ETV Bharat / state

ରାଜ୍ୟବ୍ୟାପୀ ପ୍ରାଥମିକ ଶିକ୍ଷକଙ୍କ ଧାରଣା, ରାଜଧାନୀରେ ନାହିଁ ପ୍ରଭାବ

author img

By ETV Bharat Odisha Team

Published : Sep 9, 2023, 8:54 PM IST

ରାଜ୍ୟବ୍ୟାପୀ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ହେଲେ ଭୁବନେଶ୍ବରରେ ଏହାର ପ୍ରଭାବ ନାହିଁ। ଅଧିକ ପଢନ୍ତୁ

ରାଜଧାନୀରେ ନାହିଁ ଆନ୍ଦୋଳନର ପ୍ରଭାବ
ରାଜଧାନୀରେ ନାହିଁ ଆନ୍ଦୋଳନର ପ୍ରଭାବ

ଭୁବନେଶ୍ବର: ରାଜ୍ୟବ୍ୟାପୀ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ହେଲେ ଭୁବନେଶ୍ବରରେ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ। ଭୁବନେଶ୍ବରର ବିଇଓ କାର୍ଯ୍ୟାଳୟ ସମ୍ମୁଖକୁ କେହି ଆସି ନଥିବା ଜଣାପଡିଛି। ହାତ ଗଣତି 4-5 ଜଣ ପ୍ରଥମିକ ଶିକ୍ଷକ ବିଇଓ ଅଫିସ ସମ୍ମୁଖରେ ରହିଥିଲେ ମଧ୍ୟ ଶିକ୍ଷକ ବୋଲି ନିଜର ପରିଚୟ ଦେଇନଥିଲେ। ଏପରିକି କିଛି ସମୟ ମଧ୍ୟରେ ବିଇଓ ଅଫିସ ସମ୍ମୁଖରୁ ପଳାଇଥିଲେ। ତେବେ ଭୁବନେଶ୍ଵରର ବିଇଓ ଅଫିସ ଘେରାଉ କରିବାକୁ ଭୟ ନା ଉଚ୍ଚ ପଦାଧିକାରୀଙ୍କ ଚାପ ରହିଛି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ କରାଯାଇଛି। ଏନେଇ ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ସାମୂହିକ ଛୁଟିରେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ରହିଛନ୍ତି। ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ମଧ୍ୟ ଭୁବନେଶ୍ବରର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ସଂପୂର୍ଣ୍ଣ ଭାବରେ ଖାଲି ପଡିଥିଲା। ବିଇଓ କାର୍ଯ୍ୟାଳୟ ନିକଟରେ 4-5 ଜଣ ପ୍ରାଥମିକ ଶିକ୍ଷକ ରହିଥିଲେ ମଧ୍ୟ ଭୟରେ ପରବର୍ତ୍ତୀ ସମୟରେ ବିଇଓ ଅଫିସ ସମ୍ମୁଖରୁ ପଳାଇଥିଲେ। ଯାହା ଫଳରେ ସାରା ରାଜ୍ୟରେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଥିବାବେଳେ ଭୁବନେଶ୍ଵର ବିଇଓ ଅଫିସ ସମ୍ମୁଖ ଖାଲି ପଡିଥିବା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ...ରାଜରାସ୍ତାରେ ପ୍ରାଥମିକ ଶିକ୍ଷକ, କବିତା ମାଧ୍ୟମରେ ଦାବି ପୂରଣ ଲାଗି ନିବେଦନ କଲେ ବ୍ୟଙ୍ଗକବି

ତେବେ ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି 3 ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ଠପ ହୋଇଛି। ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

ଅନେକ ସମୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ରାଜ୍ୟରେ ସବୁବେଳେ ନିରୁତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେଥିପାଇଁ ଅନେକ ଥର ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଖରା ବର୍ଷା ଶୀତ କାକରରେ ବି ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଲୁଛି। କିଛି ଦିନ ପୂର୍ବରୁ ଗୁରୁ ଦିବସରେ ଶିକ୍ଷକମାନେ ଭୁବନେଶ୍ବରର ରାଜରାସ୍ତାରେ ଜିଦରେ ଅଡ଼ି ବସିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.