ETV Bharat / state

Odisha Assembly: PM ଆବାସକୁ ନେଇ ବିଧାନସଭାରେ ମୁଲତବୀ ନୋଟିସ ଉପରେ ଆଲୋଚନା

ଚଳିତ ବର୍ଷ ୯ ଲକ୍ଷ ୬୦ହଜାର ୫୧୩ଘର ରାଜ୍ୟକୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ନାରେ ଆସିଥିବା ଘରକୁ ବିଜୁ ପକାଘର ନା ରେ ବାଣ୍ଟୁଛି ରାଜ୍ୟ ସରକାର । ଫେକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଦଳୀୟ ଭିତ୍ତିରେ ଆବାସ ଯୋଗାଇ ଦେଉଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଉଛନ୍ତି ସରକାର। ଫନୀ ସମୟରେ ଘର ଭଙ୍ଗା ମରାମତି ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଲେ କିନ୍ତୁ ଆଜି ବି ଫନି ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ ପଡିଛନ୍ତି। ରେଭ୍ୟୁନ ତାଲିକାରେ ନା ଅଛି କିନ୍ତୁ ଫନି ତାଲିକାରୁ ଗଲେ କୁଆଡେ। RTI ତଥ୍ୟ ଦେଖାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋହନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 24, 2023, 10:59 PM IST

ଭୁବନେଶ୍ବର: ଆଜି ବିଧାନସଭାର ଚତୁର୍ଥ ଦିବସରେ ବିରୋଧୀ ଦଳ ପକ୍ଷରୁ ଏକ ମୁଲତବୀ ନୋଟିସ ଆସିଥିଲା । ବାଚସ୍ପତି ମଧ୍ୟ ପ୍ରସ୍ତାବକୁ ଆଲୋଚନା ପାଇଁ ଗ୍ରହଣ କରିଥିଲେ । ଆଲୋଚନାରେ ଭାଦ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ସବୁ ରାଜ୍ୟରେ ସଫଳ ହେଉଥିବା ବେଳେ ଓଡ଼ିଶାରେ ତାହାର ବ୍ୟତିକ୍ରମ ହୋଇଛି। ଓଡ଼ିଶାରେ ଦୁର୍ନୀତି ଗସ୍ତ ନେତା ଓ ଅଫିସର ପ୍ରକୃତ ହିତାଧିକାରୀଙ୍କୁ ଘର ଦେଲେ ନାହିଁ।

ଏହାବି ପଢନ୍ତୁ - Odisha Budget 2023: ଆୟ-ବ୍ୟୟର ହିସାବ ଦେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜାଣନ୍ତୁ ଏକ ଟଙ୍କାରେ ବଜେଟ୍

ମୁଲତବୀ ନୋଟିସର ଶୀର୍ଷକ ଥିଲା ‘ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ପ୍ରୀୟାପ୍ରିତୀ, ରାଜ୍ୟ ସରକାର କରୁଛନ୍ତି ରାଜନୀତି।’ ମୋହନ କହିଛନ୍ତି । ୨୦୨୨ ମସିହାରେ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତୀ ଅବସରରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର । କିନ୍ତୁ ଓଡ଼ିଶାରେ ଏହା ବିଜେଡି ରାଜ୍ୟ ସରକାର ପାଇଁ ହୋଇପାରିଲା ନାହିଁ। ଯାହା ପାଇଁ ୨୦୨୪କୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର।

ଏହାବି ପଢନ୍ତୁ- Odisha Budget: ଲୋକଙ୍କ ପାଇଁ ବଜେଟ, ରାଜ୍ୟକୁ ନୂଆ ଉଚ୍ଚତାକୁ ନେଇଯିବ: ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ୯ ଲକ୍ଷ ୬୦ହଜାର ୫୧୩ଘର ରାଜ୍ୟକୁ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆବାସ ନାରେ ଆସିଥିବା ଘରକୁ ବିଜୁ ପକାଘର ନା ରେ ବାଣ୍ଟୁଛି ରାଜ୍ୟ ସରକାର। ଫେକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି। ଦଳୀୟ ଭିତ୍ତିରେ ଆବାସ ଯୋଗାଇ ଦେଉଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଉଛନ୍ତି ସରକାର। ଫନୀ ସମୟରେ ଘର ଭଙ୍ଗା ମରାମତି ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଦେଲେ କିନ୍ତୁ ଆଜି ବି ଫନି ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ ପଡିଛନ୍ତି। ରେଭ୍ୟୁନ ତାଲିକାରେ ନା ଅଛି କିନ୍ତୁ ଫନି ତାଲିକାରୁ ଗଲେ କୁଆଡେ। RTI ତଥ୍ୟ ଦେଖାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋହନ ।

ମୋହନ ଆହୁରି କହିଛନ୍ତି ଆବାସ ତାଲିକାର ବାଦ ଲିଷ୍ଟରେ ନାମ ଥିବା ବେଳେ ସେହି ବ୍ୟକ୍ତି ର ନା କିପରି ଯୋଗ୍ୟ ତାଲିକା ରେ ପ୍ରକାଶ ପାଇଲା । ମନ ଇଚ୍ଛା ତାଲିକା ପ୍ରସ୍ତୁତ କରୁଛି ରାଜ୍ୟ ସରକାର। ୫୦ ହଜାର ଲୋକଙ୍କ ଅଭିଯୋଗକୁ ଆଜିବି ବିଚାରକୁ ନିଆଯାଇ ନାହିଁ।। ୫ବର୍ଷ ଭିତରେ ବିଜୁ ପକ୍କା ଘରର ବଜେଟ କଣ ଥିଲା ତାର ହିସାବ ମାଗିଛି ବିଜେପି।

ଏହାବି ପଢନ୍ତୁ- Odisha Budget: MSME ପାଇଁ ୬୪୮ କୋଟି, ଷ୍ଟାର୍ଟଅପ୍ ନୀତି ଅଧିନରେ ନୂଆ ଯୋଜନା

ଆଲୋଚନା ଅବସରରରେ ବିଜେପି ଦାବି କରିଛି ଆବାସ ଯୋଜନା ଦୁର୍ନୀତି ତଦନ୍ତ ପାଇଁ ଗୟାପ୍ରସାଦ କମିଟି ଓଡ଼ିଶା ଆସି ତଦନ୍ତ କରି ୧୦୦୦ କୋଟି ଟଙ୍କାର ଗନ୍ଧ ବାରିଥିଲା। ଏସଂପର୍କରେ କଣ କାର୍ଯ୍ୟାନୁଷ୍ଠାନ ନେଇଛି ଗୃହକୁ ଜଣାଇବାକୁ ଦାବି କରିଛି ବିଜେପି ।

ମୁଲତବୀ ନୋଟିସ ଆଲୋଚନାର ଉତ୍ତର ଦେଇଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ। ପ୍ରଦୀପ ଅମାତ କହିଥିଲେ ହିତାଧିକାରୀ ଚୟନରେ କୌଣସି ପକ୍ଷପାତିତାର ପ୍ରଶ୍ନ ଉଠୁନି। ସ୍ଵଛତା ବଜାୟ ଲାଗି ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଏକ ଲକ୍ଷ 8 ହଜାର 243 ଅଭିଯୋଗ ଆସିଥିଲା। ଵ୍ଲକସ୍ତରରେ 3 ଜଣିଆ କମିଟି ଯାଞ୍ଚ ପରେ 50763 ଅଯୋଗ୍ୟଙ୍କୁ ବାଦ ଦିଆଯାଇଛି। ଅଦ୍ୟାବଧି 6722 ପଞ୍ଚାୟତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.