ETV Bharat / state

OTP Sharing Scam: ଭୁବନେଶ୍ବରରେ NIA ଟିମ, ISI ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ

author img

By

Published : Jul 10, 2023, 3:55 PM IST

Updated : Jul 10, 2023, 4:46 PM IST

ଓଟିପି ସେୟାରିଂ ମାମଲାର ଅଧିକ ଖୋଳତାଡ଼ ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲା NIA ଟିମ । ISI ଲିଙ୍କ ନେଇ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ କରିବ ପଚରାଉଚରା। ଅଧିକ ପଢନ୍ତୁ

OTP Sharing Scam
OTP Sharing Scam
ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଲା ଅଭିଯୁକ୍ତ ଅଭିଜିତ ସଞ୍ଜୟ
ISI ଲିଙ୍କ୍ ନେଇ ଖୋଳତାଡ ଆରମ୍ଭ

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାର ଅଧିକ ଖୋଳତାଡ଼ ପାଇଁ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲା NIA ଟିମ । ଏୟାରପୋର୍ଟରୁ ସିଧା ଆସି STF ଅଫିସରେ ପହଞ୍ଚି ଅଭିଜିତ ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ପଚରାଉଚରା କରୁଛନ୍ତି NIA ବରିଷ୍ଠ ଅଧିକାରୀ । ବିଭିନ୍ନ ଦିଗକୁ ନେଇ ପଚରାଉଚରା ଚାଲିଛି । ଏମାନଙ୍କ ସହ STF ଓ ATS ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଅଭିଯୁକ୍ତ ସଞ୍ଜୟକୁ ISI ଏଜେଣ୍ଟ ଲିଙ୍କ ନେଇ ପଚରାଉଚରା କରାଯିବ ।

OTP ସେୟାରିଂ ମାମଲାର ସଞ୍ଜୟ ଜୁମ୍ବେରର କଣ ରହିଛି ସମ୍ପର୍କ, ପାକିସ୍ତାନୀ ବା ଆତଙ୍କବାଦୀ ଲିଙ୍କ ଅଛିକି ନାହିଁ ସେନେଇ ଅଧିକ ଛାନଭିନ ସହ ପଚରାଉଚରା କରୁଛି ଟିମ । ଆବଶ୍ୟକ ପଡିଲେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ବି ମୁହାଁମୁହିଁ ପଚାରଉଚରା କରିପାରେ ଟିମ । ଅନ୍ୟପଟେ ମୁହଁ ଖୋଲିଛି ସଞ୍ଜୟ । ସଞ୍ଜୟ ସ୍ବୀକାର କରିଛି ଯେ ସେ ଓଡ଼ିଶାର ପଠାଣି ସାମନ୍ତ ପାଖକୁ ଟଙ୍କା ଦେଇଛି । ବହୁ ବାର ସେ ଟଙ୍କା ପଠାଇଛି । ହେଲେ ISI କିମ୍ବା ପାକିସ୍ତାନ ଆର୍ମି ଇଣ୍ଟେଲିଜେନ୍ସି ବରିଷ୍ଠ ଅଧିକାରୀ ସହ ଲିଙ୍କ ବିଷୟରେ ମୁହଁ ଖୋଲିଲା ନାହିଁ । ତେବେ ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ବି ମୁହଁ ଖୋଲିଲାନି।

ଏହା ବି ପଢନ୍ତୁ- OTP Sharing Scam: ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ATS

ତେବେ ଏହି ଘଟଣାରେ ଆଗରୁ ୫ ଜଣ ଗିରଫ ହୋଇ ସାରିଥିବା ବେଳେ ଏବେ ପୁଣି ତଦନ୍ତ ପରିସରଭୁକ୍ତ ହୋଇଛି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ । ସାକ୍ଷ୍ୟ ପ୍ରମାଣ ସହ ପୁଣେରୁ ଅଭିଜିତକୁ ୧ ଜୁଲାଇରେ ଗିରଫ କରିଥିଲା STF I ୪ ଦିନ ପାଇଁ ରିମାଣ୍ଡରେ ମୁମ୍ବାଇର ସଞ୍ଜୟକୁ ଆଣିଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ l ଆଜି ୩ ଦିନରେ ପହଞ୍ଚିଛି ସଞ୍ଜୟର ମାରାଥନ ଜେରା। ଏହି ଜେରା କରୁଛି NIA, STF ଓ ATS I ୨୦୧୮ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ସଞ୍ଜୟ । ଏହି ଅଭିଯୁକ୍ତ ଜରିଆରେ ହେଉଥିଲା ISI ଫଣ୍ଡିଂ । ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ 4 ଜଣ ଅଭିଯୁକ୍ତ ପାଖକୁ ଆସିଥିଲା ଟଙ୍କା ।

ଏହା ବି ପଢନ୍ତୁ- OTP Scam: ମିଳିଲା ଟେରର ଲିଙ୍କ୍, ଓଡ଼ିଶାରୁ ଧରାପଡ଼ିଲା କୁଖ୍ୟାତ ଦେଶଦ୍ରୋହୀ

ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ହେଉଥିଲା ଅପରେଟ । ଗୋଟିଏ ସିମକାର୍ଡକୁ ୩ରୁ ଆରମ୍ଭ କରି ୩୦ ହଜାର ପର୍ଯ୍ୟନ୍ତ ଟଙ୍କାରେ କରାଯାଉଥିଲା ବେପାର । ପାକିସ୍ତାନର ଇଣ୍ଟିଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇ କାରବାର ଚଳାଇଥିଲା ଅଭିଜିତ ସଞ୍ଜୟ । ଅଭିଜିତ ସଞ୍ଜୟକୁ ମିଶାଇ ମୋଟ 5 ଜଣଙ୍କୁ OTP ସେୟାରିଂ ସ୍କାମ ମାମଲାରେ ଗିରଫ କରିଛି STF I ସଞ୍ଜୟର ପାକିସ୍ତାନ ଆର୍ମିର ଟପ୍‌ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ସହ କଣ ଥିଲା ସମ୍ପର୍କ ? କଣ ନିର୍ଦ୍ଦେଶ ଦେଇଥିଲା ହମିଦ ? ଆତଙ୍କବାଦ ଲିଙ୍କରେ କାହାକୁ ଦେଇଛି କେତେ ପରିମାଣ ଟଙ୍କା ? ହମିଦ କେମିତି କରୁଥିଲା ପାକିସ୍ତାନ ISI ନେଟୱର୍କ , ସେ ନେଇ ଚାଲିଛି ଖୋଳତାଡ଼।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 10, 2023, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.