ETV Bharat / state

ବାହାରିନରେ ଓଡ଼ିଆ ମହିଳା ପାଳିଲେ ସାବିତ୍ରୀ ବ୍ରତ

author img

By

Published : May 21, 2023, 8:58 AM IST

ସୁଦୂର ବାହାରିନରେ ପାଳନ ହେଲା ସାବିତ୍ରୀ ବ୍ରତ । ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଲେ ପ୍ରବାସୀ ଓଡ଼ିଆଣୀ । ଅଧିକ ପଢନ୍ତୁ

ବାହାରିନରେ ଓଡ଼ିଆ ମହିଳା ପାଳିଲେ ସାବିତ୍ରୀ ବ୍ରତ
ବାହାରିନରେ ଓଡ଼ିଆ ମହିଳା ପାଳିଲେ ସାବିତ୍ରୀ ବ୍ରତ

ବାହାରିନରେ ଓଡ଼ିଆ ମହିଳା ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ବର: ବିଦେଶରେ ପାଳନ ହେଲା ସାବିତ୍ରୀ ବ୍ରତ । ସୁଦୂର ବାହାରିନରେ ରହୁଥିବା ପ୍ରବାସୀ ଓଡ଼ିଆ ମହିଳାମାନେ ହର୍ଷ ଓ ଉଲ୍ଲାସର ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସକାଳୁ ସଧବା ଓଡ଼ିଆଣୀମାନେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ । ସେଠାରେ ଲକ୍ଷ୍ମୀ ନାରାୟଣ ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ଓଡ଼ିଆ ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ଓଷା ପାଳନ କରିଛନ୍ତି । ବିଦେଶରେ ରହୁଥିଲେ ହେଁ ସେମାନେ ନିଜର ପରମ୍ପରକାରୁ ପାଶୋରି ନାହାନ୍ତି । ପବିତ୍ର ସାବିତ୍ରୀ ଅମାବାସ୍ୟାରେ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳିଛନ୍ତି । ସମସ୍ତ ମହିଳା ସାବିତ୍ରୀ ବ୍ରତ ବହି ପାଠ କରିସାରିବା ପରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରି ନିଜ ନିଜ ସ୍ବାମୀଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସେଠାକାର ପରିବେଶ ।

ଓଡିଶାରୁ ହଜାର ହଜାର କିଲୋମିଟର ଦୂର ବିଦେଶ ମାଟିରେ ରହି ଓଡ଼ିଆ ପରମ୍ପରାକୁ ଭୁଲି ନାହାନ୍ତି ଓଡ଼ିଆ ମହିଳା । ନିଜ ମା' ମାଟି ତଥା ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ମଧ୍ୟ ଓଡ଼ିଶାର ପରମ୍ପରାକୁ ନିଜର ଆଗାମୀ ପିଢିମାନଙ୍କ ପାଖରେ ପହଞ୍ଚିବାରେ ଏହା ବହୁ ସହାୟକ ହେବ । ତେବେ ବିଦେଶ ମାଟିରେ ଏଭଳି ପ୍ରଥା ପରମ୍ପରାକୁ ଆଦରିବା ଦ୍ବାରା ପ୍ରବାସୀ ଜୀବନ ଅଧିକ ସୁଖକର ହୋଇଥାଏ ବୋଲି ବ୍ରତ ଧାରିଣୀମାନେ ମତ ବ୍ୟକ୍ତ କରିଛନ୍ତି ।

ଓଡ଼ିଆ ଘରର ପରମ୍ପରା ଅନୁସାରେ ସଧବା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏଥିପାଇଁ ପବିତ୍ର ଅଶ୍ବତ୍ଥ ବୃକ୍ଷ କିମ୍ବା ଠାକୁର ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ଏହି କାରଣରୁ ମହିଳାମାନେ ମନ୍ଦିରରେ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିବା ସହ ନିଜର ଇହକାଳ ଓ ପରକାଳର ଦେବତା ସ୍ବାମୀଙ୍କ ଦୀର୍ଘ ଆୟୁଷ ପାଇଁ ବ୍ରତ କରିଥାନ୍ତି ।

ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ସାବିତ୍ରୀ ବ୍ରତର ପରମ୍ପରା ଯଦିଓ ବଦଳିଛି, ଏବେ ବି ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରିଥାଆନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ି, ନାଲି ଶଙ୍ଖା, ସିନ୍ଦୂର, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ ଆଉ କିଏ ଘରେ ପୂଜାର୍ଚ୍ଚନା କରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.