ETV Bharat / state

ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି

ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି । ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଓ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି
ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି
author img

By

Published : Oct 31, 2022, 5:20 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ । ବକେୟା ପ୍ରଦାନରେ ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡାଇ ଚାଲିଛନ୍ତି । ଫଳରେ ଓଡିଶାର ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦଶା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।

ବୀମା କମ୍ପାନୀ ଉପରେ ପଡିଛି ୫୦୦ କୋଟି ବୀମା ରାଶି, ରାଜ୍ୟବ୍ୟାପି ବିକ୍ଷୋଭ କଲା ବିଜେଡି

ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଓ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଛି । କାର୍ଯ୍ୟକ୍ରମରେ ବିଜେଡିର ବହୁ ବିଧାୟକ ଓ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ତେଣୁ ବୀମା କମ୍ପାନୀଗୁଡ଼ିକ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷତି ସହିଥିବା ଗରିବ ଚାଷୀଙ୍କୁ ଯଥା ସମୟରେ ବୀମା ରାଶି ପ୍ରଦାନ ନିଶ୍ଚିତ କରିବା ଏବଂ ତାଙ୍କ ପ୍ରତି ନ୍ୟାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ମାତ୍ର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନରେ ବୀମା କମ୍ପାନୀଗୁଡ଼ିକ ଅହେତୁକ ବିଳମ୍ବ କରୁଥିବା ବେଳେ କେନ୍ଦ୍ର ସରକାର ନୀରବ ହୋଇ ବସିଛନ୍ତି । ଫଳରେ ଓଡ଼ିଶା ବିଶେଷ କରି ପଶ୍ଚିମ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କଷ୍ଟ ଓ ଯନ୍ତ୍ରଣା ସହି ଆସୁଛନ୍ତି ।

ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଏହି ଦୁର୍ଦଶା ଦୂର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଓଡ଼ିଶାର ଚାଷୀଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି । ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ଚାଷୀଙ୍କ ଅଧିକାର ଓ ଉନ୍ନତି ଲାଗି ସଂଗ୍ରାମ କରିଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି । କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନ୍ୟାର୍ଯ୍ୟ ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କେମିତି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ବିଜେଡ଼ି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷ କରି ଜାତୀୟ ଫସଲ ବୀମା ପୋର୍ଟାଲ ସହିତ ରାଜ୍ୟ ଲ୍ୟାଣ୍ଡ୍ ରେକର୍ଡ଼ ପୋର୍ଟାଲକୁ ଲିଙ୍କ୍ କରାଯାଇଛି ।

ସିସିଇ-ଏଗ୍ରି ଆପ ଜରିଆରେ କ୍ରପ କଟିଙ୍ଗ ଏକ୍ସପେରିମେଣ୍ଟ (ସିସିଇ) ଡାଟା ସଂଗ୍ରହ କରାଯାଇଛି । କୃଷି ଫସଲ ବୀମା ମନିଟରିଂ ମଡ୍ୟୁଲକୁ ଉନ୍ନତ କରାଯାଇଛି । ଏତେ ସବୁ ପଦକ୍ଷେପ ନେବା ସତ୍ତ୍ୱେ ବୀମା କମ୍ପାନୀଗୁଡ଼ିକ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ବିଶେଷ କରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଏଯାଏଁ ସେମାନେଙ୍କ ପ୍ରାପ୍ୟ ୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫସଲ ବୀମା ରାଶି ପ୍ରଦାନ କରୁନାହାନ୍ତି ।

ଫସଲ ବୀମା ପ୍ରଦାନ କରିବାରେ ବୀମା କମ୍ପାନୀ ଗୁଡ଼ିକର ଏଭଳି ଅହେତୁକ ବିଳମ୍ବ ଯୋଗୁଁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଆଦି ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଗଭୀର କ୍ଷୋଭ ପ୍ରକାଶ ପାଇଛି । ଗତ ୨ ବର୍ଷ ହେଲା କୋଭିଡ ମହାମାରୀରେ ସନ୍ତୁଳି ହେବା ପରେ ଏବେ ଫସଲବୀମା ରାଶି ପାଇବାରୁ ବଞ୍ଚିତ ହୋଇଥିବାରୁ ଓଡ଼ିଶାର ଚାଷୀକୂଳ ଅକଥନୀୟ ଦୁର୍ଦଶା ଭିତରେ ରହିଛନ୍ତି । ତେଣୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ସେମାନଙ୍କର ସମସ୍ତ ବକେୟା ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବାକୁ ବୀମା କମ୍ପାନୀଗୁଡ଼ିକୁ ବାଧ୍ୟ କରିବା ଲାଗି କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.