ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଅଦଳବଦଳ । ସମ୍ବଲପୁର ପ୍ରାଣୀ ଉଦ୍ୟାନ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଙ୍କ ଅଦଳବଦଳ ପକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଉଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ଏବଂ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁ ଦେବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି ।
ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ଦେବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ।
(1) କୃଷ୍ଣସାର ମୃଗ: 8 ଟି (4 ପୁରୁଷ + 4 ମହିଳା)
(2) ନୀଳଗାଇ: 8 ଟି (4 ପୁରୁଷ +4 ମହିଳା)
(3) କୁଜି ହରିଣ : 8 ଟି (4 ପୁରୁଷ +4 ମହିଳା)
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଦେବା ପାଇଁ ସମ୍ବଲପୁର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ।
(1) ଚଉସିଂହା 7 ଟି (2 ପୁରୁଷ + 5 ମହିଳା)
(2) ସମ୍ବର୍: 5ଟି (2 ପୁରୁଷ +3 ମହିଳା)
ତେବେ ଏହି ଜୀବଜନ୍ତୁ ଅଦଳବଦଳ ଦୁଇ ଦିନ ଧରି ଚାଲିବ । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ବ୍ଲାକ୍ବକ୍ ହସ୍ତାନ୍ତର କରାଯାଇଛି। ଏହାର ପ୍ରତିବଦଳରେ ଚଉସିଂହାଙ୍କୁ ସମ୍ବଲପୁରରୁ ନନ୍ଦନକାନନକୁ ଅଣାଯିବ। ଭବିଷ୍ୟତରେ ସମ୍ବର୍ ବଦଳରେ ନୀଳଗାଇ ଏବଂ କୁଜି ହରିଣକୁ ସମ୍ବଲପୁରକୁ ଦିଆଯିବ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚାଉସିଂହାର ସମ୍ଭାବ୍ୟ ପ୍ରଜନନକୁ ଅଗ୍ରଗତି କରିବା ପାଇଁ ପ୍ରୟାସ କରାଯାଉଛି । ଯାହା ଫଳରେ ସମ୍ବଲପୁରରୁ ନନ୍ଦନକାନନକୁ ଚାଉସିଂହା ଆସିବ ।
ଏହା ମଧ୍ୟ ପଢ଼ନ୍ତୁ....୧୨ ବର୍ଷ ଅପେକ୍ଷାର ଅନ୍ତ, ନନ୍ଦନକାନନ ରୋପୱ ସେବା ଆରମ୍ଭ
ସୂଚନା ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ କର୍ତ୍ତୃପକ୍ଷ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ ଦୀର୍ଘ ବର୍ଷ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କିଛି ଜୀବଜନ୍ତୁ ଏକାକୀ ଜୀବନ ବିତାଉଛନ୍ତି । ପ୍ରାଣୀ ଉଦ୍ୟାନରେ ପ୍ରାୟ ଆଉ ୨୪ ପ୍ରଜାତିର ଜୀବଜନ୍ତୁ ମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରାୟସ ଆରମ୍ଭ କରାଯାଇଛି । ଏଥିପାଇଁ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ମଧ୍ଯ ମିଳିସାରିଛି । ଚଳିତ ବର୍ଷ ୨୪ଟି ଜୀବଜନ୍ତୁ ଆଣିବା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଆଗାମୀ ଦିନରେ ଓଟପକ୍ଷୀ, ହଳଦୀଆ ପିଠିଆ ଲୋରି, ଆମେରିକାନ ଏଣ୍ଡୁଅ, ମାମୋସେଟ, ଟୁଫଟେଡ଼ ମାରମୋସେଟ୍, ମିର୍କ୍ୟାଟ୍, ଅମ୍ବେଲା କୁକାଟୋ, ଲେସର ସଲଫର କ୍ରିଷ୍ଟେଡ କୁକାଟୋ, ବାରବାରି ଡୋଭ, ଷ୍ଟାର ପିଞ୍ଜ୍, ଡାଇମଣ୍ଡ ଡୋଭ, ଲଙ୍ଗ ଟେଲ୍ସ ପିଞ୍ଜ୍, ରିଙ୍ଗ ନେକେଡ ଫିଜାଣ୍ଟ, ବ୍ଲାକ କ୍ରୋନଡ଼ କ୍ରେନ,ଭାଉଲେଟ ଟୋରାକୋ, ବେଙ୍ଗାଲିସ ପିଞ୍ଜ୍, ଗ୍ରିନ ଇଉଗେଡ ମାଙ୍କଡ଼, ଜିରାଫ,ଲିଭିଙ୍ଗ୍ ଷ୍ଟୋନ ଟୁରାକୋ ଓ ନେକେଡ ୱାଲାରି ଆସିବ ବୋଲି ସୂଚନା ମିଳିଛି।
ଇଟିଭି ଭାରତ, ଭୁବନେଶ୍ବର