ETV Bharat / state

Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି

author img

By ETV Bharat Odisha Team

Published : Oct 30, 2023, 6:06 PM IST

ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି, ‘‘ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ବନ୍ଦ କରିବା ପାଇଁ ଆହ୍ଵାନ ଦେଇଥିଲେ । ପିସି କାରବାର ଚାଲିଥିଲା ବୋଲି ସ୍ବୀକାର କଲେ। ପିସି ବନ୍ଦ କରିବା କଥା କହିଲେ । ସେବେଠୁ ଆଜି ଭିତରେ ପିସି ବଢ଼ି ବଢ଼ି ଚାଲିଛି । 45ରୁ 50 ପ୍ରତିଶତରେ ପିସି ପହଞ୍ଚିଲାଣି । ଏହା ସରକାର ଦେଖି କି ଆଖି ବୁଜି ଦେଇଛନ୍ତି । ସରକାର ନିଜେ ପଲ୍ଲୀ ସଭା ଏବଂ ଗ୍ରାମ ସଭା ବନ୍ଦ କରି ଦୁର୍ନୀତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ।" ଅଧିକ ପଢନ୍ତୁ

Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି
Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି
Vigilance Awareness Week: ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ବାନ, ପିସି ପ୍ରସଙ୍ଗ ଉଠାଇଲା ବିଜେପି

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢିବା ପାଇଁ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ସପ୍ତାହକୁ କଡା ସମାଲୋଚନା କରି ପିସି ପ୍ରସଙ୍ଗ ଉଠାଇ ଘେରିଛି ବିଜେପି ।

ଆଜି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି, ‘‘ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିସି ବନ୍ଦ କରିବା ପାଇଁ ଆହ୍ଵାନ ଦେଇଥିଲେ । ପିସି କାରବାର ଚାଲିଥିଲା ବୋଲି ସ୍ବୀକାର କଲେ। ପିସି ବନ୍ଦ କରିବା କଥା କହିଲେ । ସେବେଠୁ ଆଜି ଭିତରେ ପିସି ବଢ଼ି ବଢ଼ି ଚାଲିଛି । 45ରୁ 50 ପ୍ରତିଶତରେ ପିସି ପହଞ୍ଚିଲାଣି । ଏହା ସରକାର ଦେଖି କି ଆଖି ବୁଜି ଦେଇଛନ୍ତି । ସରକାର ନିଜେ ପଲ୍ଲୀ ସଭା ଏବଂ ଗ୍ରାମ ସଭା ବନ୍ଦ କରି ଦୁର୍ନୀତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଉ ସରକାର ତାଙ୍କ ଅଫିସର ମାନଙ୍କୁ ଶପଥ କରାଇବା ପ୍ରଥମ ଥର ହେଉନାହିଁ । ପୂର୍ବରୁ ଅଫିସର ମାନଙ୍କୁ ବିଭିନ୍ନ ସ୍ଥାନ ପ୍ରବାସ କରିବା, ରାତ୍ରି ରହଣି କରିବା, ଲୋକଙ୍କ ଦୁଃଖ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ କୌଣସି ଅଫିସର କୁଆଡେ ଗଲେ ନାହିଁ । ତେଣୁ ଏ ସବୁ କଥା କେବଳ ପାଣିର ଗାର । ପଞ୍ଚାୟତ, ବ୍ଲକ, ତହସିଲ ସବୁଠି ଦୁର୍ନୀତି । ଟଙ୍କା ନଦେଲେ ଚାକିରୀ ହେଉନାହିଁ । ଦୁଇ ବର୍ଷ ଭିତରେ ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ଏଏସଓ ପର୍ଯ୍ୟନ୍ତ କୌଣସି ଗୋଟିଏ ଚାକିରୀ ବିନା ଟଙ୍କାରେ ହୋଇନାହିଁ ସାରା ରାଜ୍ୟବାସୀ ଜାଣିଛନ୍ତି। ଦୁର୍ନୀତି କରିଥିବା ଲୋକ କାହାକୁ ସରକାର ଦଣ୍ଡିତ ଆଜି ପର୍ଯ୍ୟନ୍ତ କରି ନାହାଁନ୍ତି। କାର୍ଯ୍ୟାନୁଷ୍ଠାନ ନେଇ କାହାକୁ ଦଣ୍ଡିତ କରିଛନ୍ତି, ସରକାର ଜବାବ ଦିଅନ୍ତୁ । ଆଗକୁ ନିର୍ବାଚନ ଥିବାରୁ ପ୍ରଚାର ଏବଂ ସ୍ଲୋଗାନ ଦେଉଛନ୍ତି । ନିଜକୁ ଧୋଇବା ପାଇଁ ଚେଷ୍ଟା କରୁଛନ୍ତି ସରକାର ।’’

ଅଧିକ ପଢନ୍ତୁ- ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ପ୍ରତିଯୋଗିତା ଅନୁଷ୍ଠିତ

ଆଜି ଠାରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନା ସପ୍ତାହ। ଏହି ଅବସରରେ ସମସ୍ତ ସରକାରୀ ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଶପଥପାଠ କରିଛନ୍ତି ।

ସୂଚନା ଯୋଗ୍ୟଯେ ସରକାର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିଲେ। ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ଅବସର ମଧ୍ୟ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠୱା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ବହୁ ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସଫଳତା ମିଳିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ଦୁର୍ନୀତି ବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରି ରଖିଛନ୍ତି । ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସର କାମ ପ୍ରଶଂସନୀୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.