ETV Bharat / state

Naba Das Death Case: CBI ତଦନ୍ତ ଦାବି କଲା ବିଜେପି - Naba Kishore Das Killing

ଆଜି ଏଭଳି ସଂଗୀନ ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସମୀର କହିଛନ୍ତି, ‘‘ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି ମାରିବା ଯେଉଁ ଭଳି ଭାବେ ଘଟିଛି ଏଥିରେ ଓଡ଼ିଶା ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସରକାର ପଙ୍ଗୁ ହେଲା ଭଳି ଲାଗୁଛି। ଦୀର୍ଘ 23 ବର୍ଷ ଧରି ଗୃହ ବିଭାଗର ଦାୟିତ୍ଵ ଖୋଦ ମୁଖ୍ୟମନ୍ତ୍ରୀ ଅଛନ୍ତି ।" ଅଧିକ ପଢନ୍ତୁ

Naba Das Death Case: CBI ତଦନ୍ତ  ଦାବି କଲା ବିଜେପି

author img

By

Published : Jan 31, 2023, 9:35 PM IST

Naba Das Death Case: CBI ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି ମାରିବା ଯେଉଁ ଭଳି ଭାବେ ଘଟିଛି ଏଥିରେ ଓଡିଶା ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସରକାର ପଙ୍ଗୁ ହେଲା ଭଳି ଲାଗୁଛି। ଦୀର୍ଘ 23 ବର୍ଷ ଧରି ଗୃହ ବିଭାଗର ଦାୟିତ୍ଵ ଖୋଦ ମୁଖ୍ୟମନ୍ତ୍ରୀ ଅଛନ୍ତି। ପୋଲିସ ଗୁଳିରେ ଜଣେ କ୍ୟାବିନେଟ ମନ୍ତ୍ରୀ ପ୍ରାଣତ୍ୟାଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ବିଷୟରେ କୌଣସି ବକ୍ତବ୍ୟ ରଖିନାହାନ୍ତି । ଯାହା ଖାଲି ଦୁର୍ଭାଗ୍ଯ ଜନକ ନୁହେଁ ଚିନ୍ତାଜନକ ମଧ୍ୟ ।

ଆଜି ଏଭଳି ସଂଗୀନ ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ସମୀର କହିଛନ୍ତି, ‘‘ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି ମାରିବା ଯେଉଁ ଭଳି ଭାବେ ଘଟିଛି ଏଥିରେ ଓଡ଼ିଶା ବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ସରକାର ପଙ୍ଗୁ ହେଲା ଭଳି ଲାଗୁଛି। ଦୀର୍ଘ 23 ବର୍ଷ ଧରି ଗୃହ ବିଭାଗର ଦାୟିତ୍ଵ ଖୋଦ ମୁଖ୍ୟମନ୍ତ୍ରୀ ଅଛନ୍ତି। ପୋଲିସ ଗୁଳିରେ ଜଣେ କ୍ୟାବିନେଟ ମନ୍ତ୍ରୀ ପ୍ରାଣତ୍ୟାଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ବିଷୟରେ କୌଣସି ବକ୍ତବ୍ୟ ରଖିନାହାନ୍ତି ।’’

ଏହାବି ପଢନ୍ତୁ- Naba Das Death case: ବଦଳିଲେ ଝାରସୁଗୁଡା ଏସପିଙ୍କ ସହ ଏସଡିପିଓ

ସମୀର କହିଛନ୍ତି ଯେ ପୋଲିସ ଡିଜି ଘଟଣାସ୍ତଳକୁ ଗଲେ ନାହିଁ । ଗୃହ ସଚିବବି ଚୁପ । ଏଠି ସରକାର ଚଳାଉଛି କିଏ ତାହା ବଡ଼ ପ୍ରଶ୍ନ ? ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବା ଲୋକରେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ ଏହା କେବଳ ଓଡ଼ିଶାରେ ନୁହେଁ ଦେଶରେ ବି ବିରଳ ବୋଲି କହିଛନ୍ତି ସମୀର ମହାନ୍ତି । ଯେଉଁ ପୋଲିସ ଅଧିକାରୀ ହତ୍ୟା କଲେ ତାଙ୍କୁ ସରକାର ବାରମ୍ବାର ମେଡାଲ ଦେଇଛନ୍ତି । ସେ କାହିଁକି ହତ୍ୟା କଲା ତାହା ବଡ଼ ପ୍ରଶ୍ନ । ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ତାର ତଦନ୍ତ କରିବ । ଏଥିରେ କେମିତି ବିଶଶ୍ବନୀୟତା ରହିବ । କ୍ରାଇମବ୍ରାଞ୍ଚ ଯେଉଁ କେଶ ନେଇଛି ତାର କେତେ ସଫଳତା ମିଳିଛି । 5.7 କନଭିକ୍ସନ ରେଟ ଓଡ଼ିଶାରେ ରହିଛି । ଗୃହ ବିଭାଗର ଦାୟିତ୍ଵ ରାଜ୍ୟ ରେ ସାଧାରଣ ନାଗରିକଙ୍କ ସୁରକ୍ଷା ଦେଇପାରୁ ନାହାନ୍ତି ନିଜେ ରାଜ୍ୟବାସୀ ଅନୁଭବ କରିସାରିଲେଣି ବୋଲି କହିଛନ୍ତି ।

ଏହାବି ପଢନ୍ତୁୃ- ନବ ଦାସଙ୍କୁ ଗୁଳିମାଡ ଘଟଣା, କେମିତି ଅଛନ୍ତି ଜୀବନ ନାଏକ ?

ସମୀର ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ଵଚ୍ଛତା ଅବଲମ୍ବନ କରନ୍ତୁ । ଗତକାଲି ହାଇକୋର୍ଟ କୁ ଚିଠି ଲେଖିଥିଲେ ଏହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନବ ଦାସ କେବଳ ଜଣେ କ୍ୟାବିନେଟ ମନ୍ତ୍ରୀ ନଥିଲେ ଜଣେ ପ୍ରଭାବଶାଳୀ ନେତା ଥିଲେ । ପଶ୍ଚିମ ଓଡିଶାରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା । ତାଙ୍କର ଏପରି ହତ୍ୟା ହେବା ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ବିଗତ ଦିନରେ ଅନେକ ଘଟଣା ରେ ପ୍ରମାଣ ନଷ୍ଟ ହୋଇଛି । ଏଇ ଘଟଣା ରେ ବି ପ୍ରମାଣ ନଷ୍ଟ କରିବା ପାଇଁ ରାସ୍ତା ତିଆରି ହୋଇଛି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛୁ ଏଇ ଘଟଣାରେ ସିବିଆଇକୁ ତୃତୀୟ ପକ୍ଷ ଭାବେ ନେଇ ତଦନ୍ତ ଭାର ଦିଅନ୍ତୁ । ବିଳମ୍ବ ହେଲେ ପ୍ରମାଣ ନଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.