ଖୋର୍ଦ୍ଧା: ଶୁକ୍ରବାର ରାଜ୍ୟରେ 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଲୋକଙ୍କୁ ଠିକ ଭାବରେ ସୂଚନା ପ୍ରଦାନ କରାଯାଉ ନଥିବାରୁ ବହୁ ଲୋକ ଖରାରେ ଆସି ଟୀକାକରଣ କେନ୍ଦ୍ରରୁ ଫେରି ଯାଉଥିବାର ଦେଖାଯାଇଛି । ସୂଚନା ପାଇଁ କେବଳ କାଗଜରେ ଲେଖାଯାଇ ଟିକା ଦାନ ମରାଯାଇଛି ।
ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଟୀକାକରଣ କେନ୍ଦ୍ରରେ କିଛି ଏପରି ଚିତ୍ର ଦେଖିବାକୁ ମିଳିଛି । ଅନେକ ବୟସ୍କ ଲୋକ ଦ୍ବିତୀୟ ଡୋଜ ଟିକା ପାଇଁ ମ୍ୟାସେଜ ପାଇ ଆଜି (ଶୁକ୍ରବାର) ଆସିଥିଲେ । ହେଲେ ବର୍ତ୍ତମାନ ଟିକା ନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କୁହନ୍ତି ଯେ, ଟିକା ଆସିଲେ ଠିକ ସମୟରେ ସମସ୍ତ ଲୋକଙ୍କୁ ଦିଆଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