ଖୋର୍ଦ୍ଧା : ଖାଲ ଖମାରେ ପୁରି ରହିଛି ଖୋର୍ଦ୍ଧା ସହରର ରାସ୍ତା । ବାଟମଙ୍ଗଳା ଠାରୁ ଚଣ୍ଡୀଚୁଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଜଟଣୀ ବାଇପାସକୁ ମକୁନ୍ଦପ୍ରସାଦ ସ୍ଥିତ ତିନିମୁହାଣୀ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ନ କହିବା ଭଲ । ମୁଖ୍ୟ ଡ଼ାକଘର ଠାରୁ ଗୁରୁଜଙ୍ଗ ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।
ଏହାର ପ୍ରତିବାଦରେ ଖୋର୍ଦ୍ଧା ନଗର କଂଗ୍ରେସ କର୍ମକର୍ତ୍ତା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ରାସ୍ତାର ମରାମତି ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ଆଗାମୀ ଦଶ ଦିନ ମଧ୍ୟରେ ଖରାପ ଥିବା ରାସ୍ତାର ମରାମତି କରାନଗଲେ ନୂଆ ବସଷ୍ଟାଣ୍ଡ ଛକରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