ଭୁବନେଶ୍ବର: ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟିର ସୁପାରିଶ ଅନୁସାରେ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ରାଜ୍ୟରେ ୭ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ଉପଲବ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି(Trauma Care Facility)। ଏହି ସମସ୍ତ ଟ୍ରମା କେନ୍ଦ୍ରଗୁଡ଼ିକ ଲେବଲ-୧ ବର୍ଗର ।
ଏହା ମଧ୍ୟ ପଢନ୍ତୁ: Happy Birthday Virat Kohli: 34 ବର୍ଷରେ ପାଦ ଥାପିଲେ ବିରାଟ କୋହଲି
ଖୁବଶୀଘ୍ର ରାଜ୍ୟ ସରକାର ଏହି ହସ୍ପିଟାଲମାନଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବେ । ଏହାକୁ ମିଶାଇ ରାଜ୍ୟରେ ୧୮ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେବ । ସଡକ ଦୁର୍ଘଟଣା ହେତୁ ମୃତ୍ୟୁହାର ହ୍ରାସ କରିବାକୁ ତଥା ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ପର୍ଯ୍ୟବେକ୍ଷଣ ଅନୁଯାୟୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ସରକାର ଟ୍ରମା ଚିକିତ୍ସା ସୁବିଧାକୁ ମଜବୁତ କରିଛନ୍ତି । ଭାରତ ସରକାରଙ୍କ ସହଯୋଗରେ ଆରମ୍ଭ କରିବା ପାଇଁ ଆର୍ଥିକ ବର୍ଷ ଯୋଜନା କରାଯାଇଛି । ସଡକ ଟ୍ରାଫିକ ଦୁର୍ଘଟଣା ହେତୁ ଅଧିକ ମୃତ୍ୟୁହାର ହ୍ରାସ କରିବା ପାଇଁ ଟ୍ରମା କେୟାର ସୁବିଧା ଥିବା 7ଟି ଘରୋଇ ଡାକ୍ତରଖାନାକୁ ଅନୁମୋଦନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଯୁବପିଢିଙ୍କ ଠାରୁ ଧୁମ୍ରପାନ କମ କରିବାକୁ ଏହି ଦେଶ ନେଲା ବଡ ନିଷ୍ପତି
ଏହି ହସ୍ପିଟାଲ ଗୁଡ଼ିକ ହେଲା କଟକସ୍ଥିତ ଅଶ୍ବିନୀ ଟ୍ରମା ସେଣ୍ଟର, ଭୁବନେଶ୍ବର ଆମ୍ରି ହସ୍ପିଟାଲ, କିମ୍ସ ହସ୍ପିଟାଲ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, ଉତ୍କଳ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ, ଆଇଏମ୍ସ ଓ ସମ୍ ହସ୍ପିଟାଲ, ସମ୍ ଅଲ୍ଟିମେଟ୍, ସନସାଇନ୍ ହସ୍ପିଟାଲ, କେୟାର ହସ୍ପିଟାଲ, ବ୍ଲୁ ହ୍ବିଲ୍ ହସ୍ପିଟାଲ, ବିଶାଖାପାଟଣାସ୍ଥିତ ମେଡିକଭର ହସ୍ପିଟାଲ, ରାୟପୁରସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲ, ରାଉରକେଲା ଜେପି ହସ୍ପିଟାଲ, ପଦ୍ମିନୀ କେୟାର, ଟାଙ୍ଗୀ, କଟକସ୍ଥିତ ଶଶିଭୂଷଣ ମେମୋରିଆଲ ହସ୍ପିଟାଲ, ସନ୍ ହସ୍ପିଟାଲ, ତ୍ରିଶା ହସ୍ପିଟାଲରେ ଟ୍ରମା ଚିକିତ୍ସା ସୁବିଧା ମିଳିବ ।
ଏହି ହସ୍ପିଟାଲ ଗୁଡ଼ିକରେ ଟ୍ରମା କେୟାର ସୁବିଧା ରହିଥିବାରୁ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଏହା ଆଘାତ ପୀଡିତଙ୍କ ପାଇଁ ବହୁତ ସାହାଯ୍ୟ କରିବ । ଏହି ହସ୍ପିଟାଲରେ ସଡକ ଦୁର୍ଘଟଣାରେ ଆହତଙ୍କୁ ପ୍ରଥମେ ୪୮ ଘଣ୍ଟା ଯାଏଁ ମାଗଣାରେ ଟ୍ରମା କେୟାର ଚିକିତ୍ସା ଦିଆଯିବ । ଏବଂ ଚିକିତ୍ସା ଅର୍ଥ ସରକାର ରାଜ୍ୟ ସୁରକ୍ଷା ପାଣ୍ଠିରୁ ଏହି ଖର୍ଚ୍ଚା ଭରଣା କରିବେ ।
ଇଟିଭି ଭାରତ, ଭୁବନେଶ୍ବର