ETV Bharat / state

Indian Panorama: ଗୋଆରେ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ ହେବ ଓଡ଼ିଆ ଫିଲ୍ମ ପ୍ରତୀକ୍ଷା - ଓଡ଼ିଆ ଫିଲ୍ମ ପ୍ରତୀକ୍ଷା

ଜଣାଶୁଣା ସିନେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ବ୍ୟାନରରେ ଆସୁଛି ଓଡ଼ିଆ ସିନେମା ପ୍ରତୀକ୍ଷା । ଆସନ୍ତା ଦୁଇ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଏହି ଓଡ଼ିଆ ଚଳଚ୍ଚିତ୍ର । ଅଧିକ ପଢ଼ନ୍ତୁ

ଡିସେମ୍ବର ୨ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା, ଗୋଆରେ ଇଣ୍ଟରନ୍ୟାସନାଲ ସିନେମାରେ ସ୍କ୍ରିନିଂ ପାଇଁ ହୋଇଛି ମନୋନୀତ

author img

By

Published : Nov 20, 2022, 6:48 PM IST

Updated : Nov 20, 2022, 8:16 PM IST

ଭୁବନେଶ୍ବର: ଜଣାଶୁଣା ସିନେ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ବ୍ୟାନରରେ ଆସୁଛି ଓଡ଼ିଆ ସିନେମା ପ୍ରତୀକ୍ଷା । ଆସନ୍ତା ଦୁଇ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଏକ ନିଚ୍ଛକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଏହାପୂର୍ବରୁ ଇଣ୍ଡିଆନ ପାନାରୋମା ବା ଗୋଆରେ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆରେ(International Film Festival of India-IFFI) ସ୍କ୍ରିନିଂ ପାଇଁ ମନୋନୀତ ହୋଇଛି ଓଡିଆ ଫିଚର ଫିଲ୍ମ ପ୍ରତୀକ୍ଷା । ଅର୍ଥାତ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ଏହି ଚଳଚ୍ଚିତ୍ର ମନୋନୀତ ହୋଇଛି ।

ଡିସେମ୍ବର ୨ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା, ଗୋଆରେ ଇଣ୍ଟରନ୍ୟାସନାଲ ସିନେମାରେ ସ୍କ୍ରିନିଂ ପାଇଁ ହୋଇଛି ମନୋନୀତ

ଯେଉଁଥିରେ ଟଲିଉଡ ଓ ବଲିଉଡ ସହ ଅନ୍ୟ ଭାଷାଭାଷୀର ୨୫ଟି ସିନେମା ପ୍ରଦର୍ଶିତ ହେବ । ଯେଉଁଠି ପ୍ରତୀକ୍ଷା ଏକ ମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି । ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନ ଠାରେ 'ପ୍ରତୀକ୍ଷା'ର ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି । ତେଣୁ ଓଡ଼ିଶା ସିନେମା ପାଇଁ ଏହା ଗୌରବ ଆଣିବ । ଜଣେ ମଧ୍ୟବିତ୍ତ ପରିବାରର ଯୁବକର ସରକାରୀ ଚାକିରିର ସଂଘର୍ଷର କାହାଣୀ ଏହି ଚଳଚ୍ଚିତ୍ରରେ ପରିବେଷଣ କରିଛନ୍ତି ପ୍ରଯୋଜକ । 'ଦମନ' ଭଳି ଏହି ନିଚ୍ଛକ କାହାଣୀ ଓଡ଼ିଶାରେ ବେଶ ନାଁ କରିବା ନେଇ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଆଶା ରଖିଛନ୍ତି ।

ଫିଲ୍ମ 'ଦମନ' ଓଡ଼ିଶା ସିନେମା ବଜାରରେ ହଇଚଇ କରିବା ପରେ ଅନ୍ୟ ସିନେମାର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛନ୍ତି ପ୍ରଯୋଜକ । ଓଡ଼ିଆ ଘରର କାହାଣୀକୁ ନେଇ ଓଡ଼ିଆତ୍ଵର ବାସ୍ନାରେ 'ପ୍ରତୀକ୍ଷା' ନିର୍ମିତ ହୋଇଛି । ଏହା ଓଡ଼ିଆ ଦର୍ଶକଙ୍କୁ ନିଶ୍ଚିତ ଭାବରେ ବାନ୍ଧି ରଖିବ । ତେଣୁ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର ପାଇଁ ମାଧ୍ୟମ ହୁଅନ୍ତୁ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓଡ଼ିଆ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେଷିତ ହୋଇଛି । ରୋଶନ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି ।

ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ ମୁଖ୍ୟ ନାୟକ ଭୂମିକାରେ ଥିବାବେଳେ, ଅଭିନେତ୍ରୀ ବର୍ଷା ପଟ୍ଟନାୟକ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି । ଅନ୍ୟ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 20, 2022, 8:16 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.