂର୍ବତନ ମନ୍ତ୍ରୀ ତଥା ଲୋକସଭା ସାଂସଦଙ୍କ ପରିବାର ବିରୋଧରେ ଫୌଜଦାରୀ ମାମଲା ହୋଇଛି, ତାଙ୍କ ବିରୋଧରେ କେମିତି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏସମସ୍ତ ପ୍ରସଙ୍ଗ କଂଗ୍ରେସ ଉଠାଇଥାଆନ୍ତା । ହେଲେ ବିଜେପି-ବିଜେଡି ମିଶି ଗୃହକୁ ଚଳେଇ ଦେଲେନି । ଗୃହ ଚଳାଇବା ଇଚ୍ଛା ନାହିଁ ତେଣୁ ଗୃହକୁ ବନ୍ଦ କରିଦେଲେ ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ମହିଳା ସଂରକ୍ଷଣ ବିଲ୍‌ 2024ରୁ ଲାଗୁ କରିବା ପାଇଁ କଂଗ୍ରେସ ଦାବି କରିଥିଲା । ରାଜ୍ୟସଭାରେ ମହିଳାଙ୍କୁ ସଂରକ୍ଷଣ ଦେଇନାହଁ । ସମ୍ବିଧାନର ଏପରି ସଂଶୋଧନ କଲେ ଯେ ୨୦୨୯ ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏ ସବୁ ବିଷୟ ବିଧାନସଭାରେ ଆଲୋଚନା ହୋଇପାରିଥାନ୍ତା, ହେଲେ ବିଜେଡି-ବିଜେପି କରାଇ ଦେଲେନାହିଁ । କଂଗ୍ରେସ ପ୍ରତିବାଦ କରିଥାନ୍ତା । ବିଜେଡି ବିଜେପିକୁ ସହଯୋଗ କରିବାକୁ ଗଣମାଧ୍ୟମ ଜରିଆରେ ଅପିଲ କରିଥିଲା କଂଗ୍ରେସ । ହେଲେ କୌଣସି ସୁଫଳ ମିଳିଲାନି ବୋଲି ନରସିଂହ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମୋଦିଙ୍କ ସିକ୍ରେଟ ରିଭିଲ: NDAରେ ଯୋଗ ଦେବା ପ୍ରସଙ୍ଗକୁ ମିଛ ବୋଲି କହିଲେ KCR

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । କଂଗ୍ରେସକୁ ଗୃହରେ ସୁଯୋଗ ଦେଲେନାହିଁ । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା ଆଲୋଚନା ପାଇଁ, ହେଲେ ସରକାର ଅଧିବେଶନ ବନ୍ଦ କରିଦେଲେ । କୌଣସି ଆଲୋଚନା କରେଇଦେଲେ ନାହିଁ । ଗୃହକୁ ଦିନକ ଆଗରୁ ଶାସକ ଦଳ ବନ୍ଦ କରିଦେଲା । ଲୋକଙ୍କ ସମସ୍ୟା ଉତ୍ଥାପନ କରିବାକୁ କଂଗ୍ରେସ ବିଧାନସଭା ଯାଇଛି ହେଲେ କହିବାକୁ ସୁଯୋଗ ଦିଆଗଲା ନାହିଁ । ଏହାର କାରଣ ଶାସକ ଦଳର ବହୁମତ ଅଛି ବୋଲି ସୁର ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.