ETV Bharat / state

ଅବ୍ୟବସ୍ଥାରେ କ୍ୟାପିଟାଲ ହସ୍ପିଟାଲର କର୍କଟ ବିଭାଗ: ମିଳୁନି ମେଡିସିନ, ନାହିଁ ଯନ୍ତ୍ରପାତି

author img

By

Published : Jun 16, 2023, 11:04 AM IST

କ୍ୟାପିଟାଲ ହସ୍ପିଟାଲ କର୍କଟ ବିଭାଗରେ ଅବ୍ୟବସ୍ଥା । ଗୁରୁତର ରୋଗୀଙ୍କ ସର୍ଜରୀ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ ନାହିଁ ଆବଶ୍ୟକ ମୁତାବକ ଯନ୍ତ୍ରପାତି । ଅଧିକ ପଢ଼ନ୍ତୁ

Cancer Department in Capital Hospital
Cancer Department in Capital Hospital

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେଉଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ସୁଲଭ ଓ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ଲାଗି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରିଛନ୍ତି । କିନ୍ତୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ କର୍କଟ ଚିକିତ୍ସାର ସ୍ୱତନ୍ତ୍ର ସେବା କେନ୍ଦ୍ର ରହିଥିଲେ ମଧ୍ୟ ତାହା ଏବେ ଅବ୍ୟବସ୍ଥା ଘେରରେ । କର୍କଟ ରୋଗୀଙ୍କ ସଂଖ୍ୟା ବଢୁଥିଲେ ବି ସେହି ଅନୁପାତରେ ଡାକ୍ତର କିମ୍ବା ନର୍ସ ଓ ଅନ୍ୟ କର୍ମଚାରୀ ଏଠାରେ ନାହାନ୍ତି । ଏପରିକି କର୍କଟ ଚିକିତ୍ସାରେ ଆବଶ୍ୟକ ମୁତାବକ ଯନ୍ତ୍ରପାତି ମଧ୍ୟ ନାହିଁ । ଫଳରେ କର୍କଟ ରୋଗୀଙ୍କ ଚିକିତ୍ସା କେମିତି ଚାଲିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ସେବାକେନ୍ଦ୍ରରୁ ଚାପ କମାଇବା ଲକ୍ଷ୍ୟରେ ୨୦୧୯ରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଖୋଲିଥିଲା କର୍କଟ ଚିକିତ୍ସାର ସ୍ୱତନ୍ତ୍ର ସେବା କେନ୍ଦ୍ର । ଇତି ମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅବ୍ୟବସ୍ଥା ଭିତରେ ଚାଲିଛି କର୍କଟ ସେବାକେନ୍ଦ୍ର । ଏଠାରେ ଗୁରୁତ୍ୱର ରୋଗୀଙ୍କ ଲାଗି ସର୍ଜରୀ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବା ବେଳେ କ୍ୟାନ୍ସର ରୋଗୀଙ୍କ ଲାଗି ଆବଶ୍ୟକ ମେଡିସିନ ହସ୍ପିଟାଲ ପରିସରରେ ଥିବା ଔଷଧ କେନ୍ଦ୍ରରେ ଉପଲବ୍ଧ ନାହିଁ ।

ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ଚିକିତ୍ସା ଲାଗି ଏଠାକୁ ଆସୁଥିବା ବେଳେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । କେବଳ କେମୋଥେରାପି ଛଡା ଅନ୍ୟ କୌଣସି ସୁବିଧା ଉପଲବ୍ଧ ନାହିଁ । ଗୋଟାଏ ପଟେ ବରଗଡ କ୍ୟାନସର ହସ୍ପିଟାଲ ଲାଗି ପ୍ରଥମ ପର୍ଯ୍ୟାୟରେ ୯୦.୨୭ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଚିକିତ୍ସା ଲାଗି ବ୍ୟବହୃତ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ଲାଗି ୩୦ କୋଟି ଘୋଷଣା କରାଯାଇଛି । କିନ୍ତୁ ରାଜ୍ୟର ରାଜଧାନୀର ପ୍ରମୁଖ ହସ୍ପିଟାଲରେ ଏବେ ସୁଦ୍ଧା ମଧ୍ୟ ଅବହେଳିତ ହୋଇ ପଡିରହିଛି ।

କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ଯେ, ୨୦୧୫ ମସିହାରେ କ୍ୟାପିଟାଲ ହସ୍ପିଟାଲରେ କର୍କଟ ରୋଗର ପ୍ରଥମ ସ୍କ୍ରିନିଂ ସେଣ୍ଟର ଭାବେ ଖୋଲାଯାଇଥିଲା । ପରେ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ଏହାକୁ ଡେ-କେୟାର ସେଣ୍ଟରର ଅନୁମୋଦନ ମିଳିଥିଲା । ଯେହେତୁ ସୁଲଭ ମୁଲ୍ୟରେ ଚିକିତ୍ସା କରାଯାଉଥିବାରୁ ବର୍ତ୍ତମାନ ସମୟରେ ବିଭିନ୍ନ ରାଜ୍ୟରୁ ରୋଗୀ ମାନେ ଚିକିତ୍ସିତ ହେବାକୁ ଆସୁଛନ୍ତି । କେମୋଥେରାପିର ପରବର୍ତ୍ତୀ ଚିକିତ୍ସାଗୁଡିକ ଯଥା ଷ୍ଟେରିଲାଇଜର, ଲାରିଗୋସ୍କୋପି, ଆଇସିଡି ମନିଟର,ଏଣ୍ଡୋସ୍କୋପି ଭଳି ଅତ୍ୟାବଶ୍ୟକ ଟେଷ୍ଟିଂର ସୁବିଧା ଏଠାରେ ଉପଲବ୍ଧ ନାହିଁ । ଏମ୍ସରେ କର୍କଟ ରୋଗର ସମସ୍ତ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ଚିକିତ୍ସା ଲାଗି ମାସ ମାସ ଧରି ଲାଇନରେ ରହିବାକୁ ପଡୁଛି । ଫଳରେ ଅନେକ ରୋଗୀ ବାଧ୍ୟ ହୋଇ ଘରୋଇ ହସ୍ପିଟାଲରେ ଅଧିକ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.