ETV Bharat / state

ମୋଦିଙ୍କ ପ୍ରଶଂସାରେ ଶତମୁଖ ନବୀନ, କେନ୍ଦ୍ରର ପ୍ରଦର୍ଶନକୁ 10 ରୁ 8 ନମ୍ବର, ଏକକ ନିର୍ବାଚନ ନିଷ୍ପତ୍ତିକୁ ସ୍ବାଗତ - ଲିଟେରାରୀ ଫେଷ୍ଟିଭାଲ 2023

ଓଡିଶା ଲିଟେରାରି ଭେଷ୍ଟିଭାଲରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଦେଲେ ମୁଖ୍ୟମନ୍ତ୍ରୀ ନବୀନ । ବିଭିନ୍ନ କ୍ଷେତ୍ରରେ ମୋଦିଙ୍କ ପ୍ରଦର୍ଶନକୁ 10 ରୁ 8 ନମ୍ବର, ଏକକ ନିର୍ବାଚନ ନିଷ୍ପତ୍ତିକୁ କଲେ ସ୍ବାଗତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ନବୀନ, ଦୂର୍ନୀତି ନିରୋଧୀ ପଦକ୍ଷେପକୁ କଲେ ପ୍ରଶଂସା

author img

By ETV Bharat Odisha Team

Published : Sep 24, 2023, 10:40 PM IST

ଭୁବନେଶ୍ୱର: ଦେଶରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ଦେଶରୁ ଦୁର୍ନୀତି ଦୂରୀକରଣ କ୍ଷେତ୍ର ସମେତ ବିଦେଶ ନୀତି ଓ ଅନ୍ୟ ପ୍ରସଙ୍ଗରେ ମୋଦି ସରକାରର କାର୍ଯ୍ୟପ୍ରଣାଳୀଙ୍କୁ ବେଶ ପ୍ରଭାବୀ ଦର୍ଶାଇ 10 ରୁ 8 ନମ୍ବର ପ୍ରଦାନ କରିଛନ୍ତି ନବୀନ । ଆଜି (ରବିବାର) ଭୁବନେଶ୍ବରରେ ଗଣମାଧ୍ୟମ ସଂସ୍ଥା ‘ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ ଗ୍ରୁପ ଦ୍ବାରା ଆୟୋଜିତ ଓଡିଶା ଲିଟେରାରି ଫେଷ୍ଟିଭାଲ-2023 କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନବୀନ ମୋଦିଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଆଜି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନବୀନ କହିଛନ୍ତି,‘‘ ବୈଦେଶିକ ବ୍ୟାପାର ନୀତି ଓ ଅନ୍ୟ ପ୍ରଦର୍ଶନ ପାଇଁ ମୋଦି ସରକାରକୁ ମୁଁ 10 ରୁ 8 ନମ୍ବର ଦେଉଛି । ସେହିପରି ଦେଶରେ ଦୁର୍ନୀତି ଦୂରୀକରଣରେ ମଧ୍ୟ ବିଜେପି ସରକାର ଭଲ ପ୍ରଦର୍ଶନ କରିଛି ।’’ ଏବେ ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ସମ୍ପର୍କିତ ପ୍ରଶ୍ନରେ ନବୀନ କହିଛନ୍ତି, ‘‘ଏହା ଏକ ନିହାତି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଆମ ଦଳ ସବୁବେଳେ ମହିଳା ସଶକ୍ତିକରଣକୁ ସମର୍ଥନ କରିଆସିଛି । ମୋ ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜ ଶାସନ କାଳରେ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ । ଏବେ ମୁଁ ଏହି ପ୍ରତିଶତ 50 କୁ ବୃଦ୍ଧି କରିଛି ।’’ କେବଳ ଏତିକି ନୁହେଁ ବରଂ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ‘ଏକକ ନିର୍ବାଚନ’ ମୁଦ୍ଦାରେ ମଧ୍ୟ ନବୀନ ବିଜେପି ସରକାର ସପକ୍ଷରେ ମତ ଦେଇଛନ୍ତି । ଏହାକୁ ତାଙ୍କ ଦଳ ସ୍ବାଗତ କରିବ ବୋଲି ନବୀନ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Women's reservation Bill: ସରୁନି ଶ୍ରେୟ ରାଜନୀତି, ସମସ୍ତେ କହୁଛନ୍ତି ଆମ ପ୍ରୟାସ

କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ଅଂଶଗ୍ରହଣ କରିଥିବା ନବୀନଙ୍କ ସହ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ଆଲୋଚନା କରିଥିଲେ । ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି କହିବା ସହ ଦୁର୍ନୀତି ହଟାଇବା ତାଙ୍କ ସରକାରର ମୂଳ ଲକ୍ଷ୍ୟ ବୋଲି ନବୀନ କହିଥିଲେ । ରାଜନୀତି ଆବର୍ଜନା ନୁହେଁ, ବରଂ ଲୋକସେବା କରିବାର ଏକ ମାଧ୍ୟମ । ସଂଘୀୟ ବ୍ୟବସ୍ଥାରେ ତାଙ୍କ ସରକାର ବିଶ୍ୱାସ କରେ । ଶାନ୍ତି ଓ ଅହିଂସାର ବାର୍ତ୍ତାକୁ ଓଡିଶା ନିଜର ଧର୍ମ ବୋଲି ମାନିଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ବିପର୍ଯ୍ୟୟ ପରିଚାଳନାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି ବୋଲି ନବୀନ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.