ETV Bharat / state

ଫିଲ୍ମି ଫ୍ରାଇଡେରେ ରିଲିଜ ହେଲା ଡେଲିଭରୀ ବୟ, ପ୍ରଥମ ଦିନରେ ହାଉସଫୁଲ

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’  । ପ୍ରଥମ ଦିନରେ ଥିଏଟର ହାଉସଫୁଲ ହୋଇଥିବାବେଳେ ଫିଲ୍ମଟି ବେଶ ପସନ୍ଦ ଆସିଥିବା ଦର୍ଶକ କହିଛନ୍ତି । ଅଧିକ ପଢ଼ନ୍ତୁ

new odia movie delivery boy
ଓଡ଼ିଆ ଚଳଚ୍ଚିତ୍ର ଡେଲିଭରୀ ବୟ
author img

By

Published : Apr 7, 2023, 7:04 PM IST

ଓଡ଼ିଆ ଚଳଚ୍ଚିତ୍ର ଡେଲିଭରୀ ବୟ

ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ । ମହାରାଜା ହଲରେ ଏହି ସିନେମାର ପ୍ରଥମ ପ୍ରିମିୟର ହୋଇଯାଇଛି । ଚଳଚ୍ଚିତ୍ରଟି ଏକ ସତ ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଥମ ଦିନରେ ଥିଏଟର ହାଉସଫୁଲ ହୋଇଥିବା ଦେଖିବାକୁ ମିିଳିଛି । ଚଳଚ୍ଚିତ୍ରଟି ରିଲିଜ ହେବା ପୂର୍ବରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ଼ କରିଛନ୍ତି ।

ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଆଜି ପରଦାରେ ମୁକ୍ତିଲାଭ କରିଛି । ଏଥିରେ ନାୟକ ସାଜିଛନ୍ତି ଡାନ୍ସିଙ୍ଗ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟ । ନାୟିକା ଭାବେ ପ୍ରିୟମ୍ବଦା ଓ କମେଡିଆନ ସନ୍ତୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବର୍ତ୍ତମାନ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ ହୋଇଥାଏ । ଏହି ଚଳଚ୍ଚିତ୍ରଟି ଏହିପରି ଜଣେ ଡେଲିଭରୀ ବୟଙ୍କ ଜୀବନ ଉପରେ ଆଧାରିତ । ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଆଉ ନିଜ ବନ୍ଧୁ କିପରି ତାଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିଛନ୍ତି ତାହା ଚିତ୍ରଣ ହୋଇଛି । ଡେଲିଭରୀ ବୟର ରୋଜଗାରକୁ ନେଇ ତାର ପରିବାର ପ୍ରତିପୋଷଣ, ଯଦି ଅର୍ଡ଼ର ପହଞ୍ଚାଇବା ସମୟରେ ମୃତ୍ୟୁ ହୁଏ ତେବେ ତାକୁ କ୍ଷତିପୂରଣ ମିଳିବା ଆବଶ୍ୟକ କି ନାହିଁ ତାକୁ ନେଇ ସିନେମାଟି ଗତିଶୀଳ ହୋଇଛି ।

ଅନ୍ୟର ଆବଶ୍ୟକତା ପୂରଣ କରିବାକୁ ଯାଇ ନିଜ ଜୀବନ ହାରି ଥିବାବେଳେ ସେମାନଙ୍କର ପରିବାର କିପରି ଚଳିବ ସେଥିପାଇଁ ଜଣେ ଡେଲିଭେରୀ ବୟର କ୍ଷତିପୂରଣର ଆବଶ୍ୟକତାକୁ ଏଥିରେ ଦର୍ଶାଯାଇଛି । ବୁଦ୍ଧାଦିତ୍ୟଙ୍କ ସଚ୍ଚୋଟ ଆଇନଜୀବୀ ଚରିତ୍ର ଦର୍ଶକଙ୍କୁ ଏହି ଚଳଚିତ୍ରର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସେହିପରି ସଡ଼କ ସୁରକ୍ଷା ଏବଂ ସଚେତନତା ସୃଷ୍ଟି ଦିଗରେ ଏଥିରେ ଦର୍ଶାଯାଇଛି । ଚଳଚ୍ଚିତ୍ରରେ ଗୀତଗୁଡିକ ମଧ୍ୟ ବେଶ ସୁନ୍ଦର ଭାବେ ସଜାଯାଇଛି । ସମାଜର ସବୁ ଶ୍ରେଣୀର ଦର୍ଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବାର ଆଶା ରଖି କରାଯାଇଥବା ଟିମ ପକ୍ଷରୁ କୁହାଯାଇଛି । ସାରା ଓଡିଶାର ୨୫ଟି ପ୍ରେକ୍ଷାଳୟରେ ଏହା ମୁକ୍ତିଲାଭ କରିଛି । ସିନେମାର ରିୟଲ ହିରୋ ବା ସତ ଡେଲିଭରି ବୟ ଦୁର୍ଗାପ୍ରସାଦ ନାୟକ ପ୍ରିମିୟର ଶୋରେ ଯୋଗ ଦେଇ ତାଙ୍କ କାହାଣୀକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଇଥିବାରୁ ନିର୍ମାତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏନେଇ ଦର୍ଶକ କହିଛନ୍ତି, "ଏହି ସିନେମା କେବଳ ମୌଳିକ କାହାଣୀ ଉପରେ ଆଧାରିତ ନୁହେଁ, ହସ, କାନ୍ଦ, ସଂଘର୍ଷ ସହ ଅଭିନେତା ଅଭିନେତ୍ରୀଙ୍କ ନିଖୁଣ ଅଭିନୟକୁ ନେଇ ଗତିଶୀଳ ହୋଇଛି । ଯେତେବେଳେ ଭଲ ବିଷୟବସ୍ତକୁ ନେଇ ପ୍ରସ୍ତୁତ ସିନେମା ଓଡ଼ିଆ ସିନେ ଜଗତକୁ ଏକ ପ୍ରଗତିର ଦିଗରେ ନେଇ ଚାଲିଛି ଏବଂ ଦର୍ଶକ ପୁଣି ହଲ ମୁହାଁ ହେଉଛନ୍ତି, ସେହି ସମୟରେ ଡେଲିଭରୀ ବୟ ମଧ୍ୟ ଏକ ପରିବର୍ତ୍ତନର ଧାରା ହୋଇପାରିବ ।" ତେଣୁ ସମସ୍ତେ ଆସି ଏହି ସିନେମାକୁ ଦେଖନ୍ତୁ ବୋଲି ଦର୍ଶକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.