ଖୋର୍ଦ୍ଧା : ପେଟି ଭିତରେ ନବଜାତ ପୁତ୍ରର ମୃତ ଭୃଣ ଠାବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀ ଥାନା ହାଟବରଡି ଗ୍ରାମ ନିକଟ ଏକ ବିଲରେ । ତେବେ ଠାବ ହୋଇଥିବା ମୃତ ଶିଶୁ ପୁତ୍ରର ଭୃଣକୁ କେହି ଏକ ପେଟି ମଧ୍ୟରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ମୃତ ଶିଶୁପୁତ୍ରର ଓଜନ ମାତ୍ର ୨୦୦ ଗ୍ରାମ ବୋଲି ଜଣାପଡିଛି ।
ଅବାଞ୍ଛିତ ମାତୃତ୍ବକୁ ଲୁଚାଇବା ପାଇଁ କେହି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଭୃଣ ମିଳିଥିବା ସ୍ଥାନରୁ କିଛି ଦୂରରେ ଏକ ଘରୋଇ ମେଡିକାଲ ଥିବାରୁ ସେହି ମେଡିକାଲରେ ଗର୍ଭପାତ କରିବା ପରେ କୌଣସି ମା ତାର ଦୋଷକୁ ଲୁଚାଇବା ପାଇଁ ଏପରି କରିଥିବା ଲୋକେ ସନ୍ଦେହ କରୁଛନ୍ତି । ଏନେଇ ଏହି ଘଟଣାର ତଦନ୍ତ ହେବା ଜରୁରୀ ହୋଇ ପଡିଛି ।
ଇଟିଭି ଭାରତ, ଖୋର୍ଦ୍ଧା