ETV Bharat / state

ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ : 4% ବଢ଼ିଛି ଅପରାଧ

author img

By ETV Bharat Odisha Team

Published : Dec 5, 2023, 10:28 PM IST

ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ । ଦିନକୁ ଦିନ ଓଡ଼ିଶାରେ ବଢୁଛି ଅପରାଧ । ପ୍ରତି 1 ଲକ୍ଷରେ 3 ଜଣ ହତ୍ୟାର ଶିକାର ହେଉଛନ୍ତି । NCRB(National Crime Records Bureau) ରିପୋର୍ଟରେ ପ୍ରକାଶ କରିଛି ଏଭଳି ସାଙ୍ଘାତିକ ତଥ୍ୟ । ଦେଶରେ ବଢ଼ିଛି ମହିଳା ବିରୋଧୀ ଅପରାଧ । ଆଗକୁ ପଢ଼ନ୍ତୁ,

ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ
ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ
୨୦୨୨ NCRB ରିପୋର୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ । ଦିନକୁ ଦିନ ଓଡ଼ିଶାରେ ବଢୁଛି ଅପରାଧ । ପ୍ରତି 1 ଲକ୍ଷରେ 3 ଜଣ ହତ୍ୟାର ଶିକାର ହେଉଛନ୍ତି । NCRB(National Crime Records Bureau) ରିପୋର୍ଟରେ ପ୍ରକାଶ କରିଛି ଏଭଳି ସାଙ୍ଘାତିକ ତଥ୍ୟ । ଦେଶରେ ବଢ଼ିଛି ମହିଳା ବିରୋଧୀ ଅପରାଧ । ଓଡ଼ିଶାରେ କମିଛି ମହିଳା ବିରୋଧୀ ଅପରାଧ । ରିପୋର୍ଟ ଆସିବା ପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର ।

ପ୍ରକାଶ ପାଇଲା ୨୦୨୨ NCRB ରିପୋର୍ଟ । ରିପୋର୍ଟ ଅନୁଯାଇ ୨୦୨୧ ତୁଳନାରେ ୪% ବଢ଼ିଛି ଅପରାଧ । ଦେଶରେ ୨୪.୪% ବଢ଼ିଛି ସାଇବର କ୍ରାଇମ । ସେହିପରି ଶିଶୁ ବିରୋଧୀ ଅପରାଧ ୮.୭% ଓ ଦୁର୍ନୀତି ୧୦.୫% ବଢ଼ିଛି । ଓଡ଼ିଶାରେ ୨୦୨୨ରେ ରୁଜୁ ହୋଇଛି ସର୍ବମୋଟ ୨୨,୭୭୦ ମାମଲା । ରାଜ୍ୟରେ 1 ଲକ୍ଷ ଲୋକରୁ ୩ ଜଣ ହତ୍ୟାର ଶିକାର ହେଉଛନ୍ତି । କିନ୍ତୁ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ କମିଛି ମହିଳା ବିରୋଧୀ ଅପରାଧ । ମହିଳା ଅସଦାଚରଣ, ଦୁଷ୍କର୍ମରେ ଦେଶରେ ୪ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ମହିଳା ବିରୋଧୀ ଅପରାଧରେ ସପ୍ତମ ସ୍ଥାନରେ ଓଡ଼ିଶା । NCRB(National Crime Records Bureau) ରିପୋର୍ଟରେ ଏଭଳି ସାଙ୍ଘାତିକ ତଥ୍ୟ ଆସିବା ପରେ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେ‌ହ ଉଦ୍ଧାର

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କ’ଣ ଠିକ ଅଛି ବୋଲି ପ୍ରଶ୍ନ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ପ୍ରତ୍ୟେକ ଦିନ ରାଜ୍ୟରେ କେତେ ଜଣ ମହିଳା ଓ ଯୁବତୀଙ୍କ ନିର୍ଯାତିତ ହେଉଛନ୍ତି ସେକଥା ସର୍ଭେ ରିପୋର୍ଟ କହୁଛି । ବିଜେଡି ସରକାର ଯେବେଠୁ ଆସିଲେଣି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶେଷ ସୀମାରେ ପହଞ୍ଚି ସାରିଲାଣି । ସେଥି ପାଇଁ ରାଜ୍ୟବାସୀ ସବୁ ଜାଣି ସାରିଲେଣି ଏବଂ ୨୦୨୪ରେ ଠିକ୍ ନିଷ୍ପତି ନେବେ । ବିଜେଡି ସରକାର ଜନ ସାଧାରଙ୍କ ପାଇଁ କିଛି କରୁନାହାନ୍ତି । ନିଜ ସ୍ବାର୍ଥ ପାଇଁ ସବୁ କରୁଛନ୍ତି ଆଗାମୀ ୨୦୨୪ ନିର୍ବାଚନରେ ଯେତେବେଳେ କଂଗ୍ରେସ ଦଳ ସରକାର ଗଠନ କରିବ ଓଡ଼ିଶାରୁ ଦୁର୍ନୀତି ହଟିବ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ ବିଜେପି କହିଲା କେବଳ ହୋଡିଙ୍ଗରେ ଚାଲିଛି ମହିଳା ବିକାଶ । NCRB ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲା ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ । ୨୦୨୨ରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି । ପ୍ରତ୍ୟେକ ଦିନ ୧୨ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ୨୪ ବର୍ଷ ହେଲା ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥାଇ ମଧ୍ୟ ନ୍ୟାୟ ଓ କାର୍ଯ୍ୟାନୁଷ୍ଠାନରେ ବିଫଳ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଅପରାଧ ବୃଦ୍ଧି ପାଇଛି ଫଳରେ ଅସୁରକ୍ଷିତ ହେଉଛି ଶିକ୍ଷାନୁଷ୍ଠାନ । ସେପଟେ ଶିକ୍ଷାନୁଷ୍ଠାନରେ ଥିବା ହଷ୍ଟେଲ ଗୁଡ଼ିକରେ ଆତ୍ମହତ୍ୟାର ସଂଖ୍ୟା ବଢିଚାଲିଛି । ସମୟ ଥାଉ ଥାଉ ଯଦି ଏହା ରୋକା ନଯାଏ ତାହେଲେ ଆଗକୁ ଯେ ସ୍ଥିତି ଭୟଙ୍କର ହେବନାହିଁ କିଏ ବା କହିବ ବୋଲି ସୋନାଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.