ETV Bharat / state

କେମିତି କଟେ ଗରୀବଙ୍କ ନୂଆବର୍ଷ, ଦରଦ ବଖାଣିଲା ଅଭାବୀ ମଣିଷ

New Year Celebration: ଆରମ୍ଭ ହୋଇଛି ନବବର୍ଷ ୨୦୨୪ । ଏହାକୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ପଲ୍ଲୀଠୁ ଦିଲ୍ଲୀ । ହେଲେ ଏହି ଖୁସିରୁ ବାଦ୍ ପଡିଛନ୍ତି କିଛି ଆର୍ଥିକ ସମସ୍ୟାରେ ଥିବା ସାଧାରଣ ଜନତା । ଆସନ୍ତୁ ଜାଣିବା କିଏ କେଉଁଭଳି ପାଳନ କରିଥାଏ ନବବର୍ଷ । ଅଧିକ ପଢନ୍ତୁ

ନୂଆବର୍ଷ ସେଲିବ୍ରେସନ
ନୂଆବର୍ଷ ସେଲିବ୍ରେସନ
author img

By ETV Bharat Odisha Team

Published : Jan 2, 2024, 7:54 AM IST

Updated : Jan 2, 2024, 8:45 AM IST

ନୂଆବର୍ଷ ସେଲିବ୍ରେସନ

ଭୁବନେଶ୍ବର: ଇଂରାଜୀ ନବବର୍ଷ ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର । ସମସ୍ତେ ନୂଆବର୍ଷ ଉତ୍ସବ ଧୁମଧାମରେ ପାଳନ କରୁଛନ୍ତି । ହେଲେ ଏଭଳି ଅନେକ ସାଧାରଣ ଲୋକ ଅଛନ୍ତି ଯିଏ କି ଗୋଟିଏ ଉତ୍ସବ ପାଳନ କରିବା ପାଇଁ ଅନେକ ଥର ଭାବିଥାନ୍ତି । ସବୁଦିନ ଭଳି ଉତ୍ସବ ଦିନ ମଧ୍ୟ ସମାନ ଭାବରେ ଜୀବନଯାପନ କରିଥାନ୍ତି ଏମାନେ । ପର ଘରେ କାମ କଲେ କାହାର ଘରେ ଚୁଲି ଜଳେ ତ ଆଉ କିଏ ମୁଣ୍ଡରେ ବ୍ୟାଗ ମୁଣ୍ଡାଇଲେ ପେଟକୁ ଦାନା ଯାଏ । ନୂଆବର୍ଷ ପୂର୍ବ ମଧ୍ୟ ରାତିରେ ଅଧିକାଂଶ ଲୋକେ ଧୁମଧାମରେ ଜିରୋ ନାଇଟ ପାଳନ କରୁଥିବା ବେଳେ ଏହି ଖୁସିରୁ ବାଦ୍ ପଡିଛନ୍ତି କିଛି ଆର୍ଥିକ ସମସ୍ୟା ଘେରରେ ଥିବା ସାଧାରଣ ଜନତା । ପରିବାର ସହ ନୂଆବର୍ଷକୁ ଧୁମଧାମରେ ପାଳନ କରିବା ପାଇଁ ସେମାନଙ୍କ ମନରେ ବି ଆଶା ରହିଛି, ହେଲେ ଆର୍ଥିକ ସମସ୍ୟା ସାଜିଛି ବାଧକ ।

