ETV Bharat / state

ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଛି ନାବାର୍ଡ - ନାବାର୍ଡ

ଭୁବନେଶ୍ୱରରେ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ପାଳିତ । ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧିକରଣ, ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଆଦି କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ନାବାର୍ଡର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ
ନାବାର୍ଡର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ
author img

By

Published : Jul 13, 2023, 9:26 AM IST

ନାବାର୍ଡର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ନାବାର୍ଡ ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି । ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢ଼ୀକରଣରୁ ଆରମ୍ଭ କରି ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆଦି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନାବାର୍ଡ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି । ଏହା ଜାରି ରଖିବାକୁ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱରରେ ନାବାର୍ଡର ୪୨ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ, ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବା ସଙ୍ଗେସଙ୍ଗେ ଜୀବନଯାପନର ଧାରା ବଦଳିଛି । ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧିକରଣ, ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଆଦି କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଶାରଦା ପ୍ରାସାଦ ମହାନ୍ତି, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ଶର୍ମା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଛନ୍ତି ।

ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ନାବାର୍ଡ ସହାୟତାରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗ କରି ଜଳ ସଂପଦ ବିଭାଗ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ସେତୁ ନିର୍ମାଣ ଆଦି କାର୍ଯ୍ୟ କରିଆସୁଛି । ଭୌଗୋଳିକ ସୀମା ଆଧାରରେ ବିଭିନ୍ନ କ୍ଷେତ୍ରରେ ଅଦ୍ୟାବଧି ପହଞ୍ଚି ପାରିନଥିବା କ୍ଷେତ୍ର, ବିକାଶରେ ସାମିଲ କରାଯାଇ ପାରିନଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଅନ୍ତର୍ଭୁକ୍ତି ଏବଂ ନାବାର୍ଡ ଦ୍ୱାରା ହିତାଧିକାରୀମାନେ କିପରି ଅଧିକ ସହଜରେ ଶୀଘ୍ର ସହାୟତା ପାଇବା ସଙ୍ଗେ ସଙ୍ଗେ ଉପକୃତ ହେବେ, ​‌ସେ ସଂପର୍କରେ ସେ ପରାମର୍ଶ ଦେଇଛନ୍ତି । ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ନାବାର୍ଡ ଦ୍ୱାରା କିପରି ମିଶନ ଶକ୍ତି ମହିଳାମାନେ ଉପକୃତ ହେଉଛନ୍ତି, ସେନେଇ ବିସ୍ତୃତ ଆଲୋକପାତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଡିଜିଟାଲି ହେବ ଫସଲ ସର୍ବେକ୍ଷଣ, ତାଲୁକସ୍ତରୀୟ ପ୍ରଶିକ୍ଷକଙ୍କୁ ତାଲିମ

ବିଗତ ୪ ବର୍ଷରେ ନାବାର୍ଡ ଓଡ଼ିଶାରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଦାନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ନାବାର୍ଡ ପକ୍ଷରୁ ୩୧ ହଜାର ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛି । ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ଆସିଥିବା ଓଡ଼ିଶାର ମିଶନ ଶକ୍ତି ମଡେଲକୁ ନାବାର୍ଡ ସହଯୋଗ ଦେଇଆସିଛି । ଏସଏଚଜିରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସଂଖ୍ୟା ବୃଦ୍ଧିରେ ଅଂଶୀଦାର ହେବା ପର୍ଯ୍ୟନ୍ତ ମହିଳାମାନେ ଏବେ ବିକାଶର ପୃଷ୍ଠପୋଷକ ପାଲଟିଛନ୍ତି । ଭବିଷ୍ୟତର ଏସଏମଇ ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସେମାନଙ୍କର ସ୍ୱପ୍ନକୁ ଆଗକୁ ବଢ଼ାଉଛନ୍ତି । ଏଥିରେ ନାବାର୍ଡର ସହଯୋଗ ରହି ଆସିଛି । ଏଥିସହିତ କୃଷି ଆୟକୁ ନିଶ୍ଚିତ କରିବା, ଜନଜାତିମାନଙ୍କର ଜୀବିକାକୁ ସୁରକ୍ଷିତ କରିବା ପାଇଁ ନାବାର୍ଡ ସହାୟତା ପ୍ରଦାନ କରିଆସୁଛି ।

ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳନା ମୁଖ୍ୟ ଡ଼ଃ ସୁଧାଂଶୁ କେ.କେ ମିଶ୍ର କହିଛନ୍ତି ଯେ, ନାବାର୍ଡ ଜରିଆରେ ଖାଦ୍ୟ ପ୍ରକ୍ରିୟାକରଣ, ଔଦ୍ୟୋଗିକ ବିକାଶ, ଜନଜାତି କଲ୍ୟାଣ, ଗୋଷ୍ଠୀ ପରିଚାଳନା ଭିତ୍ତିକ ପ୍ରକଳ୍ପ ଏବଂ ହସ୍ତତନ୍ତ ଶିଳ୍ପ ଆଦିକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ନାବାର୍ଡ ଏହାର କାର୍ଯ୍ୟଧାରାକୁ ଆହୁରି ବୃଦ୍ଧି କରିବ । ନାବାର୍ଡ ଦ୍ୱାରା ପ୍ରକାଶିତ ରିଫ୍ଲେକ୍ସନ୍ସ-୨୦୨୩ ଏବଂ ଓଡ଼ିଶାରେ ନାବାର୍ଡ, ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରକଳ୍ପର ପ୍ରଭାବ ମୂଲ୍ୟାଙ୍କନ ଆଦି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ଶତାଧିକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, କୃଷକ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡର ସଫଳତା ପଛରେ ପ୍ରମୁଖ ଯୋଗଦାନ ରହିଥିବା ବିଭିନ୍ନ ସରକାରୀ ଅନୁଷ୍ଠାନର କର୍ତ୍ତୃପକ୍ଷ, ସହଭାଗୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, ସଫଳ କୃଷକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.