ETV Bharat / state

OBC Survey Odisha: ମେ’ ପହିଲାରୁ ଆରମ୍ଭ ହେବ ସର୍ଭେ, ପ୍ରେସମିଟ କରି ଶାଣିତ ଆକ୍ରମଣ କଲା ବିଜେପି

author img

By

Published : Mar 16, 2023, 8:42 PM IST

ସୂଚନା ଅନୁସାରେ, ରାଜ୍ୟର ପଛୁଆ ବର୍ଗର ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ନେଇ ସର୍ଭେ ହେବ । ଏହି ସର୍ଭେ କେବଳ ଓଡିଶା ସରକାରଙ୍କ ଦ୍ବାରା ଅଧିସୂଚିତ 208 ବର୍ଗର ଲୋକଙ୍କ ର ପାଇଁ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat
ମେ ପହିଲାରୁ ଆରମ୍ଭ ହେବ ସର୍ଭେ, ପ୍ରେସମିଟ କରି ଶାଣିତ ଆକ୍ରମଣ କଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ଖୁବ ଶୀଘ୍ର ହେବ ପଛୁଆ ବର୍ଗ (ଓବିସି) ଜନଗଣନା । ରାଜ୍ୟ ସରାକର ଚିହ୍ନଟ କରିଥିବା 208 ପ୍ରକାର/ବର୍ଗର ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ନେଇ ରାଜ୍ୟ ସରକାର ନିଜସ୍ବ ସର୍ଭେ କରିବେ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପ୍ରସ୍ତୁତି ସହ ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ପଛୁଆ ବର୍ଗର ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ନେଇ ସର୍ଭେ ହେବ । ଏହି ସର୍ଭେ କେବଳ ଓଡିଶା ସରକାରଙ୍କ ଦ୍ବାରା ଅଧିସୂଚିତ 208 ବର୍ଗର ଲୋକଙ୍କ ର ପାଇଁ ହେବ । ସର୍ଭେର ପଛୁଆ ବର୍ଗର ଲୋକ ନିଜର ଆବଶ୍ୟକୀୟ ତଥ୍ୟ ରାଜ୍ୟ ସରକାରଙ୍କୁ ଦେବେ । ଏହି ସର୍ଭେ ଆସନ୍ତା ଆସନ୍ତା ମେ ୧ ରୁ ୨୭ ପର୍ଯ୍ୟନ୍ତ ଚାଲିବ । ପରିବାର ସମସ୍ତ ସଦସ୍ୟଙ୍କ ତଥ୍ୟ ପରିବାରର ମୁଖ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିବେ । ରାସନ କାର୍ଡ ସହ ସମସ୍ତ ସଦସ୍ୟଙ୍କ ଯେକୌଣସି ଗୋଟିଏ ପରିଚୟପତ୍ର, ଯଥା ଆଧାର କାର୍ଡ, ଭୋଟର ପରିଚୟପତ୍ର, ପାସପୋର୍ଟ, ପାନ କାର୍ଡ ନେଇ ସର୍ଭେ ସେଣ୍ଟରକୁ ଯିବେ । ରାସନ କାର୍ଡ ନଥିବା ପଛୁଆବର୍ଗ ପରିବାର ମଧ୍ୟ ସର୍ଭେ ସେଣ୍ଟରରେ ନିଜର ତଥ୍ୟ ଦେଇପାରିବେ । ଏତତ ବ୍ୟତୀତ ବ୍ଯକ୍ତିଗତ ଭାବେ ଅନଲାଇନରେ (www.oscbc.odisha.gov.in) ରେ ବିନା ମୁଲ୍ୟରେ ଫର୍ମ ପୂରଣ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହାବି ପଢନ୍ତୁ- Post Budget Press Meet: ଜାଗା ମିଶନର ସୁବିଧା ପାଇବେ ଆଉ ଲକ୍ଷେ ପରିବାର

ସେପଟେ ରାଜ୍ୟ ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ ବିଜ୍ଞାପନ ନେଇ ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଛି ବିଜେପି ଓବିସି ମୋର୍ଚ୍ଚା । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ପଛୁଆ ବର୍ଗ ସର୍ଭେ କାର୍ଯ୍ୟ କାଳିଆ କି ଆବାସ ଯୋଜନା ଭଳି କୌଣସି ଯୋଜନା ନୁହେଁ । କାହିଁକି ଅଫଲାଇନ ଅନଲାଇନ ଜରିଆରେ ଆବେଦନ କରିବାକୁ ବିଜ୍ଞାପନ ପ୍ରକାଶ ପାଇଛି । ରାଜ୍ୟର ପ୍ରାୟ ୨.୫ କୋଟି ପଛୁଆ ବର୍ଗର ଲୋକ ଥିବାବେଳେ ସର୍ଭେ ପ୍ରକ୍ରିୟାକୁ ଜାଣିଶୁଣି ଜଟିଳ କରିଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ଅନେକ ପ୍ରକାରର ବିବାଦ ସୃଷ୍ଟି ହେବ । ଅଯଥା ବିଳମ୍ବିତ ହେବ । ଏଭଳି ସ୍ଥିତିରେ ସର୍ଭେ କାର୍ଯ୍ୟ କେବେ ଶେଷ ହେବ ତାହା ସନ୍ଦେହରେ । ଅନେକ ହିତାଧିକାରୀ ମଧ୍ୟ ବଞ୍ଚିତ ହେବେ । ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେହିପରି ସୁରଥ କହିଛନ୍ତି ଘର ଘର ବୁଲି ସର୍ଭେ କାର୍ଯ୍ୟ ପାଇଁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ସତ୍ବେ ସର୍ଭେ ସେଣ୍ଟର କାହିଁକି ଆବଶ୍ୟକ ପଡିଲା ? ରାଜ୍ୟ ସରକାର ଓବିସି ବର୍ଗର ଲୋକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଘର ଘରକୁ ଯାଇ ସର୍ଭେ କରିବାକୁ ବିଜେପି ଓବିସି ମୋର୍ଚ୍ଚା ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.