ETV Bharat / state

୯ରେ ଝାରସୁଗୁଡା ଯିବେ ନବୀନ, ନବଙ୍କ ଶୋକସଭାରେ ହେବେ ସାମିଲ

ଆସନ୍ତା ୯ ତାରିଖରେ ଝାରସୁଗୁଡା ଯାଇ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶୋକସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲା ପ୍ରଶାସନ ଓ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସେପଟେ ପ୍ରୟାଗରାଜରେ ଅସ୍ଥି ବିସର୍ଜନ ସହ ଦଶାହ କ୍ରିୟାକର୍ମ କରିଛନ୍ତି ପୁଅ ବିଶାଳ । ଅଧିକ ପଢ଼ନ୍ତୁ

author img

By

Published : Feb 7, 2023, 5:02 PM IST

Updated : Feb 7, 2023, 6:14 PM IST

ନବ ଦାସଙ୍କ ଶୋକସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ନବ ଦାସଙ୍କ ଶୋକସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ପ୍ରୟାଗରାଜରେ ନବଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବିଶାଳ ଦାସ
୯ରେ ଝାରସୁଗୁଡା ଯିବେ ନବୀନ

ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଝାରସୁଗୁଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପୂର୍ବତନ କ୍ୟାବିନେଟ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶୋକସଭାରେ ହେବେ ସାମିଲ । ଏନେଇ ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ରୂପ ଦେବା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତଦନ୍ତରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅନ୍ୟପକ୍ଷରେ ପ୍ରୟାଗରାଜରେ ଅସ୍ଥି ବିସର୍ଜନ ସହ ଦଶାହ କ୍ରିୟାକର୍ମ କରିଛନ୍ତି ପୁଅ ବିଶାଳ ।

ଝାରସୁଗୁଡାରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଉଦେଶ୍ୟରେ ଶୋକସଭାର ଆୟୋଜନ କରାଯାଇଛି । ଶୋକସଭାରେ ସାମିଲ ହେବା ପାଇଁ ଗୁରୁବାର ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟର ବହୁ ମନ୍ତ୍ରୀ ଓ ବିଜୁ ଜନତା ଦଳର ବହୁ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ପଶ୍ଚିମ ଓଡ଼ିଶାର କିଛି ନେତାଙ୍କୁ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ବ ଦିଆଯାଇଛି । ଏହି ନେତାମାନେ ଝାରସୁଗୁଡାରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସେହିପରି ପ୍ରୟାଗରାଜରେ ନବଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ ବିଶାଳ ଦାସ । ନବ ଦାସଙ୍କ ମୃତ୍ୟୁକୁ ଆଜି (ମଙ୍ଗଳବାର) ୧୦ ଦିନ ପୁରିଛି । ଆଉ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ । ଦଶାହ କ୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ନବ ଦାସଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ସହ ନବଙ୍କ ଅସ୍ଥି ବିସର୍ଜନ କରିଛନ୍ତି ବିଶାଳ । ବିଶ୍ୱାସ ରହିଛି ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ମୋକ୍ଷ ମିଳିଥାଏ । ଯେଉଁଥିପାଇଁ 2 ଦିନ ପୂର୍ବେ ପ୍ରୟାଗରାଜରେ ପହଞ୍ଚିଥିଲେ ବିଶାଳ । ପଣ୍ଡିତଙ୍କ ସହ ଆଲୋଚନା ପରେ ଅସ୍ଥି ବିସର୍ଜନ ସହ ଦଶାହ କ୍ରିୟାକର୍ମ କରିଛନ୍ତି ପୁଅ ବିଶାଳ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ସେ କହିଛନ୍ତି, "ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଯାଉଛନ୍ତି । ନବ ଦାସ ମୁଖ୍ୟମନ୍ତ୍ରୀଙ୍କର କ୍ୟାବିନେଟ ସହଯୋଗୀ । ତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଯିବେ । ବିଧାନସଭା ଭିତରେ ଓ ବାହାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ତାହାର ଉତ୍ତର ଦେବେ । ନବ ଦାସଙ୍କ ହତ୍ୟାକାଣ୍ଡକୁ ରାଜନୈତିକ ରୂପ ଦେବା ଆଦୌ ଠିକ ନୁହେଁ ।"

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମ୍ପର୍କରେ କହିଛନ୍ତି, "ନବଙ୍କ ମୃତ୍ୟୁ ଦିନ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ତାଙ୍କ ପୁଅ, ସ୍ତ୍ରୀଙ୍କୁ ସାନ୍ତ୍ବନା ଦେଇଥିଲେ । ମୁଁ ଥିଲି । କିନ୍ତୁ ତଦନ୍ତ ଯେମିତି ହେଉଛି ଲାଗୁଛି ସାନ୍ତ୍ବନା ପାଣିର ଗାର । ସିଟିଂ ହାଇକୋର୍ଟ ବିଚାରପତିଙ୍କ ଜରିଆରେ ତଦନ୍ତ ଲାଗି ଦାବି କରିଥିଲୁ । କିନ୍ତୁ ଜଣେ ଅବସରପ୍ରାପ୍ତ ବିଚାରପତି ମାମଲାର ସୁପରଭାଇଜ କରୁଛନ୍ତି । ଭୋଟ ମୁଣ୍ଡରେ ଅଛି, ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଯିବେ । ମୋତେ ଶୋକସଭାକୁ ଡାକିନାହାଁନ୍ତି, ମୁଁ ଯିବିନାହିଁ । ଡାକିଥିଲେ, ବନ୍ଧୁ ହିସାବରେ ଯାଇଥାନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2023, 6:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.