ETV Bharat / state

କୃଷି ବିଲ ବିରୋଧରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ - ନବନିର୍ମାଣ କୃଷକ ସଂଗଠନ

କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ନବନିର୍ମାଣ କୃଷକ ସଂଗଠନ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକଠାରେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

Nabanirmana krushak Sangathan keeps protest against Farm Bill 2020
କୃଷି ବିଲ ବିରୋଧରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ
author img

By

Published : Dec 5, 2020, 4:55 PM IST

ଖୋର୍ଦ୍ଧା: କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ବିଲ୍‌କୁ ରାଜ୍ୟର ନବନିର୍ମାଣ କୃଷକ ସଂଗଠନ ବିରୋଧ କରିଛି । ଏ ନେଇ ଶନିବାର ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକଠାରେ ନୂତନ କୃଷିବିଲ୍‌କୁ ପ୍ରତ୍ୟାହାର ଦାବି କରି ଚାଷୀମାନେ ଧାରଣା ଦେଇଛନ୍ତି ।

ନୂଆଦିଲ୍ଲୀରେ ଦୀର୍ଘ 10 ଦିନ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ମଧ୍ୟ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଶନିବାର ଦିଲ୍ଲୀର ଚାଷୀମାନଙ୍କ ସହିତ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଜାରି ରହିଛି । ତେବେ ରାଜ୍ୟରେ ଦିଲ୍ଲୀର ଏହି ଚାଷୀ ଆନ୍ଦୋଳନକୁ ନବନିର୍ମାଣ କୃଷକ ସଂଗଠନ ସମର୍ଥନ କରି ଗତ 5 ଦିନ ଧରି ଆନ୍ଦୋଳନ ଜାରି ରଖିଛି ।

କୃଷି ବିଲ ବିରୋଧରେ ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ

ସଂଗଠନର ଚାଷୀମାନେ ଏହି ବିଲ୍‌କୁ ଚାଷୀ ମାରଣ ବିଲ୍‌ ବୋଲି କହି ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀମାନେ ଉପସ୍ଥିତ ରହିଥିଲେ । ସେପଟେ ସଂଗଠନର ଛାତ୍ରମାନେ ମଧ୍ୟ ଏହି ଆନ୍ଦୋଳନରେ ଶନିବାର ସାମିଲ ହୋଇଛନ୍ତି । କୃଷି ବିଲ୍‌କୁ ପରିବର୍ତ୍ତନ ନକରାଗଲେ ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଚାଷୀମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.