ETV Bharat / state

ନବୀନଙ୍କ ମାସିକିଆ ସମୀକ୍ଷାକୁ ବିରୋଧିଙ୍କ ଅଟ୍ଟହାସ୍ଯ - meeting

ନବ ଗଠିତ ମନ୍ତ୍ରୀମାନଙ୍କର ମାସିକିଆ କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏପରି ନିର୍ଦେଶକୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଅକ୍ଷମତା ବୋଲି କହିଛନ୍ତି ବିରୋଧି ବିଜେପି ଏବଂ କଂଗ୍ରେସ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 5, 2019, 6:51 PM IST

ଭୁବନେଶ୍ବର: ନବୀନ ନେବେ ନିଜ ଟିମର ପରୀକ୍ଷା । ପ୍ରତି ମାସ 7 ତାରିଖରେ କରିବେ ମନ୍ତ୍ରୀ ମାନଙ୍କର କାର୍ଯ୍ୟ ସମୀକ୍ଷା । ନବୀନଙ୍କ ନିଷ୍ପତ୍ତିକ୍ରମେ ନୂଆ ମନ୍ତ୍ରୀମଣ୍ଡଳର ପରୀକ୍ଷା ଜୁଲାଇ 7ରୁ ଆରମ୍ଭ ହେବାକୁ ଥିବାବେଳେ ବିରୋଧି ବିଜେପି ଓ କଂଗ୍ରେସ ଏହାକୁ ତାତ୍ସଲ୍ଯ କରିଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଅଧାରୁ ଅଧିକ ମନ୍ତ୍ରୀଙ୍କୁ ଏଯାଏ ମିଳିନି ପ୍ରକୋଷ୍ଠ । ଏପରିକି ଅନେକ ବିଭାଗର ଅଧିକାରୀମାନଙ୍କ ସହ ମନ୍ତ୍ରୀ ପରିଚିତ ହୋଇନାହାଁନ୍ତି । ହେଲେ ଠିକ ଏତିକି ବେଳେ ବାଜିଛି ନବୀନଙ୍କ ସମୀକ୍ଷା ଛାଟ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦ୍ଦେଶ ଦେବା ପରେ ମନ୍ତ୍ରୀମାନେ ନିଜ ବିଭାଗକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ। ଯଦିଓ ହାକିମଙ୍କ ବିରୋଧରେ ଯିବାକୁ କେହି ସାହସ ଜୁଟାଇ ପାରୁ ନାହାଁନ୍ତି ବାଧ୍ୟ ହୋଇ ଏହାକୁ ମାନି ନେଇଛନ୍ତି। ବିଶେଷ କରି ବିଭାଗ ମିଳିବା ପରେ ଯାହା କିଛି ହୋଇଛି ତାଠୁ କିପରି ଅଧିକ କାମ କରିବେ ସେନେଇ ଅଣ୍ଟା ଭିଡିଛନ୍ତି ।

ହେଲେ ନବୀନଙ୍କ ଏପରି ନିଷ୍ପତ୍ତିକୁ ଅକ୍ଷମ ବୋଲି କହିଛନ୍ତି ବିରୋଧୀ । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡ଼ିଶାରେ ସରକାର କିପରି ଚାଲିଛି ତାହା ସମସ୍ତଙ୍କୁ ଜଣା । ମନ୍ତ୍ରୀ ଓ ବିଧାୟକଙ୍କ ନିଜର ସ୍ଥିତି କିଛି ନାହିଁ। ଏଠି ଏକମାତ୍ର ଅଫିସରଙ୍କ ରାଜ ଚାଲିଛି। ଲୋକେ ଏସବୁ ଜାଣିଛନ୍ତି। ନିଜ ଅକ୍ଷମତା ଘୋଡାଇବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । । ସେହିପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ମାସିକିଆ ରିପୋର୍ଟ ମାଗିବା ଆବଶ୍ୟକ ନାହିଁ। ପ୍ରଥମେ ମନ୍ତ୍ରୀ ଲୋକଙ୍କ ନିକଟକୁ ଯାଆନ୍ତୁ। କାମ କରନ୍ତୁ। କେବଳ କାଗଜ କଲମରେ ରିପୋର୍ଟ ଦେଇ ଲାଭ କଣ। ତେଣୁ ଏସବୁ କେବଳ ଲୋକ ଦେଖଣିଆ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ପଟ୍ଟନାୟକ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.