ETV Bharat / state

ନରସିଂହ ନୁହେଁ, ପୁଅ ସମରେନ୍ଦ୍ର ମିଶ୍ର ଲଢିବେ ନିର୍ବାଚନ: ପିସିସି ସଭାପତି

author img

By ETV Bharat Odisha Team

Published : Oct 15, 2023, 9:48 PM IST

ଅଭିଜ୍ଞ ତଥା ହେଭିୱେଟ୍ ନେତା ଦୀର୍ଘଦିନର ସକ୍ରିୟ ରାଜନୀତିରୁ ଓହରିଯିବା ପ୍ରତ୍ୟେକ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏହାରି ଭିତରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ।

election preparation by congress
କଂଗ୍ରେସର ନିର୍ବାଚନ ପ୍ରସ୍ତୁତି
କଂଗ୍ରେସର ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ବର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ଛାତିରେ ଛନକା ପଶୁଛି । ନୂଆ ନେତାଙ୍କୁ ଟିକେଟ ମିଳିବା ଏବଂ ନିର୍ବାଚିତ ନେତାଙ୍କ ଟିକେଟ କଟିବା ନେଇ ଆଶା ଆଶଙ୍କା ଲାଗି ରହିଛି । ଅଭିଜ୍ଞ ତଥା ହେଭି ୱେଟ୍ ନେତା ଦୀର୍ଘଦିନର ସକ୍ରିୟ ରାଜନୀତିରୁ ଓହରିଯିବା ପ୍ରତ୍ୟକ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଅଭିଜ୍ଞ ନେତାଙ୍କ ସ୍ଥାନ ପୂରଣ କରିବାରେ ହୁଏତ ନୂଆ ନେତା ସକ୍ଷମ ହେବେ କି ନାହିଁ ତାହା ଦଳୀୟ ମୁଖିଆଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହାରି ଭିତରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ରାଜ୍ୟର କିଛି ନିର୍ବାଚନ ମଣ୍ଡଳୀରେ ଉଭୟ ବିଜେଡି ଏବଂ ବିଜେପିର ହେବିୱେଟ ନେତା ନିର୍ବାଚନ ଲଢ଼ିବେ ନେଇ ଆଲୋଚନା ହେଉଛି । ଏହି ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ସେମାନେ ତାଙ୍କର ରଣନୀତି କରୁଛନ୍ତି । ଆମେ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ରାଜ୍ୟରେ ହେବିୱେଟ୍ କେହି ନାହାନ୍ତି । କେବଳ ଜନତା ହିଁ ହେଉଛନ୍ତି ହେବିୱେଟ୍ । ସେମାନେ ଯାହା ନିଷ୍ପତ୍ତି ନେବେ, ସେହି ଦଳ ହିଁ ବିଜୟ ଲାଭ କରିବ । ଜନତାଙ୍କ ନିଷ୍ପତି କଂଗ୍ରେସ ଦଳ ସହ ରହିଛି । ସେମାନେ 24 ବର୍ଷର ବିଜେଡି ସରକାର ଏବଂ କେନ୍ଦ୍ରର ବିଜେପି ସରକାରକୁ ଦେଖି ସାରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ହିଁ ବିଜୟଲାଭ କରିବ ।"

ଏହା ବି ପଢନ୍ତୁ...Telangana polls: 4ଶହ ଟଙ୍କାରେ LPG ଦେବେ KCR, 15 ଲକ୍ଷର ସ୍ବାସ୍ଥ୍ୟ ବୀମା

ଏହା ବି ପଢନ୍ତୁ...ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

ଅପରପକ୍ଷେ,"ପିସିସି ସଭାପତି ନିର୍ବାଚନ ଲଢ଼ିବେ କି ନାହିଁ ?" ପ୍ରଶ୍ନରେ ଶରତ କହିଛନ୍ତି, "ମୋତେ ହାଇକମାଣ୍ଡ ଟିକେଟ ଦେଲେ ମୁଁ ନିଶ୍ଚିନ୍ତ ଲଢ଼ିବି । ଏହାସହ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି ପିସିସି ସଭାପତି । "ନରସିଂହଙ୍କ ସ୍ଥାନରେ ତାଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢ଼ିବେ" ବୋଲି ସେ ପ୍ରତିକ୍ରିୟା ଦେବା ପରେ କଂଗ୍ରେସ ରାଜନୀତି ଏବେ ସରଗରମ ରହିଛି । ଶରତ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସ ଦଳ ପାଇଁ ନରସିଂହ ମିଶ୍ରଙ୍କ ଅବଦାନ ଅନେକ । ତେଣୁ ଆମେ ତାଙ୍କୁ ଅନୁରୋଧ କରିବୁ ସିଏ ପୁନର୍ବାର ନିର୍ବାଚନ ଲଢନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.