ଏନେଇ ଭୁବନେଶ୍ୱର ଷ୍ଟେସନରେ କୁଲି ଭାବରେ କାର୍ଯ୍ୟ କରୁଥିବା ପଞ୍ଚାନନ ସାହୁ କହିଛନ୍ତି ଯେ, ନୂଆବର୍ଷରେ ଖୁସି କରିବାକୁ ହେଲେ ଅର୍ଥର ଆବଶ୍ୟକ । କୁଲିର ପଇସା ସବୁବେଳେ ଚୁଲିକୁ ନିଅଣ୍ଟ । ନୂଆବର୍ଷର ମହତ୍ତ୍ଵ ବୁଝିବୁ କିଭଳି । ଅଧିକା ପଇସାରେ ବାହାରକୁ ଯିବା ସମ୍ଭବ ନୁହେଁ । ତେଣୁ ସ୍ୱଳ୍ପ ପଇସାରେ ଘରେ ରହି ପରିବାର ସହିତ ଉତ୍ସବ ମନାଇବା ପାଇଁ ସ୍ଥିର କରିଛି । ଯାତ୍ରୀଙ୍କ ବ୍ୟାଗ ମଣ୍ଡାଇଲେ ଗୁଜୁରାଣ ମେଣ୍ଟିବ । କିନ୍ତୁ ଏହାରି ମଧ୍ୟରେ ଅନ୍ୟ ଲୋକଙ୍କୁ ଯେତେବେଳେ ଦେଖୁ ସେହି ସମୟରେ ଇଚ୍ଛା ହୁଏ ପରିବାର ସହିତ ଟିକେ ବୁଲିବାକୁ । ହେଲେ ଏତେ ସପନକୁ ରାତି ନାହିଁ ବୋଲି କହିଛନ୍ତି ପଞ୍ଚାନନ ।

ସେହିଭଳି ଆଉ ଜଣେ କୁଲି ଶିବ ବେହେରା କହିଛନ୍ତି, "ନୂଆବର୍ଷରେ ଘରେ ପିଠା ପଣା କରିବା ସହ ସପରିବାର ମିଶିକରି ଏକାଠି ହୋଇ ପାଳନ କରିବୁ । ଆର୍ଥିକ ସମସ୍ୟା ଥିବାରୁ ନୂଆବର୍ଷରେ ଆଜି ପର୍ଯ୍ୟନ୍ତ ବାହାରକୁ ବୁଲିବାକୁ ଯିବା ସମ୍ଭବପର ହୋଇନାହିଁ ।"

ଏହା ମଧ୍ୟ ପଢନ୍ତୁ...ନବବର୍ଷରେ ଶ୍ରୀମନ୍ଦିରରେ ରାଜ୍ୟପାଳ, ବିଶ୍ବର ମଙ୍ଗଳ ପାଇଁ କଲେ ପ୍ରାର୍ଥନା

ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପର୍ଯ୍ୟଟକଙ୍କ ଗାଇଡ ମୋହନ କୁମାର ବେହେରା କହିଛନ୍ତି ଯେ, ସବୁ ବର୍ଷ ଭଳି ଚଳିତ ବର୍ଷ ନୂଆବର୍ଷରେ ସମସ୍ତଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଉଛି । ପ୍ରଥମ ଦିନରୁ ଜଗନ୍ନାଥଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କରିଛି । ଅନେକ ସମୟରେ ବାହାରକୁ ପରିବାର ସହିତ ବୁଲିଯିବାକୁ ଇଚ୍ଛା ହୁଏ । କିନ୍ତୁ କର୍ମମୟ ଜୀବନରେ କର୍ମକୁ ଛାଡ଼ି ଯିବା ସମ୍ଭବପର ନୁହେଁ । ତେଣୁ ଘରେ ରହି ସମସ୍ତେ ଏକାଠି ହୋଇ ଭୋଜି କରିଥାଉ । ଅନ୍ୟପଟେ ଜଣେ ଡ୍ରାଇଭର ନଟବର ମହାରଣା କହିଛନ୍ତି, "ଏହି ନୂଆ ବର୍ଷ ମୋ ପାଇଁ ନୁହେଁ । ବଞ୍ଚିବା ପାଇଁ ଅନେକ ସମୟରେ ପଇସା ନଥାଏ । ଗାଡି ଚଳାଇଲେ ପଇସା ମିଳେ । ଅନେକ ସମସ୍ୟାରେ ବଞ୍ଚିବାକୁ ପଡ଼େ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 2, 2024, 8:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.