ETV Bharat / state

ନୂଆ ଓଡ଼ିଆ ଚଳଚ୍ଚିତ୍ର 'ସ୍ବପ୍ନ ସାଗର' ଟାଇଟଲ ରିଲିଜ୍

author img

By ETV Bharat Odisha Team

Published : Jan 16, 2024, 6:03 PM IST

Odia Film Swapna Sagar: ଖୁବଶୀଘ୍ର ନୂଆ ରୂପରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ସ୍ବପ୍ନ ସାଗର' । ଫିଲ୍ମର ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ଟାଇଟଲ ଘୋଷଣା କରିଛନ୍ତି । ତେବେ ଏହି ଫିଲ୍ମରେ ଓଡିଆ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମହେଶ୍ବେତା ଓ ପ୍ରଶାନ୍ତ ନନ୍ଦ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ,

ନୂଆ ଓଡ଼ିଆ ଚଳଚ୍ଚିତ୍ର 'ସ୍ବପ୍ନ ସାଗର'ର ଟାଇଟଲ ରିଲିଜ

ଓଡ଼ିଆ ଚଳଚ୍ଚିତ୍ର 'ସ୍ବପ୍ନ ସାଗର' ଟାଇଟଲ ରିଲିଜ

ଭୁବନେଶ୍ବର: ଖୁବଶୀଘ୍ର ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ସ୍ବପ୍ନ ସାଗର' । ଏହି ଫିଲ୍ମର ପୋଷ୍ଟର ରିଲିଜ କରି ନିର୍ମାତା ଏହାର ଟାଇଟଲ ଘୋଷଣା କରିଛନ୍ତି । ପ୍ରେସ କ୍ଲବଠାରେ ପୁରୁଣା ଚଳଚିତ୍ରର ସେଇ ସ୍ମୃତିକୁ ନେଇ ଏହି ନୂଆ ଫିଲ୍ମର ଟାଇଟଲ 'ସ୍ବପ୍ନ ସାଗର' ରଖାଯାଇଛି । ତେବେ ଏହି ଫିଲ୍ମରେ ମଧ୍ୟ ଓଡିଆ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମହେଶ୍ବେତା ଓ ପ୍ରଶାନ୍ତ ନନ୍ଦ ନଜର ଆସିବେ ବୋଲି କୁହାଯାଉଛି ।

ସାଇ ଦରବାର ଫିଲ୍ମସ ଇନ ଆସୋସିଏସନ ସହ ସୁରଜ ଫିଲ୍ମ ବ୍ୟାନରରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବାକୁ ଯାଉଛି । ଚଳଚିତ୍ରର କାହାଣୀ ନିର୍ଦ୍ଦେଶନା ଓ ସଂଳାପ ବୀରେନ ଜ୍ୟୋତି ମହାନ୍ତି ଲେଖିଥିବା ବେଳେ ଏସଡି ଫିଲ୍ମସ ପ୍ରଯୋଜନାରେ ସିନେମାଟି ନିର୍ମାଣ କରାଯିବ। ଅରବିନ୍ଦ ସାହୁ ଓ ଏସ ବିଆର ପ୍ରଯୋଜନା ଦାୟିତ୍ୱରେ ରହିଥିବା ବେଳେ ରହିଥିବା ସୁରଜ ପୁରୋହିତ ସଙ୍ଗୀତ ପ୍ରଦାନ କରିବେ । ପୁଣି ଏକ ସ୍ବାଦ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମର କାଷ୍ଟକୁ ନେଇ କୌଣସି ଘୋଷଣା କରାଯାଇନାହିଁ । ଖୁବଶୀଘ୍ର ଫିଲ୍ମର କାଷ୍ଟକୁ ନେଇ ବିବରଣୀ ଦିଆଯିବ ବୋଲି କହିଛନ୍ତି ସିନେମା ନିର୍ଦ୍ଦେଶକ ।

ତେବେ ପୁରୁଣା ଚଳଚିତ୍ର ସ୍ବପ୍ନ ସାଗର ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଅଭିନେତ୍ରୀ, ମହେଶ୍ବେତା ମହାନ୍ତି ଓ ଶ୍ରୀରାମ ପଣ୍ଡା ଅଭିନୟ କରିଥିବା ବେଳେ ଏହା ସେତେବେଳେ ସୁପରହିଟ ହୋଇଥିଲା । ଏହି ଫିଲ୍ମରେ ମଧ୍ୟ ମହେଶ୍ବେତା ଓ ପ୍ରଶାନ୍ତ ନନ୍ଦ ଅଭିନୟ କରିବାର ଚର୍ଚ୍ଚା ହେଉଥିବା ବେଳେ ସିନେମାଟି କେତେ ଦର୍ଶନକ ମନକୁ ଛୁଇଁବା ତାହା ଫିଲ୍ମର ନିର୍ମାଣ ପରେ ହିଁ ଜଣାପଡିବ । ଫିଲ୍ମର କାଷ୍ଟ ବିଷୟରେ ନିର୍ମାତା କହିଛନ୍ତି ଯେ, ଫିଲ୍ମକୁ ସୁଟ ହେଲା ଭଳି ତାରକାଙ୍କୁ ଆମେ ଏଥିରେ କାଷ୍ଟ କରିବୁ । ଏହି ଫିଲ୍ମ ସେହି ପୁରୁଣା ଓଡିଆ ଫିଲ୍ମର ଟାଇଟଲ ସହ ସମାନ ହୋଇଛି ସତ କିନ୍ତୁ ଆମେ ଏଥିରେ କିଛି ଅଲଗା ଏବେ ନୂଆ ଦେଖାଇବୁ ବୋଲି କହିଛନ୍ତି ଫିଲ୍ମ ନିର୍ମାତା ।

ଏହା ମଧ୍ୟ ପଢନ୍ତୁ: ଦୁବାଇରେ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ: ସବ୍ୟସାଚୀ-ଶିବାନୀ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ସୂଚନା ଥାଉ କି, ଏସଡି ଫିଲ୍ମସ ପ୍ରଯୋଜନାରେ ପୂର୍ବରୁ ୩ଟି ଓଡ଼ିଆ ଫିଲ୍ମ ପ୍ରସ୍ତୁତ ହୋଇସାରିଛି । ପ୍ରଥମ ଫିଲ୍ମ 'ଗୁରୁଦେବ' ଏବଂ ୨ୟ ଫିଲ୍ମ 'ଶଙ୍କର' ଏବଂ ୩ୟ ଫିଲ୍ମ 'ବିଗୁଲ' ରହିଥିବା ବେଳେ ବର୍ତ୍ତମାନ ଏହାର ନୂଆ ଫିଲ୍ମ ବା ୪ର୍ଥ ଫିଲ୍ମ 'ସ୍ବପ୍ନ ସାଗର' ଟାଇଟଲ ଘୋଷଣା ହୋଇଛି । କେବଳ 'ଶଙ୍କର' ଫିଲ୍ମ ୨୯ ସେପ୍ଟେମ୍ବର ୨୦୨୩ରେ ରିଲିଜ ହୋଇଥିଲା । ଆଉ ଦୁଇଟି ଫିଲ୍ମ ଗୁରୁଦେବ' ଏବଂ 'ବିଗୁଲ' ଆସନ୍ତା ମାସରେ ରିଲିଜ ହେବ ବୋଲି ପ୍ରଯୋଜକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.