ETV Bharat / state

ତୀବ୍ର ହେଉଛି ନୟାଗଡ ଚିନିକଳ ବଞ୍ଚାଅ ଆନ୍ଦୋଳନ - nayagarh nerws

ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି  ଗତ 30ତାରିଖରୁ ଆଖୁଚାଷୀମାନଙ୍କୁ ନେଇ ନୟାଗଡ଼ ଠାରୁ ଭୁବନେଶ୍ବରକୁ ପଦଯାତ୍ରା ବାହାରିଛି । ଅଧିକ ପଢନ୍ତୁ...

nayagarh sugar mill protest in khurda
ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ
author img

By

Published : Feb 1, 2020, 9:38 PM IST

ଖୋର୍ଦ୍ଧା: ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ । ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନଃକାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ଗତ 30 ତାରିଖରୁ ଆଖୁଚାଷୀମାନଙ୍କୁ ନେଇ ନୟାଗଡ଼ ଠାରୁ ଭୁବନେଶ୍ବରକୁ ପଦଯାତ୍ରା ବାହାରିଛି । ଏହି ପଦଯାତ୍ରା ଆସନ୍ତା ୩ ତାରିଖରେ ଭୁବନେଶ୍ବରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କ୍ରିୟାନୁଷ୍ଠାନ କମିଟିର ପକ୍ଷରୁ ସୂଚନା ଦିଆଯାଇଛି ।

ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ

ଆଖୁଚାଷ ପାଇଁ ବିଖ୍ୟାତ ନୟାଗଡ଼ ଜିଲ୍ଲାର ପାରିପାର୍ଶ୍ବିକ ଅନୁକୂଳ ପିରିସ୍ଥିତି ଭିତ୍ତିରେ ନୟାଗଡ଼ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା । ଗୁଣବତ୍ତା ଓ ଉତ୍ପାଦନ ଯୋଗ୍ୟତା ଦୃଷ୍ଟିରୁ ଆମ ଦେଶର ଏହା ଏକ ପ୍ରମୁଖ ଚିନିକଳ ଭାବେ ମାନ୍ୟତା ମଧ୍ୟ ପାଇଥିଲା । ଆଖପାଖ ୭ଟି ଜିଲ୍ଲାର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରିଆସୁଥିଲେ । କିନ୍ତୁ ଘରୋଇ କମ୍ପାନୀ ‘ନୟାଗଡ଼ ସୁଗାର କମ୍ପ୍ଲେକ୍ସ’ ଏହାର ପରିଚାଳନା ଦାୟିତ୍ବ ନେବାପରେ ୨୦୧୫ ମସିହା ଠାରୁ ଏହି ଚିନି କଳରେ ତାଲା ଝୁଲିବା ସହ ଆଖୁଚାଷୀ ଓ ଶିଳ୍ପ କର୍ମଚାରୀମାନଙ୍କର ପ୍ରାପ୍ୟ ନଦେଇ ଏହି କମ୍ପାନୀ ଚାଲିଯାଇଛି।

ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଚିନିକଳ ତଥା ଆଖୁଚାଷ ସହିତ ସମ୍ପୃକ୍ତ ହଜାର ହଜାର ଲୋକ ଏଥିଯୋଗୁଁ କର୍ମ ହରାଇଛନ୍ତି। ଏହି ଚିନିକଳ କାର୍ଯ୍ୟକ୍ଷମ ନହେବା କାରଣରୁ ଚାଷୀ ଏବେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ଉଦବେଗର ବିଷୟ ହେଉଛି ପରିଚାଳନା କର୍ତ୍ତୃପକ୍ଷ କରିଥିବା ଋଣର ଖିଲାପି କାରଣରୁ ବ୍ୟାଙ୍କ ଏହି ଚିନିକଳକୁ ସାଗମାଛ ଦରରେ ବିକ୍ରି ପାଇଁ ବାରମ୍ବାର ମସୁଧା କରି ଚାଲିଛ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏହି ଅବସରରେ ପଦଯାତ୍ରା କରୁଥୁବା କ୍ରିୟାନୁଷ୍ଠାନ କମିଟି ଶନିବାର ବେଗୁନିଆରେ ପହଞ୍ଚିବା ପରେ ସେମାନଙ୍କୁ ବେଗୁନିଆ ବଜାର କମିଟି ତରଫରୁ ସ୍ବାଗତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ତୀବ୍ର ହେଉଛି ନୟାଗଡ଼ ଚିନିକଳ ବଞ୍ଚାଅ ଆନ୍ଦୋଳନ : ଲୋକସେବା ଭବନ ଅଭିମୁଖେ ଆଖୁଚାଷୀଙ୍କ ପଦଯାତ୍ରା ପହଁଚିଲା ବେଗୁନିଆରେ

