ETV Bharat / state

ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି; ବିଭିନ୍ନ କଲେଜ୍‌ରେ ଘଣ୍ଟ ବଜାଇ ଛାତ୍ର କଂଗ୍ରେସର ପ୍ରତିବାଦ

ଛାତ୍ର ସଂସଦ ନିର୍ବାଚନ ଦାବିରେ ଭୁବନେଶ୍ବରର ବିଭିନ୍ନ କଲେଜ୍‌ରେ ଛାତ୍ର କଂଗ୍ରେସର ବିକ୍ଷୋଭ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ବରେ ବିଭିନ୍ନ କଲେଜରେ ଛାତ୍ର କଂଗ୍ରେସ କର୍ମୀମାନେ ଘଣ୍ଟ ବଜାଇ ରାଜ୍ଯ ସରକାରଙ୍କ ଛାତ୍ର ଓ ଯୁବ ବିରୋଧୀ ରାଜନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 4, 2023, 8:49 PM IST

ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି
ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି
ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ଓ ହିଂସା ମୁକ୍ତ କ୍ୟାମ୍ପସ ଦାବି ସ୍ଲୋଗାନରେ କମ୍ପିଲା ରାଜାଧାନୀ ଭୁବନେଶ୍ବରର ବିଭିନ୍ନ କଲେଜ କ୍ୟାମ୍ପସ । ଘଣ୍ଟ ବଜାଇ ସ୍ଲୋଗାନ ଦେଇ କଲେଜ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଯାଉ ବୋଲି ଦାବି କରିଛି ଛାତ୍ର କଂଗ୍ରେସ । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ବରେ ଭୁବନେଶ୍ବରର ବିଭିନ୍ନ କଲେଜରେ ଆଜି ଘଣ୍ଟ ବଜାଇ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଛାତ୍ର ସଂସଦ ହେଉନଥିବାରୁ ବିଭିନ୍ନ କଲେଜରେ ହେଉଥିବା ଅଶାନ୍ତି ପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସ ସଭାପତି ।

ମହର୍ଷି କଲେଜ ସାମ୍ନାରେ ମଧ୍ୟ ଘଣ୍ଟଘଣ୍ଟା ବଜାଇ ଟାୟାର ଜାଳି ନାରାବାଜି କରିଥିଲା ଛାତ୍ର କଂଗ୍ରେସ । ଏନେଇ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଫଳରେ ଛାତ୍ର ନେତୃତ୍ବ ବାହାରୁ ନାହାନ୍ତି । ସ୍ଥାଣୁ ସରକାର ଛାତ୍ର ସଂସଦ ନିର୍ବାଚନକୁ ଡରୁଛନ୍ତି । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ନୀରବ । ଛାତ୍ର ସଂସଦ ନିର୍ବାଚନ କରିବାକୁ କୌଣସି ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାରେ ଶାସକଦଳ, କ୍ରମାଗତ ଭାବେ ଛାତ୍ର ତଥା ଯୁବକମାନଙ୍କ ପ୍ରତି ଅଗଣତାନ୍ତ୍ରିକ ଉପାୟରେ ଅବହେଳା କରି ଛାତ୍ର ସଂସଦ ନିର୍ବାଚନକୁ ବିଗତ ୮ ବର୍ଷ ଧରି ବନ୍ଦ କରି ରଖିଛନ୍ତି । ଛାତ୍ରମାନଙ୍କ ସ୍ବରକୁ ଦବାଇ ରଖି ଏକଛତ୍ରବାଦ ନୀତିରେ ସମଗ୍ର ଛାତ୍ର ସମାଜକୁ ଉପେକ୍ଷିତ କରି ଆସୁଛନ୍ତି । ଏଥିପାଇଁ ଛାତ୍ରମାନେ ନିଜର ସମସ୍ୟା ନେଇ ପ୍ରତିବାଦ କରି ପାରୁନାହାନ୍ତି । ଛାତ୍ରମାନଙ୍କର ପ୍ରତିଭା ବା ଦକ୍ଷତା ବିକାଶ ପାଇଁ କୌଣସି କାର୍ଯ୍ୟକ୍ରମ ତଥା ଭିତ୍ତିଭୂମୀ ଦିଆଯାଉନାହିଁ । ଛାତ୍ରମାନଙ୍କର ଶିକ୍ଷାର ମାନ କ୍ରମାଗତ ଭାବେ ଦୁର୍ବଳ ହୋଇଛି । ସରକାରୀ ଦଳର ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଛାତ୍ରମାନଙ୍କ ସ୍ବରକୁ ଚପାଇ ରଖି ନିଜର ଏକଛତ୍ରବାଦକୁ ଜାରି ରଖିଛନ୍ତି ବିଜେଡି ସରକାର ।" ଯଦି ସରକାର ନଶୁଣନ୍ତି, ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଫୋକସରେ ଯୁବପିଢ଼ି, ଛାତ୍ର କଂଗ୍ରେସ ଆରମ୍ଭ କଲା 'ଜୁଡ଼େଗା ବିଦ୍ୟାର୍ଥୀ ଜିତେଗା ଇଣ୍ଡିଆ'

ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବରର ମହର୍ଷି କଲେଜ ସମେତ ରାଜଧାନୀ ଆଇନ ମହାବିଦ୍ୟାଳୟ, ବିଜେବି କଲେଜ, ରାଜଧାନୀ କଲେଜ, ଭୁବନେଶ୍ବର ଉପକଣ୍ଠ ବାଲିପାଟଣା କଲେଜ ଆଦିରେ ଘଣ୍ଟ ଘଣ୍ଟା ବାଡେଇ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଛାତ୍ର କଂଗ୍ରେସର ଶତାଧିକ କର୍ମୀ କଲେଜ ଗେଟ୍‌ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ । ଏହା ପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' କାର୍ଯ୍ୟକ୍ରମର ଲୋଗ ଉନ୍ମୋଚନ କରାଯାଇଛି । ଏନ୍‌ଏସ୍‌ୟୁଆଇ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶ ତଥା ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସମସ୍ୟା, ଶିକ୍ଷା ବ୍ୟବସ୍ଥାରେ ସୁଧାର, ଛାତ୍ର ସଂସଦ ନିର୍ବାଚନ ଏବଂ ଅନ୍ୟାନ୍ୟ ଛାତ୍ର ସଂପର୍କିତ ସମସ୍ୟା ପ୍ରସଙ୍ଗରେ ସ୍ବର ଉତ୍ତୋଳନ ପାଇଁ 'ଜୁଡ଼େଗା ବିଦ୍ୟାର୍ଥୀ, ଜିତେଗା ଇଣ୍ଡିଆ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.