ETV Bharat / state

ଓଡ଼ିଶାରେ କାୟା ମେଲାଉଛି କୋରୋନା, ଆଉ 3 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା

Odisha Corona Cases Rising: ଲଗାତାର ଚତୁର୍ଥ ଦିନରେ ରାଜ୍ୟରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

Odisha Corona Cases
Odisha Corona Cases
author img

By ETV Bharat Odisha Team

Published : Dec 28, 2023, 12:34 PM IST

Odisha Corona Cases

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଲଗାତାର 4ର୍ଥ ଦିନରେ ଚିହ୍ନଟ ହେଲେ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 3 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପଜିଟିଭ ସଂଖ୍ୟା 8କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍‌ ।

ଡିସେମ୍ବର 23 ତାରିଖରେ ରାଜ୍ୟରେ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସୋମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବୁଧବାର ପୁଣି ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ଅର୍ଥାତ ଗତ 24 ଘଣ୍ଟାରେ ଆଉ 3 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ ।

ଏନେଇ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ ଟେଷ୍ଟିଂ ବଢାଯାଇଛି । ଗତକାଲି(ବୁଧବାର) ୬୯୦ ଟେଷ୍ଟ ହୋଇଥିବା ବେଳେ ସେଥିରୁ ୩୭୮ ଆରଟିପିସିଆର କରାଯାଇଥିଲା । ତେବେ ଏହି ଟେଷ୍ଟିଂରୁ ୩ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 8ଟି ଆକ୍ଟିଭ କେସ ରହିଛି । ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ । ରାଜ୍ୟରେ ଭୟାବହ ସ୍ଥିତି ନାହିଁ । ସଂକ୍ରମିତଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ମଧ୍ୟ ଦୃଷ୍ଟିଗୋଚର ହୋଇନାହିଁ ।"

ଜାତୀୟସ୍ତରୀୟ ତଥ୍ୟ ଅନୁସାରେ, ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ସେଥିମଧ୍ୟରୁ 92 ପ୍ରତିଶତରୁ ଊର୍ଦ୍ଧ୍ବ ହୋମ ଆଇସୋଲେସନରେ ଅଛନ୍ତି, ଆଉ ଯେଉଁମାନେ ମେଡିକାଲରେ ଆଡମିଟ୍ ହେଉଛନ୍ତି ଓ ମେଜରିଟି ଡେଥ୍ ମଧ୍ୟ କୋମଅର୍ବିଟ କନଡିସନ ପାଇଁ ହୋଇଛି । କୋଭିଡ ପାଇଁ ମେଡିକାଲରେ ଆଡମିଟ୍ ହେବା ମାମଲା ବହୁତ କମ ରହିଛି । ତେବେ ଆଗକୁ ସ୍ଥିତି କ'ଣ ହେବ ସେନେଇ ବର୍ତ୍ତମାନ ଆକଳନ କରାଯାଇ ପାରିବ ନାହିଁ । ସ୍ଥିତି ଉପରେ ନଜର ରଖାଯାଇଛି । ଯଦି ସଂକ୍ରମଣ ବଢ଼େ ତେବେ ଭାୟାବହତା ଆଶଙ୍କା କମ୍ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଆଉ 2 ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା 5କୁ ବୃଦ୍ଧି

ସୂଚନା ଅନୁଯାୟୀ, ଓଡିଶାରେ ନାହିଁ JN.1 ଭାରିଏଣ୍ଟ । ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ କୋଭିଡର ନୂଆ ଭାରିଆଣ୍ଟ JN.1 ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ । କିନ୍ତୁ ଓଡ଼ିଶାରେ ଏହି ସଂକ୍ରମିତ ଚିହ୍ନଟ ହୋଇନଥିବା ବେଳେ ସମସ୍ତ ରାଜ୍ୟର ସରକାରଙ୍କୁ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ JN.1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ତେବେ ଆବଶ୍ୟକ ପଡିଲେ ରାଜ୍ୟ ମଧ୍ୟ ଗାଇଡଲାଇନ ଜାରି କରିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.