ETV Bharat / state

ଅଣଗେଜେଟେଡ ବନ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ - ବନ ସେବା ସଂଘ ଆନ୍ଦୋଳନ ବନ୍ଦ

ସେପ୍ଟେମ୍ବର ୫ ଯାଏଁ ଅଣଗେଜେଟେଡ ବନ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ । ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ସଂଘ । ଅଧିକ ପଢନ୍ତୁ

ଅଣଗେଜେଟେଡ ବନ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ
ଅଣଗେଜେଟେଡ ବନ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ
author img

By

Published : Jul 7, 2023, 7:33 AM IST

ଭୁବନେଶ୍ବର: ଅଣଗେଜେଟେଡ ବନ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ବନ ସେବା ସଂଘ । ୫ ଦଫା ଦାବି ନେଇ ଡ୍ୟୁଟିରେ ରହି ପାଟ୍ରୋଲିଂ କରୁନଥିବା ଅଣଗେଜେଟେଡ ବନ କର୍ମଚାରୀମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଚିବାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭାଗୀୟ ସଚିବ, ପିସିସିଏଫ, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ । ବନ କର୍ମଚାରୀଙ୍କ ଯେଉଁ ୫ଟି ଦାବି ରହିଥିଲା ତାହାକୁ ପୂରଣ କରିବା ସମୟ ସାପେକ୍ଷ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏଥିପାଇଁ କିଛି ସମୟ ମାଗିଥିଲା ବିଭାଗ । ଯଦି ଏହି ସମୟ ମଧ୍ୟରେ ଦାବି ପୂରଣ ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ବୋଲି ବନ ସେବା ସଂଘର ସଭାପତି କହିଛନ୍ତି ।

ସୂଚନା ଅନୁଯାୟୀ, ଅଣଗେଜେଟେଡ ବନ କର୍ମଚାରୀଙ୍କୁ ଆନ୍ଦୋଳନରୁ ଓହରିବାକୁ ପୂର୍ବରୁ ପିସିସିଏଫ ଅପିଲ କରିଥିଲେ । ବନ କର୍ମଚାରୀଙ୍କ ଦାବି ସଂପର୍କରେ ଆଲୋଚନା ଚାଲିଛି । କିଛି କିଛି ସ୍ଥାନରେ ପଶୁଙ୍କ ଆକ୍ରମଣରେ ମୃତାହତ ଖବର ଆସୁଛି । ଏଭଳି ସ୍ଥଳରେ ଡ୍ୟୁଟି କରିବା ଆବଶ୍ୟକତା ରହିଛି ବୋଲି ପିସିସିଏଫ ପରାମର୍ଶ ଦେଇଥିଲେ ।
ସୂଚନା ଅନୁଯାୟୀ, ଜୁନ ୧୯ ତାରିଖଠାରୁ ସମୂହ ଭାବରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡିଶା ଅଣଗେଜେଟେଡ ବନସେବା ସଂଘ । ଏହି ଆନ୍ଦୋଳନରେ ୫ ହଜାର ୩୭୬ ଫରେଷ୍ଟଗାର୍ଡ, ୨ ହଜାର ୫୩୦ ଫରେଷ୍ଟର, ୨୮୨ ଡେପୁଟି ରେଞ୍ଜର ସାମିଲ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ

ଏମାନେ ଡ୍ୟୁଟିରେ ରହି ମଧ୍ୟ ପାଟ୍ରୋଲିଂ ବନ୍ଦ କରିଥିଲେ । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପ୍ରତୀକ ଆନ୍ଦୋଳନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ପୂର୍ବରୁ ଆନ୍ଦୋଳନ ସ୍ଥଗିତ ରହିଛି । ତେବେ ଆଗାମୀ ଦିନରେ ଯଦି ୫ ଦଫା ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ପୁଣିଥରେ ଆନ୍ଦୋଳନ କରିବା ସଂଘ । ବନ କର୍ମଚାରୀମାନଙ୍କ ୫ଟି ପ୍ରମୁଖ ଦାବି ହେଉଛି, ୫୦ଟି ସ୍ଥାନରେ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ୱେଲଫେୟାର ଫଣ୍ଡ, ସର୍କଲ ରି-ଅର୍ଗାନାଇଜେସନ୍ , ରେଞ୍ଜ୍ ସେକ୍ସନ ଏବଂ ବିଟ୍‌ଗୁଡିକର ରିଭିଜନ୍ ସହ ଆଡିକ୍ଟେଡ ନମ୍ବର ବଢାଇବା । ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛି ବନ ସେବା ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.