Body:ଖୋର୍ଦ୍ଧା : ନୟାଗଡ଼ ବ୍ଲକ ପାଣିପଇଲାଠାରେ ଥିବା ଚିନି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଖୁଚାଷୀମାନଙ୍କୁ ନେଇ ୩୦ ତାରିଖରୁ ନୟାଗଡ଼ ଠାରୁ ଭୁବନେଶ୍ୱରକୁ ପଦଯାତ୍ରା ବାହାରିଛି । ଏହି ପଦଯାତ୍ରା ଆସନ୍ତା ୩ତାରିଖରେ ଭୁବନେଶ୍ୱରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ବୋଲି କ୍ରିୟାନୁଷ୍ଠାନ କମିଟିର ପକ୍ଷରୁ ସୂଚନା ଦିଆଯାଇଛି । ଆଖୁଚାଷ ପାଇଁ ବିଖ୍ୟାତ ନୟାଗଡ଼ ଜିଲାର ପାରିପାର୍ଶ୍ବିକ ଅନୁକୂଳ ପିରିସ୍ଥିତି ଭିତ୍ତିରେ ନୟାଗଡ଼ ସମବାୟ ଚିନିକଳ ପ୍ରତିଷ୍ଠା ହୋଇଥିଲା । ଗୁଣବତ୍ତା ଓ ଉତ୍ପାଦନ ଯୋଗ୍ୟତା ଦୃଷ୍ଟିରୁ ଆମ ଦେଶର ଏହା ଏକ ପ୍ରମୁଖ ଚିନିକଳ ଭାବେ ମାନ୍ୟତା ମଧ୍ୟ ପାଇଥିଲା । ଆଖପାଖ ୭ଟି ଜିଲାର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରିଆସୁଥିଲେ । କିନ୍ତୁ ଘରୋଇ କମ୍ପାନୀ ‘ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଏହାର ପରିଚାଳନା ଦାୟିତ୍ୱ ନେବାପରେ ୨୦୧୫ ମସିହା ଠାରୁ ଏହି ଚିନିକଳରେ ତାଲା ପକାଇବା ସହିତ ଆଖୁଚାଷୀ ଓ ଶିଳ୍ପ କର୍ମଚାରୀମାନଙ୍କର ପ୍ରାପ୍ୟ ନଦେଇ ଚାଲିଯାଇଛନ୍ତି। ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଚିନିକଳ ତଥା ଆଖୁଚାଷ ସହିତ ସମ୍ପୃକ୍ତ ହଜାର ହଜାର ଲୋକ ଏଥିଯୋଗୁଁ କର୍ମ ହରାଇଛନ୍ତି। ଏହି ଚିନିକଳ କାର୍ଯ୍ୟକ୍ଷମ ନହେବା କାରଣରୁ ଚାଷୀ ଏବେ ବାହାର ରାଜ୍ୟକୁ କାମ ଉଦ୍ଦେଶ୍ୟରେ ଯାଉଛି । ଉଦବେଗର ବିଷୟ ହେଉଛି ପରିଚାଳନା କର୍ତ୍ତୃପକ୍ଷ କରିଥିବା ଋଣର ଖିଲାପି କାରଣରୁ ବ୍ୟାଙ୍କ ଏହି ଚିନିକଳକୁ ସାଗମାଛ ଦରରେ ବିକ୍ରି ପାଇଁ ବାରମ୍ବାର ମସୁଧା କରି ଚାଲିଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଅବସରରେ ପଦଯାତ୍ରା କରୁଥୁବା କ୍ରିୟାନୁଷ୍ଠାନ କମିଟି ଆଜି ବେଗୁନିଆରେ ପହଂଚିବା ପରେ ସେମାନଙ୍କୁ ବେଗୁନିଆ ବଜାର କମିଟି ତରଫରୁ ସ୍ୱାଗତ କରାଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.