ETV Bharat / state

ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

author img

By

Published : Apr 21, 2022, 4:54 PM IST

ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନାରୋଗଦା ଗ୍ରାମବାସୀ । ଅଧିକ ପଢନ୍ତୁ

ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ
ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଦାବି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ

ଖୋର୍ଦ୍ଧା: ଭୁବନେଶ୍ବର ଉପକଣ୍ଠ ନାରୋଗଦା ଗ୍ରାମରେ ଶ୍ରୀକ୍ରିଷ୍ଣା ବିଲଡ଼ର୍ସ ମାଲିକ ସରକାରୀ ଜମି ଏବଂ ଗ୍ରାମର ରାସ୍ତାକୁ ଜବରଦଖଲ କରିବା ସହିତ ବଳ ପୂର୍ବକ ରାସ୍ତାରେ ଅଫିସ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାପରେ ବିଲଡର୍ସଙ୍କ ସେମାନଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଲଗାଇବା ପରେ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ ।

ବଳ ପୂର୍ବକ ରାସ୍ତାରେ ଅଫିସ କରିବାକୁ ଗ୍ରାମବାସୀ ବିରୋଧୀ କରିବାରୁ ବିଲଡର ଗ୍ରାମବାସୀଙ୍କ ନାଁରେ ମିଥ୍ୟା ମକଦ୍ଦମା କରିଛି । ସେହିପରି ଲିଜ ଜମିର କିସମ ପରିବର୍ତ୍ତନ କରାଯାଇ ନିଜ ନାମକୁ କିଭଳି ପରିବର୍ତ୍ତନ କରାଯାଇଛି । ଏହାକୁ ବିରୋଧକରି ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ନାମରେ ହେଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ନ ମିଳିଛି ସେପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ଗ୍ରାମବାସୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.