ETV Bharat / state

ହକି ପ୍ରତି ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢାଇବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ

author img

By

Published : Nov 2, 2022, 10:47 PM IST

ନ୍ୟୁଜିଲାଣ୍ଡ ହକି ଟିମ ଭୁବନେଶ୍ବର ୟୁନିଟ 8 DAV ପବ୍ଲିକ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଯୋଗାଇଲେ ପ୍ରେରଣା  । ଅଧିକ ପଢନ୍ତୁ

DAV ସ୍କୁଲରେ ପହଁଞ୍ଚିଲେ ନ୍ୟୁଜିଲାଣ୍ଡ ହକି ଖେଳାଳି, ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗଇଲେ

ଭୁବନେଶ୍ବର: ନ୍ୟୁଜିଲାଣ୍ଡ ହକି ଟିମ ଭୁବନେଶ୍ବର ୟୁନିଟ 8 DAV ପବ୍ଲିକ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଯୋଗାଇଲେ ପ୍ରେରଣା । କ୍ରୀଡା କ୍ଷେତ୍ରରେ ଯୋଗଦାନ କରି କିଭଳି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିବେ ସେନେଇ ଉତ୍ସାହିତ କରିଥିଲେ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । କ୍ରୀଡାକୁ କିଭଳି ତୃଣମୁଳ ସ୍ତରରୁ ଅଧିକ ପ୍ରତ୍ସାହନ ଦିଆଯାଇପାରିବ ସେନେଇ ବିଭିନ୍ନସ୍ତରରେ ପଦକ୍ଷେପ ନିଆଯାଉଛି ।

ଅକ୍ଟୋବର ୨୮ ତାରିଖରୁ ଆରମ୍ଭ ହୋଇଛି FIH ହକି ପ୍ରୋ ଲିଗ । FIH ହକି ପ୍ରୋ ଲିଗର ଭେନ୍ୟୁରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । FIH ହକି ପ୍ରୋ ଲିଗ ପାଇଁ ନ୍ୟୁଜିଲାଣ୍ଡ ହକି ଟିମ ଭୁବନେଶ୍ବର ଗସ୍ତ କରିଛି । ଏହି ଅବସରରେ ନ୍ୟୁଜିଲାଣ୍ଡ ହକି ଟିମ ଭୁବନେଶ୍ବର ୟୁନିଟ 8 DAV ପବ୍ଲିକ ସ୍କୁଲରେ ପହଁଞ୍ଚିଥିଲା । ପାରମ୍ପରିକ ନୃତ୍ୟ ଗୀତରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସ୍କୁଲ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା । DAV ପବ୍ଲିକ ସ୍କୁଲ ପ୍ରିନସିପାଲ ସେମାନଙ୍କୁ ଉତ୍ତରୀୟ ସହ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଥିବା ମୁମେଣ୍ଟ ଦେଇ ସମ୍ମାନିତ କରିଥିଲେ ।

ନ୍ୟୁଜିଲାଣ୍ଡ ଖେଳାଳି ମଧ୍ୟ ସେମାନଙ୍କ ଦେଶର ଗୀତକୁ ଛାତ୍ରଛାତ୍ରୀଙ୍କ ପାଖରେ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇ ନ୍ୟୁଜିଲାଣ୍ଡ ହକି ଖେଳାଳିମାନେ ଭାବର ଆଦାନପ୍ରଦାନ କରି ସମସ୍ତଙ୍କ ମନ ଜିଣିଥିଲେ । ଏଠାରେ ହକିକୁ ମିଳୁଥିବା ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ । ଓଡ଼ିଶାରେ ହକିର ଭବିଷ୍ୟତ ରହିଛି ବୋଲି ସେମାନେ କହିଥିଲେ । ଏହା ସହିତ କ୍ରୀଡା କ୍ଷେତ୍ରରେ ଯୋଗଦାନ କରି କିଭଳି ରାଜ୍ୟ ଓ ଦେଶକୁ ଗୌରବାନ୍ବିତ କରିବେ ସେନେଇ ଉତ୍ସାହିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.