ETV Bharat / state

ଆସନ୍ତା ୯ରେ 'ନମନ ୨୦୨୩'; ପୋଲିସଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Dec 5, 2023, 5:30 PM IST

ପୋଲିସମାନଙ୍କ ନିସ୍ଵାର୍ଥ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏକ ନିଆରା କାର୍ଯ୍ୟକ୍ରମ କରାଯାଉଛି । ପୂର୍ବବର୍ଷ ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଥିବା ବେଳେ ଚଳିତବର୍ଷ ୨ୟ 'ନମନ-୨୦୨୩' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଡିସେମ୍ବର ୯ ତାରିଖରେ ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ହେବ । ଅଧିକ ପଢନ୍ତୁ...

ଡିସେମ୍ବର ୯ରେ ଅନୁଷ୍ଠିତ 'ନମନ ୨୦୨୩', ପୋଲିସଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ନିଆରା କାର୍ଯ୍ୟକ୍ରମ

ଭୁବନେଶ୍ବର: ପୋଲିସ ବିଭାଗର ନିସ୍ଵାର୍ଥ ସେବାକୁ ସମ୍ମାନ ଜଣାଇବାକୁ ନିଆରା କାର୍ଯ୍ୟକ୍ରମ 'ନମନ' କରାଯାଉଛି । ଆଗାମୀ ଡିସେମ୍ବର ୯ ତାରିଖ ଶନିବାର ଦିନ ୭ମ ବାଟାଲିୟନ ପରିସରରେ ୨ୟ ନମନ- ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଓଡିଶାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ନମନ ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଅଗ୍ରଣୀ ପ୍ରତିଷ୍ଠାନ ହ୍ୱାଇଟ କାନଭାସ, ପୋପା ଏବଂ ସ୍ମାଇଲ ପ୍ଲିଜ ଟ୍ରଷ୍ଟ ସହଯୋଗରେ ଏହି ୨ୟ ନମନ - ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

'ନମନ' ପୋଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ ଅଟେ । ଆଇନ ଶୃଙ୍ଖଳା ରକ୍ଷା କରିବା ବ୍ୟତୀତ ପୋଲିସ ଅହରହ ନିଜ ଜୀବନକୁ ବାଜି ଲଗାଇ ଆମ ଜୀବନକୁ ସରଳ, ସୁନ୍ଦର ଓ ଶୃଙ୍ଖଳିତ କରିବାର ପ୍ରୟାସ ଜାରି ରଖିଥାଏ । ନିସ୍ଵାର୍ଥପର ଭାବେ ସେମାନେ ସମାଜ ର ଜାଗ୍ରତ ପ୍ରହରୀ ଭାବେ ବର୍ଷକ ବାର ମାସ ଅତ୍ୟନ୍ତ ଅବିରତ ପରିଶ୍ରମ ସହ ଅନେକ ତ୍ୟାଗ କରିଥାନ୍ତି । ସେମାନଙ୍କ ପରିବାର ମଧ୍ୟ ସେମାନଙ୍କୁ ସହଯୋଗ କରିଥାନ୍ତି । ତେଣୁ କମିଶନରେଟ ପୋଲିସ ଓ ଅନ୍ୟ ସମସ୍ତ ପୋଲିସ ସହଯୋଗୀଙ୍କ ନିସ୍ଵାର୍ଥ ସେବାକୁ ହୃଦୟରୁ ସମ୍ମାନ ଦେବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ସ୍ୱରୂପ 'ନମନ' ଗତବର୍ଷ ଠାରୁ ଆୟୋଜିତ ହୋଇଆସୁଛି ।

ତେବେ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଛି ମହିଳା ପୋଲିସଙ୍କୁ ସମ୍ମାନ ଦେବା । ଏଥିସହ ଏହି କ୍ରମରେ ଚଳିତ ବର୍ଷ ନମନ ୨ୟ ସଂସ୍କରଣରେ ଓଲିଉଡ଼ ଓ ବଲିଉଡର ଅନେକ ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, କମେଡିଆନ ଯୋଗଦେବେ । ଆସନ୍ତା ୯ ତାରିଖ ସନ୍ଧ୍ୟା ରେ ୭ମ ବାଟାଲିୟନ ପରିସରରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯିବ ବୋଲି କହିଛନ୍ତି ଅୟୋଯାଜକ l

ଏହା ମଧ୍ୟ ପଢନ୍ତୁ: କମିଶନରେଟ ପୋଲିସ ପାଇଁ ନମନ, ସେବା ଓ ସୁରକ୍ଷା ପାଇଁ ଶୁଭେଚ୍ଛାର ସମାରୋହ

ଏନେଇ ଆଜି ଏକ ପ୍ରେସମିଟରେ ଓଲିଉଡ଼ ଅଭିନେତା ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ସବ୍ୟସାଚୀ ମିଶ୍ର, ଅଧ୍ୟକ୍ଷ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ଉଲ୍ଲାସ ବେହେରା ଉପସ୍ଥିତ ରହିଥିଲେ । ଏବଂ ଏହି ନିଆରା କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଶୈଳୀ ରେ ଉପସ୍ଥାପନା କରିବା ପାଇଁ ନମନ ଫାଉଣ୍ଡେସନ ତାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ତେଣୁ ଏହି ନିଆରା କାର୍ଯ୍ୟକ୍ରମରେ ବହୁ ମାତ୍ରାରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମସ୍ତେ ମିଶି ସାଫଲ୍ୟ କରିବା ପାଇଁ ନିବେଦନ କରିଛନ୍ତି ସବ୍ୟସାଚୀ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.