ETV Bharat / state

ମଇ ୭ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା,୧୩ଟି ଭାଷାରେ ହେବ ପରୀକ୍ଷା

author img

By

Published : Mar 13, 2023, 8:02 AM IST

ମଇ 7ରୁ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା । 13ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ । ପରୀକ୍ଷାର ଆବେଦନର ପ୍ରକ୍ରିୟା ଶେଷ ତାରିଖ ଏପ୍ରିଲ 6 ତାରିଖ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

Neet UG examination
ମଇ ୭ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ୟୁଜି ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହୋଇଛି । ମଇ 7ରେ ପରୀକ୍ଷା ଅନୁଷ୍ଠିତ ହେବ । 2023 ଶିକ୍ଷାବର୍ଷର ମେଡିକାଲ ପାଠ୍ୟକ୍ରମ BAMS, BUMSରେ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । 13ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ । ମାର୍ଚ୍ଚ 6 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ 6 ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ ।

ମଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସର୍ବଭାରତୀୟ ସ୍ତରରେ ମୋଟ ୧୩ଟି ଭାଷାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ଏନଟିଏ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଇଂରାଜୀ, ହିନ୍ଦୀ, ଆସାମିଜ୍, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ । ଏହି ପରୀକ୍ଷା ଗୁଡ଼ିକ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ କରାଯିବାକୁ ସମୟ ଧାର୍ଯ୍ୟ ହୋଇଛି । ଦୀର୍ଘ 3 ଘଣ୍ଟା 20 ମିନିଟ ସମୟ ପରୀକ୍ଷା ହେବ ।

ଏହି ପରୀକ୍ଷାର ଆବେଦନ ପ୍ରକ୍ରିୟାର ଶେଷ ତାରିଖ ଏପ୍ରିଲ ୬ ତାରିଖ ରାତି 9 ଟା ଯାଏଁ ଧାର୍ଯ୍ୟ କରାଯାଇଛି । ସେହିପରି ଆଦେନକାରୀମାନେ ସେମାନଙ୍କର ପରୀକ୍ଷା ଫି’ ଏପ୍ରିଲ ୬ ତାରିଖ ରାତି ୧୧ ଟା ୫୦ ମଧ୍ୟରେ କରିବାକୁ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଦ୍ଧାରିତ ହୋଇଥିବା ଫି’ ଅନୁଯାୟୀ, ସାଧାରଣବର୍ଗର ଛାତ୍ରଛାତ୍ରୀମାନେ ୧ ହଜାର ୭୦୦ ଟଙ୍କା ଜେନେରାଲ ଓବିସି ପ୍ରାର୍ଥୀଙ୍କ ପାଇଁ ୧ ହଜାର ୬୦୦ ଟଙ୍କା ଏବଂ ଏସସି ଓ ଏସଟି ତୃତୀୟଲିଙ୍ଗି ଏବଂ ଦିବ୍ୟାଙ୍ଗ ବର୍ଗଙ୍କ ପ୍ରାର୍ଥୀଙ୍କ ପାଇଁ ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଛଡ଼ା ଦେଶ ବାହାରେ ଯେଉଁ ପରୀକ୍ଷାର୍ଥୀମାନେ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେବେ ସେମାନଙ୍କର ସବୁ ବର୍ଗଙ୍କ ପାଇଁ ୯ ହଜାର ୫୦୦ ଟଙ୍କା ଫି’ ଧାର୍ଯ୍ୟ ହୋଇଛି ।

ଏହା ବି ପଢନ୍ତୁ....ଦୀପାଳିଙ୍କୁ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ମିଳୁ: ନବ ଦାସଙ୍କ ବୋହୂ ଚାରଭି

ଏହି ପ୍ରବେଶିକା ପରୀକ୍ଷାରେ ୨୦୦ ମାର୍କର ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ବଟାନୀ ଏବଂ ଜୁଲୋଜୀରେ ପ୍ରତି ବିଷୟ ଲାଗି ୫୦ ମାର୍କର ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କ ଲାଗି କେଉଁ ସହରର ପରୀକ୍ଷାକେନ୍ଦ୍ର, ତାରିଖ ଏବଂ ସିଫ୍ଟ ଆଦି ସମସ୍ତ ବିବରଣୀ ଆଡମିଟ୍ କାର୍ଡରେ ଉଲ୍ଲେଖ କରାଯିବ । ପରୀକ୍ଷା ସମ୍ପର୍କୀତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ ୱେବସାଇଟରେ ଦେଖିପାରିବେ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ଇଟିଭି ଭାରତ, ଭୁବେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.